ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ଯାଞ୍ଚ କମିଟି ବୈଠକରେ ବାହାରିଲାନି ତାରିଖ, ଚାବି ମିଳିବା ପରେ ଖୋଲିବ ରତ୍ନଭଣ୍ଡାର

ପୁରୀ, ୦୬/୦୭ : ରତ୍ନଭଣ୍ଡାର ଯାଞ୍ଚ କମିଟି ବୈଠକରେ ବାହାରିଲାନି ନିଷ୍କର୍ସ। ରତ୍ନଭଣ୍ଡାର ଖୋଲିବା ନେଇ ସ୍ପଷ୍ଟ ହେଲାନି କୌଣସି ତାରିଖ। ବୈଠକରେ ନିଷ୍ପତ୍ତି ପରେ ଜିଲ୍ଲାପାଳଙ୍କୁ ଦିଆଗଲା ଚାବି ଖୋଜିବା ଦାୟିତ୍ଵ। ଚାବି ଖୋଜି ବାହାର କରିବା ପରେ ରତ୍ନଭଣ୍ଡାର ଖୋଲା ନିଷ୍ପତ୍ତି ନିଆଯିବ। ସରକାର ନିର୍ଦ୍ଧାରିତ ତାରିଖରେ ରତ୍ନଭଣ୍ଡାର ଖୋଲିବେ । ତେଣୁ ଆଜିର ଆଜିର ବୈଠକରେ ରତ୍ନଭଣ୍ଡାର ଖୋଲିବା ନେଇ କୌଣସି ଆଲୋଚନା ହୋଇନି । ରତ୍ନଭଣ୍ଡାର ଚାବି ମନ୍ଦିର ପ୍ରଶାସନ ପାଖରେ ଅଛି । ଏନେଇ ସୂଚନା ଦେଇଛନ୍ତି ବୈଠକରେ ସାମିଲ ଥିବା ଭଣ୍ଡାର ମେକାପ। ତେବେ ରାଜ୍ୟ ସରକାରଙ୍କ ଦ୍ଵାରା ଗଠନ କରାଯାଇଥିବା ୧୬ ଜଣିଆରେ କମିଟିରେ ଭଣ୍ଡାର ମେକାପଙ୍କୁ ସାମିଲ କରାଯାଇନଥିଲା। ପରେ ଶ୍ରୀମନ୍ଦିର ସତ୍ତ୍ଵଲିପି ଆଧାରରେ ଭଣ୍ଡାର ମେକାପକୁ କମିଟିରେ ସାମିଲ କରାଯାଇଥିଲା। 

ସୂଚନାନୁଯାୟୀ, ଜଷ୍ଟିସ୍ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ନବଗଠିତ ରତ୍ନଭଣ୍ଡାର ଯାଞ୍ଚ୍ କମିଟିର ପ୍ରଥମ ବୈଠକ ବସିଥିଲା। ବୈଠକ ପରେ ଜଷ୍ଟିସ୍ ବିଶ୍ବନାଥ କହିଛନ୍ତି ଯେ, ସମସ୍ତ ଦିଗକୁ ନେଇ ଆଲୋଚନା କରାଯାଇଛି। ରତ୍ନଭଣ୍ଡାର ଡୁପ୍ଲିକେଟ୍ ଚାବି ଥିବା ଜଣାପଡ଼ୁଛି। ମରାମତି ସମୟରେ ଗହଣାକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ। ତାଲା ଖୋଲିଲେ ଗଣତି ମଣତି ହେବ। ଆସନ୍ତା ୯ ତାରିଖ ଦିନ ୧୦ଟାରେ ପୁନର୍ବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ ବସିବ। ସବୁ କାଗଜପତ୍ର ଯାଞ୍ଚ୍ କରଯାଇଛି। ଡୁପ୍ଲିକଟେ ଚାବି ଅଛି। ୯ ତାରିଖରେ ଚାବି ପ୍ରଡ୍ୟୁସ ହେବ। ସେହିଦିନ ନିଷ୍ପତି ହେବ। ଚାବି ବହୁ ଦଶନ୍ଧି ଧରି ଖୋଲା ଯାଇନି। ତେଣୁ ଜଙ୍କ ଲାଗି ଯାଇଥାଇପାରେ। ଯଦି ତାଲା ନଖୋଲେ ତେବେ ଭଙ୍ଗାଯିବ। କମିଟିର ଉଦ୍ଦେଶ୍ୟ ଗଣତି ଓ ମରାମତି ହେବ। ଗଣତି ନେଇ ଏସଓପି ଜାରି କରାଯିବ। ଗହଣା ସୁରକ୍ଷା, ରକ୍ଷଣାବେକ୍ଷଣ ଦିଗକୁ ଧ୍ୟାନ ଦିଆଯିବ। ଅଲଗା ଜାଗାକୁ ଗଲେ ଦେଖାଯିବ। କିଏ ଚିହ୍ନିବ ତାଙ୍କୁ ଅଣାଯିବ। ଗହଣା କେଉଁଠି ରଖାଯିବ ସେନେଇ ମନ୍ଦିର ମ୍ୟାନେଜିଂ କମିଟି ନିଷ୍ପତି ନେବେ। ରତ୍ନଭଣ୍ଡାର ମଧ୍ୟରେ ବହୁ ରାଜାଙ୍କ ମୁକୁଟ ରହିଛି। ଆମକୁ ସୁପରଭାଇଜ କରିବା ପାଇଁ ଏହି ଟିମ୍ ଗଠନ କରାଯାଇଛି।୨୦ ଜଣ ଲୋକ ଭିତରକୁ ଯିବେ ନାହିଁ, ଅଳ୍ପ ଲୋକ ଯିବେ। ମନ୍ଦିର ଭିତରକୁ ଠାକୁର ଫେରିବା ପୂର୍ବରୁ ସବୁ କାମ ସାରିବୁ। ମୁଁ ମନ୍ଦିରର ସେବକ। ତେଣୁ ସେବା କରିବି।



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.