ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଜେଡି ଛାଡିଲେ ପୂର୍ବତନ ରାଜ୍ୟ ଯୁବ ଉପସଭାପତି ରାକେଶ ନାୟକ

ଗଡ଼ମଧୁପୁର, ୧୩/୦୪ : ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ବଢିବଢି ଯାଉଛି। ନେତାମାନଙ୍କ ମଧ୍ୟ ଦଳଡିଆଁ ପର୍ବ ଜାରି ରହିଛି। ଏହି କ୍ରମରେ ଆଜି ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଜଣେ ଆଗଧାଡିର ଯୁବ ନେତା ତଥା ପୂର୍ବତନ ରାଜ୍ୟ ଯୁବ ଉପସଭାପତି ରାକେଶ କୁମାର ନାୟକ ବିଧିବଦ୍ଧ ଭାବରେ ବିଜେଡି ଛାଡିଛନ୍ତି।

ସୂଚନା ମୁତାବକ, ରାକେଶ ନାୟକ ୧୯୯୮ରେ ଦଳରେ ଯୋଗ ଦେଇ ଛାତ୍ର ଜୀବନରୁ ଦଳର ନୀତି ନିୟମ ଅନୁଯାଇ ସୁଚାରୁ ରୂପେ କାମକରି ଆସୁଥିଲେ। ୨୦୧୪ରେ ପ୍ରଣବ କୁମାର ବଲଵନ୍ତରାୟ ବିଧାୟକ ଭାବେ ନିର୍ବାଚିତ ହେବାପରେ ସେ ଆରୁହା ପଞ୍ଚାୟତରେ ୨୦୧୫ ରେ ଆରୁହା ସମବାୟ ସମିତି ଲିମିଟେଡର ସଭାପତି ଭାବେ ଚାଷୀ ଭାଇମାନଙ୍କ କାମକରି ଆସୁଥିଲେ। ଏହାପରେ ୨୦୧୬ ରେ ତାଙ୍କୁ ଧର୍ମଶାଳା ବ୍ଲକ ବିଜୁ ଯୁବ ଜନତା ଦଳର ଉପସଭାପତି ଭାବେ ଦାୟିତ୍ୱ ଦିଆଯାଇଥିଲା। ଏଥିରେ ଦଳ ସନ୍ତୁଷ୍ଟ ହୋଇ ୨୦୧୭ରେ ଜିଲ୍ଲା ଯୁବ ଉପ ସଭାପତି ରୂପେ କାମ କରିବା ପାଇଁ ଦାୟିତ୍ୱ ଦେଇଥିବା କହିଥିଲେ।

୨୦୧୮ରୁ ନିରବଚ୍ଛିନ୍ନ ଭାବେ ରାଜ୍ୟ ଯୁବ ଉପସଭାପତି ଭାବେ କାମ କରିଆସୁଥିଲେ। ତେବେ ଦଳ ସୁପ୍ରିମୋ ତାଙ୍କୁ ଗୁରୁତ୍ୱ ନଦେଇ ଅଣଦେଖା କରି ଆସୁଥିବା ସେ କହିଛନ୍ତି। ଏତଦ୍ ବ୍ୟତୀତ ୨୦୧୭ ରେ ତାଙ୍କୁ ଦଳ ତରଫରୁ ଜିଲ୍ଲା ପରିଷଦ ପାଇଁ ମନାନୀତ କରାଯାଇ ନାମ ମଧ୍ୟ ଘୋଷଣା କରିଥିବା ସେ କହିଥିଲେ। ପରବର୍ତ୍ତୀ ସମୟରେ ଟଙ୍କା ପରିବର୍ତ୍ତେ ଅନ୍ୟ ଜଣଙ୍କୁ ଟିକେଟ ଦେଇଥିଲେ। ଏହାକୁ ମଧ୍ୟ ପାଥେୟ କରି ବିଜୁ ବାବୁଙ୍କ ଶାସନରେ ଅନୁପ୍ରାଣିତ ହୋଇ ସମାଜର କଲ୍ୟାଣ ପାଇଁ କାମକରି ଆସୁଥିଲେ। ଦଳର ନେତା ଅଣଦେଖା କରିବାରୁ ସେ ଦଳ ଛାଡ଼ିଥିବା କହିଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.