ପ୍ରମୂଖ ଖବର
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ମଦ ଦୁର୍ନୀତି ମାମଲାରେ ଇଡି-ସିବିଆଇକୁ ଝଟକା, ସିସୋଦିଆଙ୍କ ପରେ କେ.କବିତାଙ୍କୁ ସୁପ୍ରିମକୋର୍ଟରୁ ଜାମିନ୍

ନୂଆଦିଲ୍ଲୀ,୨୭।୮: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ବିଆରଏସ୍‌ ନେତ୍ରୀ କେ.କବିତାଙ୍କୁ ସୁପ୍ରିମକୋର୍ଟରୁ ଜାମିନ୍। ୧୦ ଲକ୍ଷ ଟଙ୍କାର ବେଲ୍‌ ବଣ୍ଡରେ ତାଙ୍କୁ ଜାମିନ୍ ଦେବା ସହ ସୁପ୍ରିମକୋର୍ଟ ମଧ୍ୟ କିଛି ସର୍ତ୍ତ ରଖିଛନ୍ତି। କବିତାଙ୍କୁ ନିଜର ପାସପୋର୍ଟ ଜମା କରିବାକୁ ‌େ‌ହେବ। ଦେଶର ସବୁଠାରୁ ବଡ଼ କୋର୍ଟ ତାଙ୍କୁ ଜାମିନ୍ ଦେବା ସହ ଏହା କହିଛନ୍ତି ଯେ, ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା ନକରନ୍ତୁ। କବିତାଙ୍କୁ ଏଭଳି ସମୟରେ ଜାମିନ୍ ମିଳିଛି ଯେତେବେଳେ ନିକଟରେ ସୁପ୍ରିମକୋର୍ଟ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମଧ୍ୟ ୧୮ ମାସ ପରେ ଜାମିନ୍ ପ୍ରଦାନ କରିଛନ୍ତି। 

ଜଷ୍ଟିସ୍ ବିଆର ଗଭଇ ଓ ଜଷ୍ଟିସ୍ କେଭି ବିଶ୍ବନାଥନଙ୍କ ଖଣ୍ଡପୀଠ କବିତାଙ୍କୁ ଜାମିନ୍ ଦେଇ ଏହା ସ୍ପଷ୍ଟ କରିଛନ୍ତି ଯେ, ମେରିଟ୍‌ରେ କାହା ଉପରେ କୌଣସି ଟିପ୍ପଣୀ କରାଯାଇ ନାହିଁ, ଫଳରେ ଟ୍ରାଏଲ ଉପରେ କୌଣସି ପ୍ରଭାବ ପଡିବନି। କବିତା ୫ ମଇରୁ ଜେଲ୍‌ରେ ଥିଲେ। ଇଡି ଓ ସିବିଆଇ ସିସୋଦିଆ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଭଳି କେ.କବିତାଙ୍କ ଭୂମିକା ମଧ୍ୟ ମଦ ଦୁର୍ନୀତିରେ ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ।

ତଦନ୍ତକାରୀ ଏଜେନ୍ସି ଜାମିନ୍ ଆବେଦନର ବିରୋଧ କରି ସୁପ୍ରିମକୋର୍ଟ କହିଛନ୍ତି, ବିଆରଏସ୍‌ ନେତା କେ କବିତା ମୋବାଇଲ ଫୋନ୍ ଫର୍ମାଟ କରିଦେଇଥିଲେ ଓ ସେ ପ୍ରମାଣ ନଷ୍ଟ ନକରିବାକୁ କହିଛନ୍ତି। ସେଭଳି କେ କବିତା କହିଛନ୍ତି, ମୋବାଇଲ ଫୋନ୍ ଫର୍ମାଟ କରିବାର ଅଭିଯୋଗ ନକଲି। ସୁପ୍ରିମକୋର୍ଟ ତଦନ୍ତକାରୀ ଏଜେନ୍ସିଙ୍କୁ ପଚାରିଛନ୍ତି, କ’ଣ ପ୍ରମାଣ ରହିଛି। ବିଆରଏସ୍‌ ନେତା କବିତାଙ୍କ ଅପରାଧରେ ସାମିଲ ଥିଲେ। କବିତାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବି ମୁକୁଲ ରୋହତଗି  ଜାମିନ୍ ଦେବାର ଅନୁରୋଧ କରିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.