ନୂଆଦିଲ୍ଲୀ,୧୮।୯: ଭାରତୀୟ ବଂଶୋଦ୍ଭବ ନାସାର ମହାକାଶଯାତ୍ରୀ ସୁନିତା ଓ୍ବିଲିୟନ୍ସ ଗତ କିଛି ମାସ ହେବ ମହାକାଶରେ ଫଶି ରହିଛନ୍ତି। ତାଙ୍କ ସହ ବୁଚ୍ ଓ୍ବିଲମୋର ମଧ୍ୟ ଅଛନ୍ତି, ଦୁହେଁ ଆସନ୍ତା ବର୍ଷ ଫେବୃଆରୀରେ ପୃଥିବୀକୁ ଫେରିବାର ଆଶା ରହିଛି। ଜୁନ୍ ପ୍ରଥମ ସପ୍ତାହରେ ସୁନିତା ଓ ଓ୍ବିଲମୋର ଏକ ସପ୍ତାହ ପାଇଁ ଯାଇଥିଲେ, କିନ୍ତୁ ମହାକାଶ ଯାନ ବୋଇଂ ଷ୍ଟାରଲାଇନରରେ ଟେକ୍ନିକାଲ ସମସ୍ୟା ଆସିବା ପରେ ଦୁହିଁଙ୍କ ଫେରିବାର ବାଟ ଏକ ପ୍ରକାର ବର୍ତ୍ତମାନ ପାଇଁ ବନ୍ଦ ହୋଇଯାଇଛି। ମହାକାଶରେ ଥିବା ସୁନିତା ଓ ଓ୍ବିଲମୋର ବିଭିନ୍ନ ପ୍ରକାର କାମ କରୁଛନ୍ତି। ସୁନିତା ଏହି ସମୟରେ ନିଜର ଦୁଇ କୁକୁର, ସାଙ୍ଗ ଓ ପରିବାରକୁ ଖୁବ୍ ମନେ ପକାଉଛନ୍ତି। ସେ ଏନେଇ ବହୁ ରାଜ୍ ଖୋଲିଛନ୍ତି। ସୁନିତା ମହାକାଶରେ କହିଛନ୍ତି, ମୋତେ ଜଣାଅଛି ସେମାନେ ମଧ୍ୟ ମୋତେ ଖୁବ୍ ମିସ୍ କରୁଥିଲେ, କିନ୍ତୁ ସେମାନେ ସବୁ ଜାଣନ୍ତି। ସମସ୍ତେ ଚାହୁଁଛନ୍ତି, ଆମେ ସ୍ପେସ୍ଏକ୍ସ କ୍ରୁ-୯ ସହ ଫେରିଯାଉ।’
ଉଲ୍ଲେଖନୀୟ ଯେ, ସୁନୀତା ଓ ଓ୍ବିଲମୋର ଏଲନ୍ ମସ୍କଙ୍କ ସ୍ପେସ୍ ଏକ୍ସର କ୍ରୁ-୯ ଜରିଆରେ ଫେବୃଆରୀ ୨୦୨୫ ରେ ପୃଥିବୀକୁ ଫେରି ପାରନ୍ତି। ସୁନିତା ଆହୁରି କହିଛନ୍ତି, ପୃଥିବୀ ଉପରେ ମୁଁ ଦୌଡୁଥାଏ କିମ୍ବା ଚାଲୁଥାଏ। ମୁଣ୍ଡରେ ବହୁତ କିଛି ଜିନିଷ ମଧ୍ୟ ଚାଲୁଥାଏ। ତଥାପି ମୁଁ ପୃଥିବୀରେ ରଖିବାକୁ ପସନ୍ଦ କରେ। ମୋତେ ନିଜର କୁକୁରଙ୍କୁ ସକାଳୁ ମର୍ଣ୍ଣିଂ ଓ୍ବାକ୍ରେ ନେଇକି ଯିବା ଖୁବ୍ ପସନ୍ଦ, ପକ୍ଷୀଙ୍କ ସ୍ବର ଶୁଣିବା ମୋର ବହୁତ ପସନ୍ଦ। ଏସବୁ ଜିନିଷକୁ ମୁଁ ଖୁବ୍ ମିସ୍ କରୁଛି। ’
ସୁନିତା ଏହା ମଧ୍ୟ କହିଛନ୍ତି ଯେ, କେବଳ ଏତିକି ନୁହେଁ ବହୁତ କିଛି ଜିନିଷକୁ ମୁଁ ଏଠାରେ ମିସ୍ କରୁଛି। ହେଲେ ଏବେ ସ୍ପେସ୍ ଷ୍ଟେସନ୍ରେ ଗୋଟିଏ ଜିନିଷ କରିବାକୁ ଖୁବ୍ ପସନ୍ଦ ଲାଗୁଛି, ତାହା ହେଲା ଜର୍ଣ୍ଣାଲିଂ। ଏହି କାମର ମୋର ଖୁବ୍ ପସନ୍ଦ। ସେ ସପ୍ତାହକର ରିକ୍ୟାପ୍ ଲେଖି ଓ ତା ପରେ ତାକୁ ତଳକୁ ଲୋକଙ୍କ ନିକଟକୁ ପଠାଉଛି। ସ୍ପେସ୍ ଷ୍ଟେସନ୍ରେ କିଭଳି କାମ କରିବା ମଜା ଓ କେତେ ୟୁନିକ୍ କାମ ଆମେ କରୁ ତାହା ସମସ୍ତେ ଜାଣିବା ଦରକାର। ପୃଥିବୀର ଜୀବନ ତୁଳନାରେ ଏହା ଖୁବ୍ ଅଲଗା ଓ ନୂଆ ଜିନିଷ ବିଷୟରେ ଭାବିବାକୁ ମଧ୍ୟ ବୁଦ୍ଧି ଆସେ। ସେଭଳି ଓ୍ବିଲମୋର ବୁଚ୍ ମଧ୍ୟ ମହାକାଶରୁ କହିଛନ୍ତି, ସେ ନିଜର ପିଲାଙ୍କ ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ସମୟକୁ ଖୁବ୍ ମିସ୍ କରିବେ।ତାଙ୍କ ସାନ ଝିଅ ହାଇସ୍କୁଲର ଶେଷ ବର୍ଷରେ ପଢୁଛନ୍ତି, ସେଭଳି ବଡ଼ ଝିଅ କଲେଜରେ ପଢୁଛନ୍ତି।