ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

'ବହତ୍ ପ୍ୟାର୍ କରତେ ହେଁ ତୁମକୋ ସନମ...' ପରିବେଶ ବିଜ୍ଞାନ ପରୀକ୍ଷା ଖାତାରେ ଉତ୍ତର ଲେଖିଲେ ଛାତ୍ର

ମୁମ୍ବାଇ ୦୩/୦୨: ଇଣ୍ଟର୍‌ନେଟ୍‌ରେ ଏକ ପରୀକ୍ଷା ଖାତାର ଫଟୋ ଭାଇରାଲ ହେଉଛି, ଯାହାକୁ ଦେଖି ୟୁଜର୍‌ ହସ ଅଟକାଇ ପାରୁନାହାନ୍ତି। ଭାଇରାଲ ହେଉଥିବା ପରିବେଶ ବିଜ୍ଞାନ ପରୀକ୍ଷା ଖାତାରେ ପ୍ରଦୂଷଣକୁ ଏଡ଼ାଇବା ସମ୍ପର୍କିତ ପ୍ରଶ୍ନର ଜଣେ ଛାତ୍ର ଯେଉଁ ଉତ୍ତର ଦେଇଛନ୍ତି, ତାକୁ ନେଇ ଚର୍ଚ୍ଚା ହେଉଛି । 

ଛାତ୍ର ଜଣକ ପ୍ରଥମେ ପ୍ରଦୂଷଣର ସାଧାରଣ  କାରଣ ଯଥା- ଯାନବାହନରୁ ନିର୍ଗତ  ଧୂଆଁ, କାରଖାନା ବର୍ଜ୍ୟ ଆଦି ହ୍ରାସ  ବିଷୟରେ ଉଲ୍ଲେଖ କରିଛନ୍ତି । କିନ୍ତୁ ହଠାତ୍‌ ଆଶ୍ଚର୍ଯ୍ୟଜନକ ଭାବେ ସେ  ୧୯୯୧ ମସିହାର ହିନ୍ଦୀ ଫିଲ୍ମ ‘ସାଜନ୍‌’ର  ଗୀତ ଲେଖିବା ଆରମ୍ଭ କରିଦେଲେ । ତା’ପରେ ପୁଣି ପ୍ରଦୂଷଣ ବିଷୟ  ଉପରେ ଉତ୍ତର ଦେବା ଆରମ୍ଭ କଲେ ।  ବିଦ୍ୟାର୍ଥୀଙ୍କର ଏଭଳି କାର୍ଯ୍ୟ ପରୀକ୍ଷକଙ୍କୁ  ଯେତିକି ଦ୍ୱନ୍ଦ୍ୱରେ ପକାଇଛି, ତା’ଠୁ  ବେଶି ହସର ଖୋରାକ ଯୋଗାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.