ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ଭାଙ୍ଗିଯିବ କି ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ !

ନୂଆଦିଲ୍ଲୀ,୨୪/୮ :  ଆଇପିଏଲ୍ ୨୦୨୫ଲାଗି ଅକ୍ସନ ପୂର୍ବରୁ ଟିମ୍ ଖେଳାଳୀଙ୍କୁ ରିଲିଜ କରିବ । ପ୍ରାୟ କେତେକ ଖେଳାଳୀଙ୍କ ଟିମ୍ ପରିବର୍ତ୍ତନ ହେବାରେ ଅଛି । ଏବେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକାତା ନାଇଟ ରାଇଡର୍ସକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ଖବର ସାମ୍ନାକୁ ଆସୁଛି । ଏକ ରିପୋର୍ଟ ଅନୁସାରେ ମୁମ୍ବାଇ ଟିମ୍ ଭାଙ୍ଗିବାକୁ ଯାଉଛି । କେକେଆର ସୂର୍ଯ୍ୟ କୁମାର ଯାଦବଙ୍କୁ ଅଧିନାୟକର ଅନଅଫିସିଆଲ ଅଫର ଦେଇଛନ୍ତି ।  ଯଦି ସୂର୍ଯ୍ୟ ମୁମ୍ବାଇର ହାତ ଛାଡ଼ୁଛନ୍ତି ତ ସେ କେକେଆରକୁ ଯାଇପାରନ୍ତି । ମାତ୍ର ଏହାକୁ ନେଇ କୌଣସି ପ୍ରକାର ଅଫିସିଆଲ ସୂଚନା ମିଳିନାହିଁ ।

ସୂର୍ଯ୍ୟ ୨୦୧୮ରୁ ମୁମ୍ବାଇ ଇଣ୍ଡିଆନ୍ସ ସହ ଅଛନ୍ତି । ସୂର୍ଯ୍ୟଙ୍କୁ ୨୦୧୮ରୁ ୨୦୨୧ପର୍ଯ୍ୟନ୍ତ ୩.୨୦କୋଟି ଟଙ୍କା ଦରମା ମିଳୁଥିଲା । ଏହାପରେ ୨୦୨୨ରେ ଦରମା ବଢାଇ ଦିଆଯାଇଛି । ଏବେ ତାଙ୍କୁ ୮କୋଟି ଟଙ୍କା ମିଳୁଛି । କିନ୍ତୁ ଏବେ ତାଙ୍କୁ ମେଗା ଅକ୍ସନ ପୂର୍ବରୁ ଯଦି ମୁମ୍ବାଇ ରିଲିଜ କରିବ ତ କୋଲକାତା କିଣିପାରେ । କ୍ରିକେଟକୀଡ଼ାର ଏକ ଖବର ଅନୁସାରେ କେକେଆର ସୂର୍ଯ୍ୟଙ୍କୁ ଅଧିନାୟକର ଅଫର ଦେଇଛି । କିନ୍ତୁ ସେ ଏବେ ଏହା ଉପରେ ପ୍ରତିକ୍ରିୟା ଦେଇ ନାହାନ୍ତି । ଯଦି ସୂର୍ଯ୍ୟ କେକେଆର ଯାଉଛନ୍ତି ତ ସେଠାରେ ଅଧିନାୟକ ହୋଇପାରନ୍ତି ।

ପ୍ରକାଶ‌ ଯେ, ମୁମ୍ବାଇ ଇଣ୍ଡିଆନ୍ସ ଗତ ସିଜନରେ ରୋହିତ ଶର୍ମାଙ୍କୁ ଅଧିନାୟକରୁ ହଟାଇ ଦିଆଯାଇଥିଲା । ଟିମ୍ ପାଣ୍ଡ୍ୟାକୁ ଅଧିନାୟକ ଦାୟିତ୍ବ ଦେଇଥିଲା । ହାର୍ଦ୍ଦିକ ଅଧିନାୟକ ହେବା ପ‌ରେ ଟିମରେ ପରିବର୍ତ୍ତନ ଆସିଥିଲା । ଗଣମାଧ୍ୟମ ରିପୋର୍ଟ ଅନୁସାରେ ସୂର୍ଯ୍ୟ ସମେତ କେତେକ ଖେଳାଳୀ ପାଣ୍ଡ୍ୟାଙ୍କ ଅଧିନାୟକତ୍ବରେ ଖୁସି ନ ଥିଲେ । ତେବେ ମୁମ୍ବାଇ ଏବେ କାହାକୁ ରିଲିଜ କରିବ କି ନ କରିବ ତାହା କୁହାଯାଇପାରିବ ନାହିଁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.