ପ୍ରମୁଖ ଖବର
  • ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଦୀର୍ଘ ଏକଘଣ୍ଟା ପରେ ଉଦ୍ଧାର ହେଲେ ୩୦ ଯାତ୍ରୀ
  • ||
  • ମଙ୍ଗଳବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେବେ ୧୯,୬୦୦ କୋଟିର ପ୍ରକଳ୍ପ ଭେଟି
  • ||
  • ପୁଲିସକୁ ଢେଲାମାରି ହତ୍ୟା ଉଦ୍ୟମ ଅଭିଯୋଗ: ଦୁର୍ଦ୍ଦାନ୍ତ ପାକା ଗିରଫ, ଭାଇ ଫେରାର
  • ||
  • ଆଜି ସରିବ ମାଟ୍ରିକ୍‌ ପରୀକ୍ଷା: ଭାଇରାଲ୍‌ ଓ ଲିକ୍‌ ଗୁଜବର ଘଟୁନି ଅନ୍ତ, କ୍ରାଇମ୍‌ବ୍ରାଞ୍ଚ୍‌ରେ ବୋର୍ଡ ଏତଲାର ଫଳ ଶୂନ୍ୟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା
  • ||
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ବିଦ୍ୟାର ମନ୍ଦିରରେ ରକ୍ତ ଛିଟା, ଚତୁର୍ଥ ଶ୍ରେଣୀ ଛାତ୍ରଙ୍କୁ କମ୍ପାସରେ ଭୁସି ଲହୁଲୁହାଣ କଲେ ସହପାଠୀ

Image Courtesy: indiatoday

ଇନ୍ଦୋର: ବିଦ୍ୟାର ମନ୍ଦିରରେ ବର୍ବର କାଣ୍ଡ । ଜଣେ ଚତୁର୍ଥ ଶ୍ରେଣୀର ଛାତ୍ରଙ୍କୁ କମ୍ପାସରେ ଭୁସି ଲହୁଲୁହାଣ କରିପକାଇଛନ୍ତି ତାର ୩ ସହପାଠୀ । ଥରେ କି ଦୁଇ ଥର ନୁହେଁ ୧୦୮ ଥର କମ୍ପାସରେ ଛାତ୍ରଟି ଉପରେ ଆକ୍ରମଣ ହୋଇଥିବା ବେଳେ ସେ ଅତ୍ୟନ୍ତ ଭୟରେ ଥିବା ନେଇ ତାର ବାପା ଅଭିଯୋଗ କରିଛନ୍ତି । ମଧ୍ୟପ୍ରଦେଶର ଏକ ଘରୋଇ ସ୍କୁଲରେ ଘଟିଥିବା ଏହି ବର୍ବର ଘଟଣାକୁ ନେଇ ସବୁଠି ଚର୍ଚ୍ଚା ଜାରି ରହିଛି ।

ସେପଟେ ଘଟଣାକୁ ନେଇ ତତ୍ପରତା ପ୍ରକାଶ କରିବା ସହ ପୋଲିସକୁ ତଦନ୍ତ ରିପୋର୍ଟ ମାଗିଛି ଶିଶୁ ବିକାସ ସମିତି (ସିଡବ୍ଲୁସି) । ତେବେ ଏକ ଘରୋଇ ସ୍କୁଲରେ ଜଣେ ଛାତ୍ରକୁ ତାର ସହପାଠୀମାନେ ଜିଓମେଟ୍ରି କମ୍ପାସରେ ୧୦୮ ଥର ଆକ୍ରମଣ କରିଛନ୍ତି ବୋଲି ସିଡବ୍ଲୁସି ଅଧ୍ୟକ୍ଷା ପଲ୍ଲବୀ ପୋରଓ୍ବାଲ କହିଛନ୍ତି ।ଏତେ କମ୍‌ ବୟସରେ ପିଲାମାନଙ୍କ ମଧ୍ୟରେ ହିଂସା କାହିଁକି ବୃଦ୍ଧି ପାଉଛି ବୋଲି ସେ ପ୍ରଶ୍ନ କରିବା ସହ ପୋଲିସକୁ ତଦନ୍ତ ରିପୋର୍ଟ ମାଗିଛନ୍ତି । ଏଭଳି ଆକ୍ରମଣର ଶିକାର ହେଉଥିବା ପିଲା ଏବଂ ତାଙ୍କ ଅଭିଭାବକଙ୍କ ପାଖରୁ ଆମେ ତଥ୍ୟ ସଂଗ୍ରହ କରିବୁ ବୋଲି ମଧ୍ୟ ସେ କହିଛନ୍ତି । 

ତେବେ ପିଲାମାନେ ହିଂସାତ୍ମକ ଭିଡିଓ ଗେମ୍‌ ଖେଳୁଛନ୍ତି କି ନାହିଁ ସେ ସଂପର୍କରେ ତଦନ୍ତ କରିବ ଶିଶୁ ବିକାଶ ସମିତି । ସେପଟେ ପୀଡ଼ିତଙ୍କ ବାପା ଅଭିଯୋଗ କରିଛନ୍ତି ଯେ, ନଭେମ୍ବର ୨୪ ତାରିଖ ପ୍ରାୟ ଦିନ ୨ଟା ବେଳେ ତାଙ୍କ ପୁଅ ଲହୁଲୁହାଣ ହେବା ସହ ଭୟଭୀତ ଅବସ୍ଥାରେ ଘରେ ପହଞ୍ଚିଥିଲା । ହେଲେ ତାଙ୍କ ପୁଅକୁ ତାର ସହପାଠୀମାନେ କାହିଁକି ଆକ୍ରମଣ କଲେ ସେନେଇ ଜାଣନଥିବା କହିଛନ୍ତି ପୀଡ଼ିତଙ୍କ ବାପା । ଏହା ସହ କେତେବେଳେ ଏବଂ କାହିଁକି ତାଙ୍କ ପୁଅ ଉପରେ ଆକ୍ରମଣ ହେଲା ସେନେଇ ସିସିଟିଭି ଫୁଟେଜ ମାଗିଥିଲେ ହେଁ ସ୍କୁଲ କର୍ତ୍ତୃପକ୍ଷ ଦେବାକୁ ମନା କରିଥିଲେ ବୋଲି ସେ କହିଛନ୍ତି ।

ସେପଟେ ଏହି ଘଟଣାରେ ଏରୋଡମ୍‌ ଥନାରେ ଏତଲା ଦିଆଯାଇଛି । ଅଭିଯୋଗ ପାଇବା ପରେ ପୀଡ଼ିତ ଶିଶୁର ଡାକ୍ତରୀ ମାଇନା କରାଯାଇଛି ବୋଲି କହିଛନ୍ତି ଏସିପି ବିବେକ ସିଂହ ଚୌହାନ । ତେବେ ଏହି ଘଟଣାରେ ଜଡ଼ିତ ଥିବା ସମସ୍ତ ପିଲାଙ୍କ ବୟସ ୧୦ ବର୍ଷରୁ କମ୍‌ ହୋଇଥିବା ବେଳେ ଆଇନ ଅନୁଯାୟୀ ସମସ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିବେକ ଚୌହାନ କହିଛନ୍ତି । 

 

 

 

  • School
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.