ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସବୁଠୁ ଶକ୍ତିଶାଳୀ ବୁଡ଼ାଜାହାଜ; ଏଥିରୁ କରିହେବ ପରମାଣୁ ଆକ୍ରମଣ, ଶତ୍ରୁକୁ ସମୂଳେ କରିବ ନାଶ

ନୂଆଦିଲ୍ଲୀ, ୨।୬: ଋୁଷ୍-ୟୁକ୍ରେନ୍ ଏବଂ ଇସ୍ରାଏଲ୍-ହମାସ ମଧ୍ୟରେ ଦୀର୍ଘଦିନ ହେଲା ଚାଲିଛି ଲଢ଼େଇ । ଯୁଦ୍ଧକୁ ନଜରରେ ରଖି ସତର୍କ ହୋଇଯାଇଛନ୍ତି ଅନ୍ୟଦେଶ । ଅସ୍ତ୍ରଶସ୍ତ୍ର ନିର୍ମାଣ ପାଇଁ ଦେଶ ଦେଶ ମଧ୍ୟରେ ଚାଲିଛି ଜୋରସୋର ପ୍ରତିଯୋଗିତା । ଏହି ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତାରେ ଆଧୁନିକ ଅସ୍ତ୍ରଶସ୍ତ୍ରକୁ ବେଶ୍ ପ୍ରାଧାନ୍ୟ ଦିଆଯାଉଛି । ପାଣି ଭିତରେ ଆକ୍ରମଣକୁ ମଧ୍ୟ ଧ୍ୟାନରେ ରଖାଯାଉଛି । ତେଣୁ ବୁଡ଼ାଜାହାଜ ନିର୍ମାଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଶତ୍ରୁର ଗଡ଼କୁ ଧ୍ୱଂସ କରିବା ପାଇଁ ଅନେକ ସମୟରେ ତାର ମୂଳଦୂଆ ଉପରେ ଆକ୍ରମଣ କରିବାକୁ ପଡ଼ିଥାଏ । ଏଭଳି ସ୍ଥିତିରେ ସମୁଦ୍ର ଅତଳ ଗର୍ଭରେ ଲୁଚି ରହିଥିବା ବୁଡ଼ାଜାହାଜ ଅଧିକ ଉପଯୋଗୀ ସାବସ୍ତ୍ୟ ହୋଇଥାଏ । ଏପରି ସମୟରେ ବିଶ୍ୱର ବିଭିନ୍ନ ଦେଶଙ୍କ ପାଖରେ ଥିବା ଶକ୍ତିଶାଳୀ ବୁଡ଼ାଜାହାଜ ବିଷୟରେ ତଳେ ସୂଚନା ପ୍ରଦାନ କରାଗଲା । 

ଆମେରିକାର ସି ଓଲ୍ଫ କ୍ଲାସ୍ ବୁଡ଼ାଜାହାଜ :    

ଏହା ବିଶ୍ୱର ସବୁଠାରୁ ଭଲ ଏବଂ ମହଙ୍ଗା ହଣ୍ଟର କିଲର୍ ବୁଡ଼ାଜାହାଜ । ଶତ୍ରୁ ନଜରରୁ ବର୍ତ୍ତି ଆକ୍ରମଣ କରିବାରେ ଆମେରିକା ସବୁଠୁ ଆଗରେ । ଏହି ଜ୍ଞାନକୌଶଳରେ ସୋଭିଏତ୍ ସଂଘକୁ ମଧ୍ୟ ମାତ୍ ଦେଇଛି । ସି ଓଲ୍ଫ କ୍ଲାସ୍ ବୁଡ଼ାଜାହାଜରୁ ପରମାଣୁ ଆକ୍ରମଣ ମଧ୍ୟ କରିହେବ । ଏହାର ଲମ୍ୱ ୩୫୩ରୁ ୪୫୨.୮ ଫୁଟ୍ ରହିଥାଏ । ବିମ୍ ୪୦ ଫୁଟ୍‌ର ଥାଏ । ଏହା ଘଣ୍ଟାପ୍ରତି ୬୫ ବେଗରେ ଯାତ୍ରା କରିପାରେ । ଯାହା ୧୬୦୦ ଫୁଟ୍ ଗଭୀରତା ପର୍ଯ୍ୟନ୍ତ ଯାଇପାରିବ । 

