ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବାପାର BMWରେ ଷ୍ଟଣ୍ଟ କରୁଥିଲା ୧୭ ବର୍ଷୀୟ ପୁଅ, ମାମଲା ରୁଜୁ କଲା ପୋଲିସ

ନୂଆଦିଲ୍ଲୀ: ପୁଣେ ପୋର୍ସ କାର୍‌ ଦୁର୍ଘଟାଣକୁ ନେଇ ଏବେ ସମଗ୍ର ଦେଶରେ ଚର୍ଚ୍ଚା ଚାଲିଥିବା ବେଳେ ସେହିଭଳି ଆଉ ଏକ ଘଟଣା ସାମ୍ନାକୁ ଆସିଛି । ପୋର୍ସ କାର ଦୁର୍ଘଟାଣରେ ଜବଲପୁରର ଦୁଇ ଇଣ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଥିଲା । ଏହି ମାମଲାରେ କାର ଚଳାଉଥିବା ନାବଳକଙ୍କ ବାପା ଓ ଜେଜେବାପାଙ୍କ ସମେତ ବାର ମ୍ୟାନେଜର ଏବଂ  ଦୁଇ ଜଣ ଡାକ୍ତର ମଧ୍ୟ ଗିରଫ ହୋଇସାରିଛନ୍ତି । ଏପରିକି ନାବାଳକଙ୍କ ଜାମିନ ମଧ୍ୟ ଖାରଜ କରିଥିଲେ କୋର୍ଟ । 

ଏଭଳି ସ୍ଥିତିରେ ନାବାଳକଙ୍କୁ କାହିଁକି ଗାଡ଼ି ଚଳାଇବାକୁ ଦିଆଯାଉଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଏହାରି ଭିତରେ ଆଉ ଜଣେ ୧୭ ବର୍ଷର ବାଳକ ବିଏମଡବ୍ଲୁ କାର ଚଳାଇ ଷ୍ଟଣ୍ଟ କରୁଥିବା ଭିଡିଓ ଭାଇରାଲ୍‌ ହୋଇଛି।  କାର ବନେଟରେ ଜଣେ ବ୍ୟକ୍ତିଙ୍କୁ ବସାଇ ନାବାଳକ ଡ୍ରାଇଭର ମୁମ୍ବାଇର ଶିବାଜୀ ଛକରେ ଆତଙ୍କ ଖେଳାଇଛି । 

ମିଳିଥିବା ସୂଚନା ଅନୁସାରେ କଲ୍ୟାଣ ପୋଲିସ ମାମଲା ରୁଜୁ କରିବା ସହ ବନେଟରେ ବସିଥିବା ଯୁବକଙ୍କୁ ଗିରଫ କରିଛି । ଏନଡିଟିଭିରେ ପ୍ରକାଶିତ ଖବର ଅନୁଯାୟୀ, ଏହି ଘଟଣା ଶନିବାର ଘଟିଛି । ବିଏମଡବ୍ଲୁ କାର୍‌ ଚଳାଉଥିବା ବାଳକର ବୟସ ୧୭ ବର୍ଷ ହୋଇଥିବା ବେଳେ ବନେଟ୍‌ରେ ବସିଥିବା ଯୁବକର ବୟସ ୨୧ ବର୍ଷ ବୋଲି ଜଣାପଡ଼ିଛି ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.