ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସାଉଥ ଆଫ୍ରିକା ଗସ୍ତରେ ଯିବେ ନାହିଁ ରୋହିତ- ବିରାଟ ? ଏହି ଦିନ ହେବ ଟିମ୍ ଇଣ୍ଡିଆର ଘୋଷଣା !

ନୂଆଦିଲ୍ଲୀ,୨୮/୧୧ :  ବିଶ୍ବକପ୍ ପରେ ଟିମ୍ ଇଣ୍ଡିଆର କେତେଜଣ ବରିଷ୍ଠ ଖେଳାଳୀ ବର୍ତ୍ତମାନ ପାଇଁ ବିଶ୍ରାମରେ ଅଛନ୍ତି । ଫଳରେ ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ବରେ ଏବେ ଭାରତ ଅଷ୍ଟ୍ରେଲିୟା ମଧ୍ୟରେ ୫ମ୍ୟାଚ୍ ବିଶିଷ୍ଟ ଟି-୨୦ସିରିଜ ଖେଳାଯାଉଛି । ଏହାପରେ ଭାରତ ସାଉଥଆଫ୍ରିକା ଗସ୍ତ କରିବ । ଏହି ଗସ୍ତରେ ରୋହିତ ଶର୍ମା ଏବଂ ବିରାଟ କୋହଲୀଙ୍କ ଯିବାକୁ ନେଇ ବଡ଼ ନିଷ୍ପତ୍ତି ହୋଇପାରେ । ପ୍ରକାଶ ଯେ, ଆଗାମୀ ସପ୍ତାହରେ ଏହି ଗସ୍ତ ପାଇଁ ଭାରତୀୟ ଟିମ୍‌ର ଘୋଷଣା ହେବାର ସମ୍ଭାବନା ରହିଛି ।

ମାସାଧିକ କାଳ ଚାଲିବାକୁ ଥିବା ଭାରତ ଏବଂ ସାଉଥ ଆଫ୍ରିକା ଗସ୍ତ ଲାଗି ଆଗାମୀ ସପ୍ତାହ‌ରେ ଟିମ୍ ଘୋଷଣା ହୋଇପାରେ । ସୂଚନା ଅନୁଯାୟୀ ଭାରତ- ସାଉଥ ଆଫ୍ରିକା ମଧ୍ୟରେ ୧୦ଡିସେମ୍ବରରେ ତିନି ମ୍ୟାଚର ଟି-୨୦ସିରିଜ ସହ ଏହି ଗସ୍ତର ଆରମ୍ଭ ହେବାକୁ ଯାଉଛି । ଅଜିତ ଅଗରକରଙ୍କ ନେତୃତ୍ବାଧିନ ବିସିସିଆଇର ଚୟନ ସମିତି ଏହି ସ୍କ୍ବାର୍ଡ଼ ଲାଗି ଖେଳାଳୀ ଚୟନ କରିବାରେ ଅଛନ୍ତି । ରୋହିତ ଶର୍ମା ଏବଂ ବିରାଟ କୋହଲୀଙ୍କୁ ନେଇ କିଛି ବଡ଼ ନିଷ୍ପତ୍ତି ହୋଇପାରେ ସୂଚନା ମିଳିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.