ପ୍ରମୂଖ ଖବର
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ନିଲାମ ହୋଇପାରୁନି ମହାପ୍ରଭୁଙ୍କ ୧୭ ଖଣି, ବର୍ଷକୁ ମିଳୁଛି ମାତ୍ର ୨୫ କୋଟି ଟଙ୍କା ରାଜସ୍ୱ

ପୁରୀ,୦୬/୦୬: ନିଲାମ ହୋଇପାରୁନି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଖଣି । ପ୍ରାୟ ୭ ମାସ ହେବ ଶ୍ରୀମନ୍ଦିର ପ୍ରଶାସନର ଆବେଦନ ସରକାରଙ୍କ ଷ୍ଟିଲ୍‌ ଆଣ୍ଡ୍‌ ମାଇନ୍ସ ବିଭାଗରେ ପଡ଼ି ରହିଛି । ୨୦୧୮  ପରଠାରୁ ପ୍ରାୟ ୪୯ଟି ଖଣି ଷ୍ଟିଲ୍‌ ଆଣ୍ଡ୍‌ ମାଇନ୍ସ ବିଭାଗ ଜରିଆରେ ବିଭିନ୍ନ ସଂସ୍ଥାକୁ ଲିଜ୍‌ ସୂତ୍ରରେ  ଦିଆଯାଇଛି । ଏ ବାବଦରେ ଶ୍ରୀମନ୍ଦିର ପ୍ରଶାସନ ବର୍ଷକୁ ୨୫ କୋଟି ଟଙ୍କା ଆୟ କରୁଛି । ୧୭ଟି ଖଣି  ନିଲାମ ନେଇ ରହିଥିବା ପ୍ରତିବନ୍ଧକକୁ ସମାଧାନ  କରିବାକୁ ସରକାର ଜୋର ଦେଉନଥିବାରୁ ସମସ୍ୟା  ସମାଧାନ ହୋଇପାରୁନି । ଖଣି ନିଲାମ ନେଇ ମାମଲା  ହାଇକୋର୍ଟକୁ ଯିବା ପରେ ଏପରି ଅଚଳାବସ୍ଥା ସୃଷ୍ଟି  ହୋଇଛି । ଷ୍ଟିଲ୍‌ ଆଣ୍ଡ୍‌ ମାଇନ୍ସ ବିଭାଗ ପକ୍ଷରୁ ଖୋର୍ଦ୍ଧା  ଉପଜିଲ୍ଲାପାଳଙ୍କ ଜରିଆରେ ଖଣି ନିଲାମ ନେଇ  ବିଜ୍ଞପ୍ତି କରାଯାଉଥିବାରୁ ଏହାକୁ ହାଇକୋର୍ଟରେ  ଚ୍ୟାଲେଞ୍ଜ କରାଯାଇଛି । ଯାହା ଉପରେ ସ୍ଥିତାବସ୍ଥା ରହିଛି । ଏହି ମାମଲା ସମାଧାନ କରିବାକୁ ସରକାର  ଆଗ୍ରହ ଦେଖାଉ ନଥିବାରୁ ଶ୍ରୀମନ୍ଦିର ପ୍ରଶାସନର ଖଣି  ସୂତ୍ରରୁ ଅଧିକ ଆୟ କରିବା ବାଟ ବନ୍ଦ ହୋଇରହିଥିବା  ଅଭିଯୋଗ ହେଉଛି । 

ମହାପ୍ରଭୁଙ୍କ ଶ୍ରୀଜଗନ୍ନାଥଙ୍କ ନାମରେ ଖୋର୍ଦ୍ଧା  ଜିଲ୍ଲାରେ ପ୍ରାୟ ୧୦୦ଟି ଖଣି ରହିଛି । ଶ୍ରୀମନ୍ଦିର  ପରିକ୍ରମା ପ୍ରକଳ୍ପ ସାଙ୍ଗକୁ ତୀର୍ଥ ପୁଷ୍କରିଣୀ ଓ  ଅନ୍ୟ ମନ୍ଦିର ଉନ୍ନତୀକରଣ ନିମନ୍ତେ ଆବଶ୍ୟକ  ଖଣ୍ଡୋଲାଇଟ୍‌ ପଥର ଏବେ ମହାପ୍ରଭୁଙ୍କ ନାମରେ ଥିବା  ଖଣ୍ଡୋଲାଇଟ୍‌ ଖଣିରୁ ଆମଦାନି ହେଉଛି । ଏହି ଖଣିକୁ  ଓଏମ୍‌ସି ନେଇଛି । ଓଏମ୍‌ସି ଖଣ୍ଡୋଲାଇଟ୍‌ ଉତ୍ତୋଳନ  ବାବଦରେ ଶ୍ରୀମନ୍ଦିର ପ୍ରଶାସନକୁ ଅଦ୍ୟାବଧି ପ୍ରାୟ  ୪ କୋଟି ଟଙ୍କା ଦେଇଛି । ଯେତେବେଳେ କି  ଉତ୍ତୋଳନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ  ପକ୍ଷରୁ ଓଏମ୍‌ସିକୁ ୩୬ କୋଟି ଟଙ୍କା ଦେବା ନିମନ୍ତେ  ଦାବି ରଖାଯାଇଛି । ଏପର୍ଯ୍ୟନ୍ତ ଦାବି ମୁତାବକ  ଟଙ୍କା ଶ୍ରୀମନ୍ଦିର ପ୍ରଶାସନକୁ ମିଳିପାରିନି । ଓଏମ୍‌ସି  ଉପରେ ଶ୍ରୀମନ୍ଦିରର ୩୨ କୋଟି ବକେୟା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.