ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ପଞ୍ଚାୟତରୁ କିରୋସିନ ଚୋରି ଅଭିଯୋଗରେ ପଞ୍ଚାୟତର ରାତ୍ର ଜଗୁଆଳି ସହ ତିନି ଗିରଫ

ଗୋଛାପଡ଼ା,୫/୨ : କନ୍ଧମଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡ଼ା ଥାନା ବାଲାନ୍ଦାପଡା ଅଂଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା I ବାଲାନ୍ଦାପଡା ପଞ୍ଚାୟତର ଗୋଦାମ ଘରେ ସାଧାରଣ ବଣ୍ଟନ ପାଇଁ ଗଛିତ ରଖାଯାଇଥିବା କିରୋସିନ ଚୋରି ହୋଇଥିବା ଅଭିଯୋଗରେ ପଞ୍ଚାୟତରେ କାର୍ଯ୍ୟରତ ରାତ୍ର ଜଗୁଆଳିଙ୍କ ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କାରି କୋର୍ଟ ଚାଲାଣ କରିଛି ଗୋଛାପଡ଼ା ପୋଲିସ I 

ତେବେ ପୋଲିସର ସୂଚନା ଅନୁସାରେ ଗତ ତିନି ତାରିଖ ଦିନ ବାଲାନ୍ଦାପଡା ପଞ୍ଚାୟତ କାର୍ଯ୍ୟାଳୟରୁ ରଖାଯାଇଥିବା ପ୍ରାୟ ଶହେ ଲିଟର କିରୋସିନି ଚୋରି ହୋଇଥିବା ନେଇ ପଞ୍ଚାୟତର ସରପଞ୍ଚ ନିରାକାର ନାଏକ ଗୋଛାପଡା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ I ସରପଞ୍ଚଙ୍କ ଅଭଯୋଗ ଆଧାରରେ ଗୋଛାପଡା ଥାନା ପୋଲିସ ୨/୨୪ରେ ଏକ ଚୋରି ମାମଲା ରୁଜୁ କାରି ତଦନ୍ତ ଜାରି ରଖିଥିବାବେଳେ ଏହି କିରୋସିନ ଚୋରି ଘଟଣାରେ ପଞ୍ଚାୟତର ରାତ୍ର ଜଗୁଆଳିଙ୍କ ସମ୍ପୃକ୍ତି ଜଣାପଡ଼ିଥିଲା I ତେବେ ଗିରଫ ଅଭିଯୁକ୍ତମାନଙ୍କ ପାଖରୁ ପୋଲିସ ୪୫ଲିଟର କିରୋସିନ ଜବତ କରିଥିବାବେଳେ ଏହି ଚୋରି ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ମଧ୍ୟରେ ରାତ୍ର ଜଗୁଆଳି ଜଣକ ସେହି ବାଲାନ୍ଦାପଡ଼ା ଗାଁର ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଶେଷଦେବ ସେଠ ଓ ଆନନ୍ଦେଶ୍ଵର ସେଠ ବୋଲି ଜଣାପଡ଼ିଛି I ସୋମବାର ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପ୍ରଭାତ ବେହେରା ସୂଚନା ଦେଇଛନ୍ତି I

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.