ଭର୍ଜିନିଆ କ୍ଲାସ୍ ବୁଡ଼ାଜାହାଜ :     

ଆମେରିକାର ଏହି ପରମାଣୁ ଇନ୍ଧନ ଚାଳିତ ବୁଡ଼ାଜାହାଜ ସି ଓଲ୍ଫଠାରୁ କ୍ଷୁଦ୍ର ଏବଂ ଶସ୍ତା ମଧ୍ୟ । ମାତ୍ର ଏହା ଅଧିକ ଘାତକ । ଏହାର ଲମ୍ୱ ୩୭୭ରୁ ୪୬୦ ଫୁଟ୍ । ବିମ୍‌ର ଉଚ୍ଚତା ୩୪ ଫୁଟ୍ । ଏହା ଘଣ୍ଟା ପ୍ରତି ୪୬ କିମି ବେଗରେ ଗତି କରିବାରେ ସକ୍ଷମ । ଏହା ସର୍ବାଧିକ ୮୦୦ ମି ଗଭୀରତା ପର୍ଯ୍ୟନ୍ତ ଯାଇପାରିବ । ଏଥିରେ ୧୫ ଜଣ ଅଧିକାରୀ ଏବଂ ୨୦ ନୌସୈନିକ ରହିପାରିବେ । ଏହି ବୁଡ଼ାଜାହାଜରେ ୧୨ଟି ଟିମହକ୍ ମିସାଇଲ ଟ୍ୟୁବ୍ସ ରହିଛି । 

ଗ୍ରେନୀ କ୍ଲାସ୍, ଋଷ୍ : 

ଋଷ୍‌ର ଅତ୍ୟାଧୁନିକ ପରମାଣୁ କ୍ଷମତା ସମ୍ପନ୍ନ ଲଢ଼ୁଆ ବୁଡ଼ାଜାହାଜ ଗ୍ରେନୀ କ୍ଲାସ୍ । ଏହାର ଲମ୍ୱ ୪୫୭ ଫୁଟ୍ ଏବଂ ବିମ୍ ୪୩ ଫୁଟ୍ । ଏହା ପାଣି ଉପରେ ଘଣ୍ଟା ପ୍ରତି ୩୭ କିମି ଏବଂ ପାଣି ଭିତରେ ୫୨ କିମି ବେଗରେ ଗତି କରିଥାଏ । ଏହା ୧୮୦୪ ଫୁଟ୍ ଗଭୀରତାରେ ଗତି କରିପାରିବ । ସାଧାରଣତଃ ଏହା ପାଣି ଭିତରେ ୧୪୭୫ ଫୁଟ୍‌ରେ ରହିପାରିବେ । ଏହି ବୁଡ଼ାଜାହାଜରେ ଆଣ୍ଟି-ସବ୍‌ମେରାଇନ୍ ଏବଂ ଲ୍ୟାଣ୍ଡ ଆଟାକ୍ କ୍ରୁଜ୍ ମିସାଇଲ ଲଗାଯାଇପାରିବ । ଏହା ସହିତ ୧୦ ଟର୍‌ପିଡୋ ମଧ୍ୟ ରହିପାରିବ । 

ଜାପାନର ସୋରୟୁ କ୍ଲାସ୍ :

