ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୨୮ ମହଲାରେ ଥିଲି, ମାଟି ଦୋହଲିବାକୁ ଲାଗିଲା … ଜାପାନରେ ଆସିଥିବା ଭୂକମ୍ପରେ ଅଳ୍ପକେ ବର୍ତ୍ତିଲେ ରାଜାମୌଲୀ

ମୁମ୍ୱାଇ : ‘ବାହୁବଳୀ’ ଫିଲ୍ମର ନିର୍ଦ୍ଦେଶକ ଏସଏସ୍‌ ରାଜାମୌଲୀଙ୍କର ହିଟ୍‌ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ସ୍ପେଶାଲ ସ୍କ୍ରିନିଂ ଜାପାରେ ହେଉଛି। ଆରଆର୍‌ଆର୍‌ ସ୍କ୍ରିନିଂ ପାଇଁ ନିଜେ ରାଜାମୌଲୀ ନିଜ ଟିମ୍‌ ସହ ଜାପାନରେ ପହଞ୍ଚିଛନ୍ତି। ରାଜାମୌଲୀଙ୍କ ସହ ତାଙ୍କ ପତ୍ନୀ ଓ ପୁଅ କାର୍ତ୍ତିକେୟଙ୍କ ସହ ପରିବାରର ଅନ୍ୟ ସଦସ୍ୟ ବି ଜାପାନରେ ଆରଆରଆର ର ସ୍କ୍ରିନିଂରେ ପହଞ୍ଚିଛନ୍ତି। ଏହି ସମୟରେ ଗୁରୁବାର ସେମାନେ ସମସ୍ତେ ଜାପାନରେ ଏକ ବଡ଼ ଭୂକମ୍ପର ଝଡ଼କା ଅନୁଭବ କଲେ। ଏହି କଥାର ସୂଚନା ନିଜେ ରାଜାମୌଲୀଙ୍କ ପୁଅ କାର୍ତ୍ତିକେୟ ସୋସିଆଲ ମିଡ଼ିଆରେ ପ୍ରଶଂସକଙ୍କୁ ସେୟାର କରିଛନ୍ତି।  

ମହାଭାରତର କୃଷ୍ଣ ନୀତିଶଙ୍କର ଆଶ୍ଚର୍ଯ୍ୟକର ବୟାନ : କହିଲେ -୧୩ ବର୍ଷ ହେଲା ନାହିଁ ତାଙ୍କ ସହ ଶାରୀରିକ ସଂପର୍କ …

ଏସଏସ ରାଜାମୌଲୀଙ୍କ ପୁଅ କାର୍ତ୍ତିକେୟା ଜାପାନରେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ର ଝଟକାର ଅନୁଭବକୁ ଏକ୍ସ (ଟ୍ୱିଟର)ରେ ପ୍ରଶଂସକଙ୍କ ପାଇଁ ସେୟାର କରିଛନ୍ତି। କାର୍ତ୍ତିକେୟ ଏକ୍ସ ଆକାଉଣ୍ଟରେ ନିଜର ସ୍ମାର୍ଟ ୱାଚ୍‌ର ଫଟୋ ସେୟାର କରି ଲେଖିଛନ୍ତି , ୨୮ତମ ମହଲାରେ ଥିଲୁ ଏବଂ ଧିରେ ଧିରେ ମାଟି ଦୋହଲିବାକୁ ଲାଗିଲା ଏବଂ ଆମକୁ ଏହା ବୁଝିବାକୁ କିଛି ସମୟ ଲାଗିଲା କି, ଏହା ଭୂକମ୍ପ ଝଟକା ଥିଲା। ମୁଁ ଭୟଭୀତ ହୋଇ ଯାଇଥିଲି,କିନ୍ତୁ ଆଖପାଖରେ ଥିବା ସବୁ ଜାପାନୀ ନିଜକୁ ସାହସର ସହ ରହିଥିଲେ। ଯେମିତି ଲାଗିଲା କି ଏବେ ଏବେ ବର୍ଷା ଆରମ୍ଭ ହୋଇଛି। ଆପଣଙ୍କୁ କହି ରଖୁଛୁ କି, ଜାପାନାରେ ଆଜି ଅର୍ଥାତ୍‌ ୨୧ ମାର୍ଚ୍ଚରେ ଖୁବ୍‌ ତୀବ୍ର ଝଟକା ଆସିଥିଲା। 

'ଡନ୍-୩' ରେ ଲାଗି ପାରେ ରୋକ୍ , ଏହି କାରଣକୁ ହେଉଛି ଚର୍ଚ୍ଚା

ଏସଏସ ରାଜାମୌଲୀଙ୍କ ପୁଅ କାର୍ତ୍ତିକେୟଙ୍କ ଏହି ପୋଷ୍ଟ ସାମନାକୁ ଆସିବା କ୍ଷଣି ପ୍ରଶଂସକ ଖୁବ୍‌ ଚିନ୍ତାରେ ପଡ଼ି ଯାଇଛନ୍ତି। ଏଥିରେ ଯେକେହି କମେଣ୍ଟ କରି ତାଙ୍କର ସ୍ଥିତି ଜାଣିବାକୁ ଚେଷ୍ଟା କରୁଛନ୍ତି। ସେପଟେ ଜଣେ ୟୁଜର ଲେଖିଛନ୍ତି , ଆମକୁ ଏହି କଥାର ଖୁସି ଯେ, ଆପଣ ଠିକ୍‌ରେ ଅଛନ୍ତି। ଆଉ ଜଣେ ଲେଖିଛନ୍ତି, ପୁଣି ଭୂକମ୍ପର ଝଟକା ଆସି ପାରେ, ଏଥିପାଇଁ ନିଜର ଧ୍ୟାନ ରଖି ଥିବେ। ଏମିତି ଅନେକ କମେଣ୍ଟ ଏହି ପୋଷ୍ଟରେ ଆସୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.