ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ, କାରଣ ଖୋଜୁଛି ପୋଲିସ

ଫିରିଙ୍ଗିଆ, ୧୩/୪ : ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ। ଫିରିଙ୍ଗିଆ ଅଞ୍ଚଳରେ ଜଣେ ୨୫ ବର୍ଷୀୟ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ଯୁବତୀ ଜଣକ ଫିରିଙ୍ଗିଆ ଥାନା ନୁଆପଦର ପଞ୍ଚାୟତ ରବିଙ୍ଗିଆ ଗାଁର ବୋଲି ଜଣାପଡିଛି। ଘଟଣାକୁ ନେଇ ମେଡିକାଲ କର୍ତ୍ତୃପକ୍ଷ ଥାନାରେ ଏକ ଲିଖିତ ଅଭିଯୋଗ କଲାପରେ ଫିରିଙ୍ଗିଆ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। 

ମୃତ ଯୁବତୀଙ୍କ ଭାଇ ପ୍ରତାପ କହଁରଙ୍କ ବୟାନ ଅନୁସାରେ ସରିତା ଏକ ବେସରକାରୀ ମାର୍କେଟିଙ୍ଗ କମ୍ପାନୀର ଏଜେଣ୍ଟ ଭାବରେ କାମ କରୁଥିଲେ। ଗତ ୨ ତାରିଖ ଦିନ ସେ କମ୍ପାନୀର ବାର୍ଷିକ ଉତ୍ସବ ପାଇଁ ଅନ୍ୟମାନଙ୍କ ସହ ଦିଲ୍ଲୀ ଯାଇ ୧୦ ତାରିଖ ରାତିରେ ଗାଁକୁ ଫେରିଥିଲେ। ୧୧ ତାରିଖ ଦିନ ହଠାତ୍ ତାଙ୍କ ଦେହ ଅସୁସ୍ଥ ହେବା ସହ ବାନ୍ତି ଓ ଝାଡା ହୋଇଥିଲା। ପରେ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ମାର୍କେଟିଙ୍ଗ କାମରେ ଉତ୍ତମ ପ୍ରଦର୍ଶନ କରିଥିବା ଯୋଗୁଁ କମ୍ପାନୀ ତରଫରୁ ତାଙ୍କୁ ପୁରସ୍କୃତ କରାଯିବା ପାଇଁ ମନୋନୀତ କରାଯାଇଥିଲା। ସେପଟେ ଯୁବତୀଙ୍କ ବାହାଘର ପାଇଁ  ନିର୍ବନ୍ଧ ସାରିଥିବା ବେଳେ କିଛିଦିନ ପରେ ତାଙ୍କର ବାହାଘର ହୋଇଥାନ୍ତା ବୋଲି ତାଙ୍କ ଭାଇ ପ୍ରତାପ କହିଛନ୍ତି। 

କନ୍ଧମାଳ ଜିଲ୍ଲାର ୫୩ ଜଣ କର୍ମଚାରୀ ଦିଲ୍ଲୀ ଯାଇଥିବା ବେଳେ ଏମାନଙ୍କର ନେତୃତ୍ୱ ନେଇଥିବା ଦାରିଙ୍ଗବାଡି ଅଞ୍ଚଳର ଆଇଏମସି କର୍ମଚାରୀ ସଞ୍ଜୟ କୁମାର ବିନ୍ଧାଣୀଙ୍କୁ ପଚାରିବାରୁ, ଦିଲ୍ଲୀ ଯିବା ଠାରୁ ଘରେ ପହଞ୍ଚିବା ଯାଏ ସବୁକିଛି ଠିକ ଥିଲା, କୌଣସି ଅସୁବିଧା ନ ଥିବା କହିଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ଥାନା ଅଧିକାରୀ ଗୋପୀନାଥ ପ୍ରଧାନ କହିଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.