ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ମୋ ଘରେ ଅଛି ୨୦୧୧ର ବିଶ୍ବକପ୍‌ ଟ୍ରଫି’; ପାକିସ୍ତାନୀ ସାମ୍ବାଦିକଙ୍କୁ ଏଭଳି ଜବାବ ଦେଲେ ସୁରେଶ ରାଇନା

Image Courtesy: timesofindia

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ବ୍ୟାଟର ସୁରେଶ ରାଇନା ପାକିସ୍ତାନୀ ସାମ୍ବାଦିକଙ୍କୁ ମୁହଁତୋଡ଼ ଜବାବ ଦେଇଛନ୍ତି । ପାକିସ୍ତାନ ଟିମ୍‌ର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦିଙ୍କ ଉପରେ ମନ୍ତବ୍ୟ ଦେଇ ଟ୍ରୋଲ୍‌ର ଶିକାର ହୋଇଥିଲେ ରାଇନା । ଆଉ ଏହାକୁ ନେଇ ପାକିସ୍ତାନର ଜଣେ ସାମ୍ବାଦିକ ରାଇନାଙ୍କୁ ଛିଗୁଲାଇବାକୁ ଚେଷ୍ଟା କରିଥିଲେ । ଏହାର ଜବାବରେ ସୁରେଶ ରାଇନା ଦମଦାର ରିପ୍ଲାଏ କରିଛନ୍ତି । ପାକିସ୍ତାନୀ ସାମ୍ବାଦିକ ଜଣଙ୍କ ଏକ୍ସରେ ଲେଖିଥିଲେ ଯେ, ‘ଟି-୨୦ ବିଶ୍ବକପ ୨୦୨୪ରେ ଶାହିଦ ଆଫ୍ରିଦିଙ୍କୁ ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତ କରିଛି ଆଇସିସି । ହେଲୋ ସୁରେଶ ରାଇନା ?’

 ପାକ୍‌ ସାମ୍ବାଦିକଙ୍କ ଏହି ଏକ୍ସ ପୋଷ୍ଟରେ ରିପ୍ଲାଏ କରି ତାଙ୍କ ମୁଁହ ବନ୍ଦ କରିଦେଇଛନ୍ତି ସୁରେଶ ରାଇନା । ୨୦୧୧ ବିଶ୍ବକପ୍‌ ସେମିଫାଇନାଲ ମ୍ୟାଚ୍‌ କଥା ମନେ ପକାଇ ସୁରେଶ ରାଇନା ସମ୍ପୃକ୍ତ ସାମ୍ବାଦିକଙ୍କୁ ଘେରିବାକୁ ଚେଷ୍ଟା କରିଛନ୍ତି । ସେ ଲେଖିଛନ୍ତି, ‘ମୁଁ ଆଇସିସି ଆମ୍ବାସଡର ନୁହେଁ, କିନ୍ତୁ ମୋ ଘରେ ୨୦୧୧ ବିଶ୍ବକପ୍‌ର ଟ୍ରଫି ଅଛି । ମୋହାଲିରେ ହୋଇଥିବା ମ୍ୟାଚ୍‌ କଥା ମନେ ଅଛି ତ ? ଆଶକରୁଛି ଏହି କଥା ଆପଣଙ୍କର ଅଭୁଲା ସ୍ମୃତି ଉଜାଗର କରିଥିବ ।’

ଏହା ପୂର୍ବରୁ ଆଇପିଏଲ କମେଣ୍ଟ୍ରି ସମୟରେ ରାଇନାଙ୍କୁ ସନ୍ନ୍ୟାସରୁ ଫେରି ପୁଣିଥରେ ଖେଳିବେ କି ବୋଲି ପ୍ରଶ୍ନ କରିଥିଲେ ଆକାଶ ଚୋପ୍ରା । ଏହାର ଜବାବରେ ରାଇନା କହିଥିଲେ, ‘ମୁଁ ରାଇନା, ଶାହିଦ ଆଫ୍ରିଦି ନୁହେଁ’ । ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ଶାହିଦ ଆଫ୍ରିଦି ଅନେକ ଥର ସନ୍ନ୍ୟାସ ନେଇ ମଧ୍ୟ କ୍ରିଜ୍‌କୁ ଫେରିଥିଲେ । ତେବେ ରାଇନାଙ୍କ ମନ୍ତବ୍ୟକୁ ନେଇ କମେଣ୍ଟ୍ରି ବକ୍ସରେ ଚର୍ଚ୍ଚା ଜୋରଦାର ହୋଇଥିଲା । 




ସୂଚନାଯୋଗ୍ୟ,  ୨୦୨୦ରେ ମହେନ୍ଦ୍ର ସିଂହ ଧୋନିଙ୍କ ସମେତ ସୁରେଶ ରାଇନା ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ । ପରେ ୩୭ ବର୍ଷୀୟ ସୁରେଶ ରାଇନା ୨୦୨୧ରେ ଆଇପିଏଲକୁ ଅଲବିଦା କହିଥିଲେ । ଏହି ବର୍ଷ ଚେନ୍ନାଇ ସୁପର କିଙ୍ଗ୍ସ ନିଜର ଚତୁର୍ଥ ଟାଇଟଲ ହାସଲ କରିଥିଲା । ଅବସର ନେବା ପରଠାରୁ ମ୍ୟାଚ୍‌ରେ କମେଣ୍ଟ୍ରି କରୁଛନ୍ତି ସୁରେଶ ରାଇନା ।  

  • cricket
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.