ନୂଆଦିଲ୍ଲୀ,୨୨/୮: କୋଲକାତାରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା। ଏହି ଘଟଣାକୁ ନେଇ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି । ଆଜି ସୁପ୍ରିମକୋର୍ଟରେ ସିବିଆଇ ଏହି ମାମଲାରେ ନିଜ ଷ୍ଟେଟମେଣ୍ଟ ରିପୋର୍ଟ ଦାଖଲ କରିବ । ତେବେ ଡାକ୍ତରଙ୍କୁ ହତ୍ୟା ଦୁଷ୍କର୍ମ ଘଟଣା ଓ ୧୫ ତାରିଖରେ ମେଡିକଲାରେ ଭଙ୍ଗାରୁଜା ଘଟଣାରେ ଆଜି ସୁପ୍ରିମକୋର୍ଟଙ୍କ ନିକଟରେ ଷ୍ଟାଟସ ରିପୋର୍ଟ ଦାଖଲ କରିବ ସିବିଆଇ ଓ ପଶ୍ଚିମବଙ୍ଗ ରାଜ୍ୟ ସରକାର।
ଏହି ନିର୍ଦ୍ଦେଶ ଅନୁସାରେ ତଦନ୍ତକାରୀ ସଂସ୍ଥା ଓ ପଶ୍ଚିମବଙ୍ଗ ସରକାର ଆଜିସେମାନଙ୍କର ଭିନ୍ନ ଭିନ୍ନ ତଦନ୍ତର ଅଗ୍ରଗତି ନେଇ ଷ୍ଟାଟସ ରିପୋର୍ଟ ପ୍ରଦାନ କରିବେ। ସିବିଆଇ ସିଲଡ ଲଫାଫାରେ ତଦନ୍ତର ଅଗ୍ରଗତି ରିପୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନିକଟରେ ପ୍ରଦାନ କରିବ। ରିପୋର୍ଟରେ ମୁଖ୍ୟତଃ ତଦନ୍ତର ବର୍ତ୍ତମାନର ସ୍ଥିତି, ପଲିଗ୍ରାଫ୍ ଟେଷ୍ଟ ଓ ଅନ୍ୟ ସାଇଣ୍ଟିଫିକ୍ ଅନୁସନ୍ଧାନର ତଥ୍ୟ, ତଦନ୍ତର ଦିଗ, ଭବିଷ୍ୟତର ପଦକ୍ଷେପ ଆଦି ସମ୍ପର୍କରେ ସ୍ପଷ୍ଟ କରିବ ସିବିଆଇ। ପ୍ରକାଶ ଥାଉକି, ଅଗଷ୍ଟ ୯ ତାରିଖରେ କୋଲକାତାର ଆରଜି କର କଲେଜ ଓ ହସ୍ପିଟାଲର ଏକ ସେମିନାର ହଲରେ ଟ୍ରେନି ଡାକ୍ତର ଜଣଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଏହାକୁ ନେଇ ଦେଶବ୍ୟାପି ପ୍ରତିବାଦ ଜାରି ରହିଥିବା ବେଳେ ୧୮ ତାରିଖରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା।