ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୋଖରୀ ଖୋଳିବା ବେଳେ ଟ୍ରାକ୍ଟରରୁ ପଡି ଡ୍ରାଇଭର ମୃତ

ମାଲକାନଗିରି, ୨୮।୩ : ମାଲକାନଗିରି ଜିଲ୍ଲା ସଦରରେ ଥିବା ବାଲିସାଗର ବନ୍ଧର ପୁନଃ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମାଟି ଉଠାଇବା କାର୍ଯ୍ୟ କରୁଥିବା ଏକ ଟ୍ରାକ୍ଟରରୁ ଚାଳକ ଗାଡି ଚଳାଉଥିବା ବେଳେ ତଳେ ପଡି ମୃତ୍ୟୁ ଘଟଛି।

 ଜିଲ୍ଲା ସଦରରେ ଥିବା ବାଲି ସାଗର ବନ୍ଧର ପୁନଃ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମାଲକାନଗିରି ପୌର ପରିଷଦ ପକ୍ଷରୁ ଏହି କାର୍ଯ୍ୟ କରାଯାଉଥିବା ବେଳେ ପୋଖରୀର ଗଭୀରତାକୁ ବୃଦ୍ଧି କରିବା ପାଇଁ ମେସିନ ଦ୍ଵାରା ଖନନ କାର୍ଯ୍ୟ କରାଯାଉଥିବା ସହ ମାଟି ସ୍ଥାନାନ୍ତର ପାଇଁ ଅନେକ ଟ୍ରାକ୍ଟର ମଧ୍ୟ  ନିୟୋଜିତ ହୋଇଛି।  ତେବେ ଏହି ଟ୍ରାକ୍ଟର ମଧ୍ୟରେ ଥିବା (ନଂଓଡି ୩୦ସି ୩୫୬୯ ) ଗାଡିର ଚାଳକ ପଦ୍ମନ କବାସୀ ମାଟି ନେଇ ଯାଉଥିବା ବେଳେ ହଠାତ ଗାଡିରୁ ଖସି ପଡିଥିଲେ । ତାଙ୍କ ଉପରେ ଚକା ଚଢି ଯିବାରୁ ସେ ଗୁରୁତର ଆହତ ହୋଇଥିଲେ । ତୁରନ୍ତ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଏନେଇ ପଦ୍ମନଙ୍କ ଭାଇ ସମା କବାସୀ ମାଲକାନଗିରି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଏନେଇ ମାଲକାନଗିରି ପୋଲିସ ମୃତ ଦେହ ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି ।

ଆହୁରି ପଢନ୍ତୁ : ରାସ୍ତା ପାର ହେଉଥିଲେ ବୃଦ୍ଧା, ବସ୍ ଧକ୍କାରେ ଚାଲିଗଲା ଜୀବନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.