ପ୍ରମୂଖ ଖବର
  • କାଲିମେଳା: ଲଗାଣ ବର୍ଷାରେ ବେହାଲ ଜନଜୀବନ, ପାହାଡ ଧସିବାରୁ ରାସ୍ତା ବନ୍ଦ
  • ||
  • ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶ ଆରମ୍ଭ, ପ୍ରଥମ ଦିନରେ ଅଭିଭାଷଣ ରଖିଲେ ରାଜ୍ୟପାଳ ରଘୁବର ଦାସ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଓଲଟିଲା ​କାଉଡିଆଙ୍କୁ ନେଇ ଯାଉଥିବା ବସ୍, ୫ରୁ ଉର୍ଦ୍ଧ୍ଵ ଆହତ
  • ||

ଆଦିବାସୀଙ୍କୁ ରୋଜଗାର ଯୋଗାଉଛି କୁସୁମ ଗଛ

ଚନ୍ଦାହାଣ୍ଡି , ୧୦।୭ : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ  ଜଙ୍ଗଲ ଉପାନ୍ତରେ  ବସବାସ କରୁ ଥିବା ଆଦିବାସୀଙ୍କୁ  ରୋଜଗାର ଯୋଗାଉଛି କୁସୁମ ଫଳ l ଏହା ବର୍ଷକୁ  ଲକ୍ଷାଧିକ ରୋଜଗାର ଦେଇଥାଏ। 

ଚନ୍ଦାହାଣ୍ଡି ବ୍ଲକ ଜଙ୍ଗଳ ଉପାନ୍ତ ପଞ୍ଚାୟତ  କୁହୁଡି, ମାଲଗାଁ, ପଟଖଲିଆ, ଏବଂ ଫଟକି ପଞ୍ଚାୟତରେ  କୁସୁମ ଗଛ ସଂଖ୍ୟା ବେଶୀ ପରିମାଣରେ ରହିଛି l  ବର୍ତ୍ତମାନ  କୁସୁମ ଫଳ ଧରିକି ପାଚିଛି l ଏହା ସୁସ୍ୱାଦୁ ଖଟା ମିଠା ଯୁକ୍ତ ହୋଇ ଥିବାରୁ  ବଜାର ରେ ଏହାର ଚାହିଦା ବେଶି ରହିଛି।   କୁସମ ଫଳ ମଞ୍ଜି ରୁ ତେଲ ବାହାରୁ ଥିବାରୁ କୁସୁମ ଫଳ ଗୋଟାଳିମାନେ କୁସୁମ ଫଳକୁ ବଜାରେ ବିକ୍ରି କରି ନ ଥାନ୍ତି l  କେବଳ  ତେଲ ଲୁଣ ଖର୍ଚ୍ଚ ପାଇଁ ଅଳ୍ପ ପରିମାଣ ରେ ବଜାର ରେ ବିକ୍ରି କରି ଥାନ୍ତି l   କୁସୁମ ମଞ୍ଜି ବେପାରୀ ପାଖରେ ୨୦ ଟଙ୍କା କେ ଜି ପ୍ରତି  ବିକ୍ରି ହେଉ ଥିବା ନେଇ କେତେଜଣ କୁସୁମ ଫଳ ଗୋଟାଳି ପ୍ରକାଶ କରିଛନ୍ତି l    ଏହାର ତେଲ ଲିଟର ପିଛା ୧୦୦ ରୁ ୨୦୦ ଟଙ୍କା  ପର୍ଯ୍ୟନ୍ତ ବିକ୍ରି ହେଉ ଥିବା ନେଇ  କୁସୁମ ତେଲ ପ୍ରସ୍ତୁତ କାରୀ ମାନେ  ପ୍ରକାଶ କରିଛନ୍ତି l  

