ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରୁଷ୍‌ ଆକ୍ରମଣରେ ୟୁକ୍ରେନ୍‌ର ପ୍ରମୁଖ ପାୱାର ପ୍ଲାଣ୍ଟ ନଷ୍ଟ, ଶକ୍ତି ଉତ୍ପାଦନ ବନ୍ଦ

କିଏଭ୍‌,୧୨/୦୪: ୟୁକ୍ରେନ ରାଜଧାନୀ କିଏଭରେ ଥିବା ଏକ ପ୍ରମୁଖ ପାୱାର ପ୍ଲାଣ୍ଟ ଉପରେ ରୁଷ୍‌ ମିସାଇଲ ଆକ୍ରମଣ କରିଛି । ଏଥିରେ ଟ୍ରିପିଲ୍‌ସ୍କା ଥର୍ମାଲ ପାୱାର ପ୍ଲାଣ୍ଟଟି ନଷ୍ଟ ହୋଇଯାଇଛି । ଏହି ପାୱାର ପ୍ଲାଣ୍ଟ କିଏଭ୍‌ ସମେତ  ଚେରକାସି ଏବଂ ଜିଟୋମିର କ୍ଷେତ୍ର ପାଇଁ ସବୁଠୁ ବଡ଼ ବିଦ୍ୟୁତ୍‌ ଉତ୍ପାଦକ ଥିଲା । ୨ ବର୍ଷରୁ ଅଧିକ ସମୟ ଧରି ଲାଗି ରହିଥିବା ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧରେ ରୁଷ୍‌ ଏବେ  ଲଗାତର ୟୁକ୍ରେନ୍‌ର ଶକ୍ତି ବ୍ୟବସ୍ଥାକୁ ଟାର୍ଗେଟ କରି ଆକ୍ରମଣ କରୁଛି । ଗୁରୁବାର ସକାଳେ ରୁଷ୍‌ ୟୁକ୍ରେନ୍‌ର ବିଭିନ୍ନ ସ୍ଥାନକୁ ଟାର୍ଗେଟ କରି ୮୨ ମିସାଇଲ ଓ ଡ୍ରୋନ୍‌  ଛାଡ଼ିଥିଲା । ଏଥିରୁ ଅଧିକାଂଶ ମିସାଇଲ ଶକ୍ତି ବା ଏନର୍ଜୀ ସିଷ୍ଟମକୁ ଟାର୍ଗେଟ  କରିଥିଲା । ରୁଷ୍‌ର ଏହି ଆକ୍ରମଣ ପରେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ପାଶ୍ଚାତ୍ୟ ଦେଶଗୁଡ଼ିକ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।  ଏବେ ଆଖି ବନ୍ଦ କରି ନ ବସି ଅଧିକରୁ ଅଧିକ ଏୟାର ଡିଫେନ୍ସ ସିଷ୍ଟମ ଏବଂ  ଅନ୍ୟ ସୁରକ୍ଷା ପ୍ରଣାଳୀ ଦେଶ ଆବଶ୍ୟକ କରୁଥିବା ଜେଲେନ୍‌ସ୍କି କହିଛନ୍ତି । 

ୟୁକ୍ରେନ୍‌ ବାୟୁସେନା କହିବା ଅନୁସାରେ, ୟୁକ୍ରେନ୍‌ ରୁଷ୍‌ର ୧୮ ମିସାଇଲ ଏବଂ ୩୯  ଡ୍ରୋନ୍‌କୁ ଖସାଇଦେଇଥିଲା । ତେବେ ୬ଟି ହାଇପରସୋନିକ କିନ୍‌ଜଲ ମିସାଇଲକୁ  ୟୁକ୍ରେନ୍‌ ଖସାଇପାରି ନ ଥିଲା । ଏନର୍ଜୀ କମ୍ପାନୀ ସେଣ୍ଟ୍ରେନେରଗୋ ଅନୁସାରେ, ଆକ୍ରମଣ ଯୋଗୁ କମ୍ପାନୀ ୟୁକ୍ରେନ୍‌ରେ ଥିବା ଏହାର ୩ ପ୍ଲାଣ୍ଟରୁ ଶତପ୍ରତିଶତ ଶକ୍ତି  ଉତ୍ପାଦନ ବନ୍ଦ ହୋଇଯାଇଛି । ୟୁକ୍ରେନ୍‌ର ଜାପୋରିଜିଝିଆରେ ଥିବା ୟୁରୋପର  ସବୁଠୁ ବଡ଼ ନ୍ୟୁକ୍ଲିୟର ପାୱାରପ୍ଲାଣ୍ଟକୁ ରୁଷ୍‌ ନିୟନ୍ତ୍ରଣକୁ ନେବା ପରେ ଏହି ପୂର୍ବ  ୟୁରୋପୀୟ ଦେଶ ଶକ୍ତି ସମସ୍ୟାର ସମ୍ମୁଖୀନ ହେଉଛି । ଏବେ ରୁଷ୍‌ ଲଗାତର  ୟୁକ୍ରେନର ଏନର୍ଜୀ ସିଷ୍ଟମକୁ ଟାର୍ଗେଟ କରୁଥିବାରୁ ୟୁକ୍ରେନ୍‌ ସ୍ଥିତି ଗମ୍ଭୀର ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.