ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ନେଇ ବଡ଼ ମନ୍ତବ୍ୟ ଦେଲେ ଅରବିନ୍ଦ କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନରେ କେବଳ କ୍ଲାଇମାକ୍ସ ବାକି । ଶେଷ ପର୍ଯ୍ୟାୟ ନିର୍ବାଚନ ଜୁନ୍‌ ୧ରେ ହେବାକୁ ଥିବା ବେଳେ ଜୁନ୍‌ ୪ରେ ଫଳାଫଳ ଘୋଷଣା ହେବ । ଚଳିତ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ଏନଡିଏକୁ ମାତ ଦେବାକୁ ଇଣ୍ଡି ମେଣ୍ଟ ଆତ୍ମପ୍ରକାଶ କରିଛି । ଏଥିରେ କଂଗ୍ରେସ, ଆପ୍‌ ସମେତ ୨୦ରୁ ଅଧିକ ଦଳ ସାମିଲ ରହିଛନ୍ତି । ଏପରିକି ଏହି ସବୁ ଦଳ ବିଭିନ୍ନ ରାଜ୍ୟରେ ମିଳିତ ଭାବରେ ନିର୍ବାଚନ ମଧ୍ୟ ଲଢ଼ୁଛନ୍ତି । ଏସୁବ ଭିତରେ ଆଜି ମୁଖ୍ୟମନ୍ତ୍ରୀ ଅରମିନ୍ଦ କେଜ୍ରିଓ୍ବାଲ କଂଗ୍ରେସକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । 

ସେ କହିଛନ୍ତି ଯେ, କଂଗ୍ରେସ ସହ ଆମ ଆଦମୀ ପାର୍ଟି (ଆପ୍‌)ର ସଂପର୍କ ସ୍ଥାୟୀ ନୁହେଁ । ଇଣ୍ଡିଆ ଟୁଡେକୁ ଦେଇଥିବା ସାକ୍ଷାତକାରରେ ଆପ୍‌ ସଂଯୋଜକ କେଜ୍ରିଓ୍ବାଲ କହିଛନ୍ତି, ‘କଂଗ୍ରେସ ସହ ଆପ୍‌ର ସଂପର୍କ ସ୍ଥାୟୀ ନୁହେଁ । ବର୍ତ୍ତମାନ ବିଜେପିକୁ ହରାଇବା ସହ ଦେଶରେ ଏକଛତ୍ରବାଦ ଏବଂ ଗୁଣ୍ଡାଗର୍ଦ୍ଦି ସମାପ୍ତ କରିବା ଆମର ଲକ୍ଷ୍ୟ ।’ ଏହା ସହ ଜୁନ ୪ରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଇଣ୍ଡି ମେଣ୍ଟ ସରକାର ଗଢ଼ିବ ବୋଲି ଆଶ ପ୍ରକାଶ କରିଛନ୍ତି କେଜ୍ରିଓ୍ବାଲ । ତେବେ ଦିଲ୍ଲୀରେ ଆପ୍‌ ଏବଂ କଂଗ୍ରେସ ମେଣ୍ଟ ଥିବା ବେଳେ ପଡ଼ୋଶୀ  ରାଜ୍ୟ ପଞ୍ଜାବରେ ଉଭୟ ଉଭୟଙ୍କ ବିରୋଧରେ ନିର୍ବାଚନ ଲଢ଼ୁଛନ୍ତି । ସିଏମ କେଜ୍ରିଓ୍ବାଲ କହିଛନ୍ତି, ‘ଦେଶକୁ ବଞ୍ଚାଇବା ନିହାତି ଜରୁରି । ବିଜେପିକୁ ହରାଇବା ଲାଗି ଯେଉଁଠି ମେଣ୍ଟର ଆବଶ୍ୟକତା ଥିଲା ସେଠାରେ କଂଗ୍ରେସ ଏବଂ ଆପ ମିଳିତ ଭାବେ ଲଢ଼େଇ କରିଛନ୍ତି ।ପଞ୍ଜାବରେ ବିଜେପିର କୌଣସି ଅସ୍ତିତ୍ବ ନାହିଁ ।’ 

 ଅନ୍ୟପଟେ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସଜା କାଟୁଥିବା କେଜ୍ରିଓ୍ବାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ ବୋଲି କହିଛନ୍ତି । ସେ କହିଛନ୍ତି ଯେ, ‘ମୋତେ ପୁଣି ଥରେ ଜେଲ ଯିବାର କୌଣସି ଅସୁବିଧା ନାହିଁ । ଦେଶର ଭବିଷ୍ୟତ ବାଜିରେ ଲାଗିଛି । ଯେପର୍ଯ୍ୟନ୍ତ ଚାହିଁବେ ସେମାନେ ମୋତେ ଜେଲରେ ରଖନ୍ତୁ । ମୁଁ ଭୟ କରୁନାହିଁ । କେବଳ ବିଜେପି କଥାରେ ମୁଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର ପ୍ରଶ୍ନ ଉଠୁନାହିଁ ।’ 

 

  • Arvind Kejriwal
  • Congress
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.