ଜାପାନର ମେରିଟାଇମ୍ ସେଲ୍ ଡିଫେନ୍ସ ଫୋର୍ସେସକୁ ୨୦୦୯ରେ ମିଳିଥିଲା ସୋରୟୁ କ୍ଲାସର ପ୍ରଥମ ବୁଡ଼ାଜାହାଜ । ଏହାର ଲମ୍ୱ ୨୭୫.୭ ଫୁଟ୍ ଏବଂ ବିମ୍ ୨୯.୧୦ ଫୁଟ୍ । ଏହା ଭୂପୃଷ୍ଠରେ ଘଣ୍ଟାପ୍ରତି ୨୪ କିମି ବେଗରେ ଏବଂ ପାଣି ଭିତରେ ୩୭ କିମି ବେଗରେ ଯାତ୍ରା କରିବାକୁ ସକ୍ଷମ । ଏହା ଥରକେ ୧୧, ୨୯୭ କିମି ପର୍ଯ୍ୟନ୍ତ ଯାତ୍ରା କରିପାରିବ । ଏହା ଭିତରେ ୯ ଅଧିକାରୀ ଏବଂ ୫୬ ନୌସୈନିକ ରହିପାରବେ । ଏଥିରେ ୨୧ ଇଞ୍ଚର ୬ ଟର୍‌ପିଡୋ ଟ୍ୟୁବ୍ସ ରହିଛି । ଏହା ବ୍ୟତୀତ ଟାଇପ୍ ୮୯ ଟର୍‌ପିଡୋ ଏବଂ ହାର୍ପୁନ ମିସାଇଲ ମଧ୍ୟ ଲାଗିଛି । ଏହା ସମୁଦ୍ରରେ ବାରୁଦ ସୁଡ଼ଙ୍ଗ ମଧ୍ୟ ବିଛାଇ ପାରିବ । 

ଅଷ୍ଟୁଟ କ୍ଲାସ୍, ବ୍ରିଟେନ୍ :

ନିକଟରେ ବ୍ରିଟେନ ରୟାଲ ନେଭିରେ ଏକ ନୂଆ ଅତ୍ୟାଧୁନିକ ଏବଂ ବିପଦଜ୍ଜନକ ଅଷ୍ଟୁଟ କ୍ଲାସ୍ ବୁଡ଼ାଜାହାଜ ସାମିଲ ହୋଇଛି । ବ୍ରିଟେନ ପାଖରେ ଏଭଳି ୭ଟି ବୁଡ଼ାଜାହାଜ ରହିଛି । ଏହାର ଲମ୍ୱ ୩୧୮.୩ ଫୁଟ୍ ଏବଂ ବିମ୍ ୩୭.୧ ଫୁଟ୍‌ର । ଏଥିରେ ଲାଗିଛି ରୋଲ୍ସ ରୟସର ନ୍ୟୁକ୍ଲିୟର ରିଆକ୍ଟର ଇଞ୍ଜିନ୍ । ୬୦୦ କିଲୋୱାଟର ଡିଜେଲ ଜେନେରେଟର ମଧ୍ୟ ରହିଛି । ଏହା ୫୬ କିମି ବେଗରେ ଯାତ୍ରା କରିପାରିବ । ଏହା ୯୦ ଦିନ ପର୍ଯ୍ୟନ୍ତ ପାଣି ଭିତରେ ରହିବା ସହ ସର୍ବାଧିକ ୯୮୦ ଫୁଟ୍ ତଳକୁ ଯାଇପାରିବ । ଏଥିରେ ୧୦୯ ଅଧିକାରୀ ଏବଂ ନୌସୈନିକ ରହିପାରିବେ । ବୁଡ଼ାଜାହାଜରେ ୨୧ ଇଞ୍ଚର ଛୋଟ ଟର୍‌ପିଡୋ ଟ୍ୟୁବ୍ସ ରହିଛି । ଏହା ବ୍ୟତୀତ ୩୮ ଅସ୍ତ୍ରଶସ୍ତ୍ର ପାଇଁ ଷ୍ଟୋରେଜ୍ ରହିଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.