ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମୁମ୍ୱାଇର ବସ୍ତିରେ ରହୁଥିଲେ; ଘର ଘର ବୁଲି ବିକ୍ରି କରୁଥିଲେ କ୍ଷୀର, ଏବେ ଦୁବାଇର ସବୁଠାରୁ ଧନୀ ଭାରତୀୟ

ମୁମ୍ୱାଇ, ୨୪।୨: ଭାରତରେ ଏଭଳି ଅନେକ ବିଜନେସ୍‌ମ୍ୟାନ୍ ଅଛନ୍ତି ଯେଉଁମାନେ ସାରା ବିଶ୍ୱ ପ୍ରସିଦ୍ଧ । ଖାସ୍ କଥା ହେଉଛି, ଏମାନଙ୍କ ମଧ୍ୟରୁ ଅନେକ ନିଜ ପରିଶ୍ରମ ବଳରେ କୋଟିପତି ହୋଇଛନ୍ତି । କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ନିଜ ସାମ୍ରାଜ୍ୟ ବିସ୍ତାର କରିଛନ୍ତି । ଆଜି ଆମେ ଜଣେ ଏଭଳି ବିଜନେସ୍ ମ୍ୟାନ୍‌ଙ୍କ ବିଷୟରେ କହିବୁ, ଯିଏ ଦିନେ ମୁମ୍ୱାଇର ବସ୍ତିରେ ରହୁଥିଲେ । ପିଲାଦିନ କଟିଥିଲା ବସ୍ତିରେ । ଆଉ ଆଜି ବିଦେଶରେ ସେ କୋଟି କୋଟି ସମ୍ପତ୍ତିର ମାଲିକ । 

ଏହି ବ୍ୟକ୍ତି ଜଣକ ହେଉଛନ୍ତି, ରିଜୱାନ୍ ସାଜନ୍ । ଯିଏ ସଂଯୁକ୍ତ ଅରବ ଏମିରେଟ୍ସର ଜଣେ ଅପ୍ରବାସୀ ଭାରତୀୟ ବିଜନେସମ୍ୟାନ୍ । ଏକ ସେଲ୍ସମ୍ୟାନ୍ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ ରିଜୱାନ୍ । ଆଉ ଆଜି ଦୁବାଇର ସବୁଠୁ ଧନୀ ଭାରତୀୟ ଭାବେ ସେ ପରିଚିତ । ତାଙ୍କର ଡେନ୍ୟୁବ୍ ନାମକ ଅରବ ଡଲାରର ଗ୍ରୁପ୍ ରହିଛି । ଯାହା ସଂଯୁକ୍ତ ଅରବ ଏମିରେଟ୍ସ, ଓମାଗ, ବହରୀନ୍, ସାଉଦି ଆରବ, କତାର ଓ ଭାରତ ସମେତ ବିଶ୍ୱର ସବୁଠୁ ବଡ଼ କନଷ୍ଟ୍ରକ୍ସନ୍ ମ୍ୟାଟେରିଆଲ୍ କମ୍ପାନୀ । 

ମୁମ୍ୱାଇର ଏକ ମଧ୍ୟବିତ୍ତ ପରିବାରରେ ରିଜୱାନ୍ ସାଜନଙ୍କ ଜନ୍ମ । ପରିବାର ପ୍ରତିପୋଷଣ ପାଇଁ ସେ ଅନେକ ଛୋଟମୋଟ କାମ କରିଛନ୍ତି । ପ୍ରଥମେ ସେ ରାସ୍ତାକଡ଼ରେ ଏକ ଦୋକାନ ପକାଇଥିଲେ । ଏହି ଦୋକାନରେ ବହି ଓ ବାଣ ବିକ୍ରି କରୁଥିଲେ । କେବଳ ସେତିକି ନୁହେଁ, ପରିବାରର ଭରଣପୋଷଣ ପାଇଁ ଘର ଘର ବୁଲି କ୍ଷୀର ବି ବିକ୍ରି କରୁଥିଲେ । ମାତ୍ର, ୧୬ ବର୍ଷ ବୟସରେ ନିଜ ବାପାଙ୍କୁ ହରାଇଥିଲେ । ବାପାଙ୍କ ନିଧନ ପରେ ୧୯୮୧ ମସିହାରେ କୁଏତ୍ ରେ ତାଙ୍କ ଦାଦାଙ୍କ ଦୋକାନରେ କାମ କରିବା ଆରମ୍ଭ କଲେ । ପ୍ରଥମେ ସେଠାରେ ସେ ଏକ ଟ୍ରେନି ସେଲ୍ସ ମ୍ୟାନ୍‌ ଭାବେ କାମ କରୁଥିଲେ । ପରେ ଏହି କାମରେ ପାରଙ୍ଗମ ହୋଇଯାଇଥିଲେ । କିନ୍ତୁ, ଦୁର୍ଭାଗ୍ୟବଶତଃ ୧୯୯୧ରେ ଯୁଦ୍ଧ କାରଣରୁ ସେ ମୁମ୍ୱାଇ ଫେରିବାକୁ ବାଧ୍ୟ ହୋଇଥିଲେ । 

ପରେ ୧୯୯୩ ମସିହାରେ ସେ ଲଞ୍ଚ କରିଥିଲେ ଜେନ୍ୟୁବ୍ ଗ୍ରୁପ୍‌ । ଯାହା କନଷ୍ଟ୍ରକସନ୍ ମ୍ୟାଟେରିଆଲ୍, ହୋମ୍ ଡେକୋର ଓ ରିୟଲ୍ ଇଷ୍ଟେଟ୍ ଡେଭଲପ୍‌ମେଣ୍ଟ କାରବାର ସହ ଜଡ଼ିତ । ୨୦୧୯ରେ ୧.୩ ବିଲିୟନ୍ ଆମେରିକା ଡଲାର ହାସଲ କରିଥିଲା ଏହି ଗ୍ରୁପ୍‌ । କ୍ରମଶଃ ଅଭିବୃଦ୍ଧି ହେବାରେ ଲାଗିଲା । ରିଜୱାନ୍‌ଙ୍କ ସମ୍ପତ୍ତି ୨.୫ ବିଲିୟନ୍ ଡଲାର ବୋଲି ୟୁଏଇର ବିତ୍ତ ମନ୍ତ୍ରାଣାଳୟ ୱେବ୍‌ସାଇଟ୍‌ରେ ଉଲ୍ଲେଖ ଅଛି । ଯାହା ଭାରତୀୟ ମୁଦ୍ରାରେ ପାଖାପାଖି ୨୦ ହଜାର ୮୩୦ କୋଟି ଟଙ୍କା ।  

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.