ମୁମ୍ବାଇ ୧୮/୯: ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ନୂଆ ମର୍ସିଡିଜ୍ ମେବ୍ୟାକ୍ ଜିଏଲଏସ୍ କିଣିଛନ୍ତି । ତାପସୀଙ୍କର ପୂର୍ବରୁ ଏକ ମର୍ସିଡିଜ୍ ଅଛି । ତାଙ୍କ ପାଖରେ ମର୍ସିଡିଜ୍ ବେଞ୍ଜ ଜିଏଲଇ ଅଛି । ଏବେ ସେ ନିଜ ପାଇଁ ଅଧିକ ଲକ୍ସରୀ ମେବ୍ୟାକ୍ ଜିଏଲଏସ୍ କିଣିଛନ୍ତି । ମର୍ସିଡିଜ୍ ବେଞ୍ଜର ପ୍ରମୁଖ ଲକ୍ସରୀ ଏସୟୁଭି ରୂପେ ମେବ୍ୟାକ୍ ଜିଏଲଏସ୍ ବି-ଟାଉନ୍ ସେଲେବ୍ସଙ୍କ ମଧ୍ୟରେ ବହୁ ଲୋକପ୍ରିୟ । ନିକଟରେ ରକୁଲ ପ୍ରୀତ ସିଂହ ମଧ୍ୟ ନିଜ ପାଇଁ ମର୍ସିଡିଜ୍ ମେବ୍ୟାକ୍ ଜିଏଲଏସ୍ କିଣିଥିଲେ । ରଣବୀର ସିଂହ ୨୦୨୧ରୁ ମେବ୍ୟାକ୍ ଜିଏଲଏସର ମାଲିକ ।
ଯଦିଓ ଜିଏଲଏସ କମ୍ପାନୀର ସବୁଠାରୁ ବଡ ଏସୟୁଭି କିନ୍ତୁ ଯେବେ ଏହା ସହିତ ମେବ୍ୟାକ୍ ନାଁ ଯୋଡିହୁଏ ଏହା ଅଧିକ ଖାସ୍ ହୋଇଯାଏ କାରଣ ଏଥିରେ ଅଧିକ ଲକ୍ସରୀ ମିଳିଥାଏ । ଜର୍ମାନ କାର ନିର୍ମାତା କମ୍ପାନୀ ୨୦୨୧ରେ ମେବ୍ୟାକ୍ ଜିଏଲଏସ୍ ଏସୟୁଭିକୁ ସିଙ୍ଗଲ ଫୁଲି ଲୋଡେଡ୍ 600 4MATIC+ ଭେରିଏଣ୍ଟରେ ଭାରତରେ ଲଞ୍ଚ୍ କରିଥିଲା । ଏହାର ଦାମ୍ ଏବେ ୨.୯୬ କୋଟି ଟଙ୍କା(ଏକ୍ସ-ଶୋରୁମ୍) ରହିଛି ।
ମର୍ସିଡିଜ୍ ମେବ୍ୟାକ୍ ଜିଏଲଏସରେ ୧୨.୩ ଇଞ୍ଚକୁ ୨ କନେକ୍ଟେଡ୍ ସ୍କ୍ରିନ୍ ଦିଆଯାଇଛି । ଏଥିରେ ୬୪ କଲର ଏମ୍ବିଏଣ୍ଟ ଲାଇଟିଂ, ଫ୍ରଣ୍ଟ ଏବଂ ରିୟରରେ ୱେୟାରଲେସ୍ ଚାର୍ଜିଂ, ପାନାରୋମିକ୍ ସନରୁଫ୍, ଅନେକ କଣ୍ଟ୍ରୋଲ୍ସ ସହିତ ରିୟର ଆର୍ମରେଷ୍ଟ ରହିଛି । ଏହି ଲକ୍ସରୀ ଏସୟୁଭିରେ ସ୍ୟାମ୍ପେନ୍ ଗ୍ଲାସ୍ ସହିତ ଇନ୍ କାର ରିଫ୍ରଜରେଟର, ୪ ଜୋନ୍ କ୍ଲାଇମେଟ୍ କଣ୍ଟ୍ରୋଲ, ରିୟର ପାସେଞ୍ଜର ପାଇଁ ୧୧.୬ ଇଞ୍ଚ ରିୟର ଏଣ୍ଟରଟେଣ୍ଟମେଣ୍ଟ ସ୍କ୍ରିନ୍ ଏବଂ ୧୩ ସ୍ପିକର ବର୍ମେଷ୍ଟର ସାଉଣ୍ଟ ସିଷ୍ଟମ ମଧ୍ୟ ମିଳିଥାଏ ।