ଏହା ବ୍ୟତୀତ କୁସୁମ ଗଛ  ଲାଖ   ଚାଷ ପାଇଁ ଉପଯୁକ୍ତ l  କୁସୁମ ଗଛ ରୁ ଉତ୍ପାଦିତ ଲାଖ ର ଅନ୍ତଜାତୀୟ ବଜାରେ ଚାହିଦା   ବେଶୀ l  ଗୋଟିଏ ଗଛ ରୁ ୫ ରୁ ୬ କ୍ୟୁଣ୍ଟାଲ ପ୍ରର୍ଯ୍ୟନ୍ତ ଲାଖ ଉତ୍ପାଦନ ହୋଇଥାଏ l  ଏହାର କେଜି ପ୍ରତି ଦର ରହିଛି ୮୦୦ ଟଙ୍କା l  ଏଥି ପ୍ରତି ପ୍ରଶାସନ ର ଆନ୍ତରିକତା ଅଭାବ ସାଙ୍ଗକୁ   ଉପଯୁକ୍ତ ବଜାର ବିହନ ଅଭାବ  ଏହା ବ୍ୟତୀତ  ଜଙ୍ଗଲ ରେ ବଢ଼ି ଥିବା ଗଛ ବୁଢା ହେବା ସହ ଏହାର ଉତ୍ପାଦନ କମି ଯିବାରୁ  ଲାଖ ଚାଷ ପ୍ରତି ମୁହଁ ମୋଡ଼ୁଛି ଚାଷୀ l  ଏହା ସ୍ୱୟଂ ସହାୟିକା ଗୋଷ୍ଠୀ ଙ୍କ ପାଇଁ ଉପଯୁକ୍ତ ରୋଜଗାର ମାଧ୍ୟମ ହୋଇ ଥିଲେ ମଧ୍ୟ ମିଶନ ଶକ୍ତି ର ଏଥି ପ୍ରତି ଆନ୍ତରିକତା ନାହିଁ l ଯାହା ଫଳରେ କୋଟିଏ ଟଙ୍କାରେ ନିର୍ମିତ ପାଟଖଲିଆ ପଞ୍ଚାୟତ ସଦର ରେ ନିର୍ମିତ ଲାଖ ପ୍ରୋସେସିଂ ମେସିନ ଖତ ଖାଉଛି l  ଏହାକୁ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ  ପଦକ୍ଷେପ ନେବାକୁ  ମିଶନ ଶକ୍ତି ମହା ସଂଘ ସଭାନେତ୍ରୀ ଗୋରୀ ବେହେରା, ସମ୍ପାଦିକା ପ୍ରତିମା ଦାସ, ଡି ଏଲ ଏଫ କୌଶଲ୍ୟା ପାଣ୍ଡେ, ବିଏଲଏଫ  ଗଜମତୀ ମାଝି ଏବଂ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ଦାବୀ କରିଛନ୍ତି l

ଏ ସମ୍ପର୍କରେ ଝରିଗାଁ ରେଞ୍ଜର  ଗୋବିନ୍ଦ ନାୟକଙ୍କୁ ପଚାରିବାରୁ ଜଙ୍ଗଲରେ ବହୁ ସଂଖ୍ୟକ କୁସୁମ ଗଛ ଲଗାଇବା ପାଇଁ ବିଶେଷ ଧ୍ୟାନ ଦେବେ ବୋଲି ପ୍ରକାଶ କରିଥିବା ବେଳେ l ଖୁବ ଶୀଘ୍ର  ସ୍ୱୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ଲାଖ ଚାଷକୁ ପ୍ରୋତ୍ସାହନ ଦେବା ସହ ଲାଖ ପ୍ରୋସେସିଂ ମେସିନ ଚାଲିବା ଦିଗରେ ପଦକ୍ଷେପ ନେବେ ବୋଲି  ସେ ଗଣମାଧ୍ୟମ କୁ ପ୍ରକାଶ କରିଛନ୍ତି l   ଏ ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ବିଭିନ୍ନ ମହଲ ରେ ଦାବୀ କରାଯାଇଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.