ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ଆଇପିଏଲ୍‌ ୨୦୨୪ରେ ବିଜୟୀ ହେବ ଗୁଜରାଟ, ୨୫’ରେ ଟ୍ରଫି ଜିଣିବ ସିଏସ୍‌କେ’

ନୂଆଦିଲ୍ଲୀ: ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ)କୁ ନେଇ ଏବେ ସମଗ୍ର ବିଶ୍ବରେ ଚର୍ଚ୍ଚା । ଏସବୁ ଭିତରେ ଏଆଇ ଆଇପିଏଲକୁ ନେଇ ମଧ୍ୟ ଅନୁମାନ ଲଗାଇଛି । ସବୁଠୁ ରୋଚକ କଥା ହେଉଛି, ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)କୁ କେବେ ସଫଳତା ମିଳିବ ତାହା ଏକ ଅସମାହିତ ପ୍ରଶ୍ନ । ବିରାଟ କୋହଲିଙ୍କ ଟିମକୁ କେବେ ଟ୍ରଫି ମିଳିବ ତାକୁ ନେଇ ଆରସିବି ଫ୍ୟାନଙ୍କ ମଧ୍ୟରେ ଆଶା ଆଶଙ୍କା ଲାଗିରହିଛି । ହେଲେ ଏଆଇ ଏହି ଆଶଙ୍କାକୁ ଦୂର କରିଛି । ଯଦିଓ ଆରସିବି ଟ୍ରଫି ଜିତିବ କିନ୍ତୁ ଏଥିପାଇଁ ଫ୍ୟାନଙ୍କୁ ଆହୁରି ଅପେକ୍ଷା କରିବାକୁ ପଡ଼ିବ । କାରଣ ଏଆଇ ଅନୁସାରେ, ଆରସିବି ୨୦୨୯ରେ ଆଇପିଏଲ ଟ୍ରଫି ହାତେଇବ । 

ଆହୁରି ୫ ବର୍ଷ ପରେ ଆରସିବି ଆଇପିଏଲ କପ୍‌ ନେବ ବୋଲି ଚାଟ୍‌ଜିପିଟି ଉତ୍ତର ଦେଇଛି । ଏଆଇର ଭବିଷ୍ୟବାଣୀକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଆରସିବି ଆଇପିଏଲ କପ୍ ଜିତିବି କି ନାହିଁ ଏହା ୧୭ ବର୍ଷ ହେଲା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ସେପଟେ ୨୦୨୯ରେ ଆରସିବି ଯଦି ଆଇପିଏଲ ଟ୍ରଫି ଜିତେ ତେବେ   ସେତେବେଳକୁ ହୁଏତ ବିରାଟ କୋହଲି ଟିମ୍‌ରେ ନଥିବେ । ଚଳିତ ଆଇପିଏଲ ସିଜନ୍‌ କଥା ଦେଖିଲେ, ଆରସିବି ପଏଣ୍ଟ ଟେବୁଲ୍‌ର ସବୁଠୁ ତଳେ ରହିଛି । ଏବେ ଆଗକୁ ଯିବାକୁ ହେଲେ ଟିମକୁ  ସବୁ ମ୍ୟାଚ୍‌ ଜିତିବାକୁ ହେବ । ୭ଟି ମ୍ୟାଚ୍‌ ଖେଳିସାରିଥିବା ଆରସିବି କେବଳ ଗୋଟିଏ ମ୍ୟାଚ୍‌ରେ ବିଜୟୀ ହୋଇଛି । 

ଆରସିବି ୨୦୨୦ରୁ ୨୦୨୨ ପର୍ଯ୍ୟନ୍ତ ଲଗାତାର ପ୍ଲେଅଫ୍‌ରେ ପହଞ୍ଚିଥିଲା । ହେଲେ ଆଇପିଏଲ ଟ୍ରଫି ହାତେଇ ପାରିନାହିଁ । ୨୦୨୩ରେ ପ୍ଲେଅଫରେ ପ୍ରବେଶ କରିପାରି ନଥିବା ଆରସିବି ଏଥର ମଧ୍ୟ ସମାନ ଦଶା ଭୋଗିପାରେ । ତେବେ ଏଆଇ  ଦ୍ବାରା କରାଯାଇଥିବା ଭବିଷ୍ୟବାଣୀ ଅନୁସାରେ, ୨୦୨୪ରେ ଗୁଜରାଟ ଆଇପିଏଲ ଟ୍ରଫି ଜିତିବ । ସେହିଭଳି ୨୦୨୫ରେ ଆଇପିଏଲ ଫାଇନାଲରେ ବିଜୟ ହାସଲ କରିବ ଚେନ୍ନାଇ ସୁପର କିଙ୍ଗ୍ସ । ଏହା ବ୍ୟତୀତ ୨୦୨୬ରେ ମୁମ୍ବାଇ, ୨୦୨୭ରେ ହାଇଦ୍ରାବାଦ, ୨୦୨୮ରେ ପଞ୍ଜାବ, ୨୦୨୯ରେ ଆରସିବି, ୨୦୨୩୦ରେ ଡିସି, ୨୦୩୧ରେ କେକେଆର ଆଇପିଏଲ ଟ୍ରଫି ହାସଲ କରିବେ ।  ୨୦୪୩ ଯାଏ ବିଜେତା ଟିମ୍‌ଙ୍କ ତାଲିକା ପ୍ରକାଶ କରିଛି ଏଆଇ । 

  • Artificial Intelligence
  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.