ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୋସ୍ତକର ଉପକାରିତା, ମଜବୁତ କରେ ହାଡ଼ ଓ ଦାନ୍ତ...

ଭୁବନେଶ୍ୱର, ୧୩।୪: ରୋଷେଇ ଘରେ ବ୍ୟବହୃତ ହେଉଥିବା ମସଲା କେବଳ ସ୍ୱାଦ ବଢ଼ାଇ ନଥାଏ । ବରଂ ଶରୀର ପାଇଁ ମଧ୍ୟ ବେଶ୍‌ ସ୍ୱାସ୍ଥ୍ୟପ୍ରଦ । ଯେମିତିକି ପୋସ୍ତକ । ଏହା ଦେଖିବାକୁ ଖୁବ୍‌ ଛୋଟ, କିନ୍ତୁ ଉପକାରୀ । ଅବଶ୍ୟ ଅଧିକ ମହଙ୍ଗା ହୋଇଥିବାରୁ ଖୁବ୍‌ କମ୍‌ ଲୋକ ଏହାକୁ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରିଥାନ୍ତି । ଅନେକ ରୋଗରୁ ରକ୍ଷା କରିଥାଏ ପୋସ୍ତକ । ଏହାକୁ ମସଲାରେ କିମ୍ବା ପାଉଡର ଭାବେ ଖାଦ୍ୟରେ ବ୍ୟବହାର କରିପାରିବେ । ଏହା ପାଚନ ତନ୍ତ୍ରଠାରୁ ଆରମ୍ଭ କରି ହାଡ଼ ଯାଏ ପ୍ରାୟ ସବୁ ଅଙ୍ଗପ୍ରତ୍ୟଙ୍ଗ ପାଇଁ ଖୁବ୍‌ ଲାଭଦାୟକ । ତେଣୁ ଏହାକୁ ଡାଏଟ୍‌ରେ ସାମିଲ୍‌ କରିବା ଉଚିତ୍‌ । ଏହାକୁ ମିଠା ଓ ଲୁଣିଆ ବ୍ୟଞ୍ଜନ ପ୍ରସ୍ତୁତିରେ ବ୍ୟବହାର କରିପାରିବେ । ଏହା ଖାଦ୍ୟର ସ୍ୱାଦ ବଢାଇବା ସହ ଶରୀରକୁ ପୋଷକ ତତ୍ତ୍ୱ ଯୋଗାଇବାରେ ସାହାଯ୍ୟ କରିଥାଏ । ତେଣୁ ଏହାକୁ ଡାଏଟ୍‌ରେ ସାମିଲ୍‌ କରିବା ଜରୁରି । 

ପୋସ୍ତକ ଫାଇବର, ପ୍ରୋଟିନ୍‌, କପର୍‌, ଓମେଗା-୩, ଫ୍ୟାଟି ଏସିଡ୍‌, କ୍ୟାଲସିୟମ୍‌, ମାଙ୍ଗାନିଜ୍‌ ଓ ଥାୟମିନ୍‌ ଆଦି ତତ୍ତ୍ୱରେ ଭରପୂର । ପୋଟାସିୟମ୍‌ରେ ଭରା ପୋସ୍ତକ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରିତ କରିବା ସହ ହୃଦୟଜନିତ ରୋଗକୁ କମ୍‌ କରିଥାଏ । ରକ୍ତଚାପ ରୋଗୀ ଏହାକୁ ନିଶ୍ଚୟ ଖାଇବା ଉଚିତ୍‌ । କ୍ୟାଲସିୟମ୍‌ରେ ଭରା ପୋସ୍ତକ ହାଡ଼ ଓ ଦାନ୍ତ ପାଇଁ ବେଶ୍‌ ଲାଭଦାୟକ । ପାଚନ ତନ୍ତ୍ରରେ ସୁଧାର ଆଣେ ଫାଇବରର ପ୍ରମୁଖ ସ୍ରୋତ ହେଉଛି ପୋସ୍ତକ । ଏହା କୋଷ୍ଠକାଠିନ୍ୟ ପରି ସମସ୍ୟାକୁ ରୋକିବା ସହ ମଳତ୍ୟାଗକୁ ସହଜ କରିଥାଏ । ପେଟଜନିତ ସମସ୍ୟା ଥିଲେ ପୋସ୍ତକକୁ ଡାଏଟ୍‌ରେ ସାମିଲ୍‌ ନିଶ୍ଚୟ କରନ୍ତୁ । ଯନ୍ତ୍ରଣାରୁ ମୁକ୍ତି ଦିଏ ପୋସ୍ତକ ଅନେକ ପରୋପକାର ଶରୀର ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.