ପ୍ରମୁଖ ଖବର
  • ଅଯୋଧ୍ୟାରେ ରାମଲାଲାଙ୍କ ସୂର୍ଯ୍ୟତିଳକ, ଦିବ୍ୟ ରୂପ ଦେଖି ଭକ୍ତିରେ ବିଭୋର ହେଲେ ଶ୍ରଦ୍ଧାଳୁ
  • ||
  • ଦିନ ସାଢେ ୧୧ଟାରେ ୪୦ ଡିଗ୍ରୀ ଛୁଇଁଲା ତାପମାତ୍ରା, ବାଲେଶ୍ଵରରେ ସର୍ବାଧିକ ରେକର୍ଡ
  • ||
  • ଭୁବନେଶ୍ୱର : ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ୩ ଦିନ ସ୍କୁଲ ଛୁଟି
  • ||
  • ମୁମ୍ୱାଇ: ଶୋଇବା ଅଧିକାର ମୌଳିକ ଆବଶ୍ୟକତା, ରାତି ଅଧରେ ଜେରା କରିବାରୁ ଇଡିକୁ ହାଇକୋର୍ଟ ନୋଟିସ୍‌
  • ||
  • ନୂଆଦିଲ୍ଲୀ : ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ: ୧୬୭ ଜଣଙ୍କ ବିରୋଧରେ ସଙ୍ଗିନ ମାମଲା, କଂଗ୍ରେସର ଭେଙ୍କଟରମଣ ସବୁଠୁ ଧନୀ
  • ||
  • ଭୁବନେଶ୍ୱର : ପିସିସି ପ୍ରଚାର କମିଟି ବୈଠକ, ୨୮ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି
  • ||
  • ଆଇପିଏଲ୍‌ରେ ଆଜି ଦିଲ୍ଲୀ ଓ ଗୁଜୁରାଟ ମଧ୍ୟରେ ଟକ୍କର, ଅହମ୍ମଦାବାଦରେ ହେବ ମୁକାବିଲା
  • ||
  • ଦୁବାଇରେ ବର୍ଷାର ପ୍ରକୋପ, ଚାରିଆଡେ ଖାଲି ପାଣି ପାଣି, ଓମାନରେ ଚାଲିଗଲା ୧୮ ଜୀବନ
  • ||
  • ଭୁବନେଶ୍ଵର : ଅସହ୍ୟ ତାତି ଓ ଗୁଳୁଗୁଳିରେ ସିଝୁଛି ରାଜ୍ୟ, ୪ ଦିନ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ୧୮ ଓ ୧୯ରେ ୪୫ ଡିଗ୍ରୀ ଛୁଇଁବ
  • ||
  • ଭୁବନେଶ୍ଵର : ଆଜି ପବିତ୍ର ରାମନବମୀ, ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାରେ ପ୍ରଥମ ରାମନବମୀ, ଆସିବେ ୨୫ ଲକ୍ଷ ଶ୍ରଦ୍ଧାଳୁ
  • ||

ଏମିତି ଲୋକଙ୍କୁ ଜେଲ୍‌ ହିଁ ଯିବାକୁ ପଡ଼ିବ , ଦିଲ୍ଲୀ ମାମଲାକୁ ନେଇ ଅମିତ ଶାହଙ୍କ ପ୍ରତିକ୍ରିୟା

ଯୋଧପୁର : ଚର୍ଚ୍ଚିତ ମଦ ଦୁର୍ନୀତିରେ ଗିରଫ ହୋଇଥିବା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୋମବାର ୧୪ ଦିନର ନ୍ୟାୟିକ ହେପାଜତରେ ଜେଲ୍‌ ପଠାଇ ଦିଆ ଯାଇଛି। ଅରବିନ୍ଦ କେଜ୍ରିୱାଲଙ୍କ ଗିରଫାଦାରୀକୁ ବିରୋଧ କରି ରବିବାର ଦିଲ୍ଲୀର ରାମଲୀଳା ମୈଦାନରେ ଆୟୋଜିତ ବିପକ୍ଷର ରାଲି ବିଷୟରେ କହି ଗୃହମନ୍ତ୍ରୀ ଅମିତ ଶାହ ବଡ଼ ହମଲା କରିଛନ୍ତି। 

ପୂର୍ବତନ ବିଜେପି ଅଧ୍ୟକ୍ଷ ରାଜସ୍ଥାନର ଯୋଧପୁରରେ ଏକ ରାଲିକୁ ସମ୍ୱୋଧିତ କରି କହିଛନ୍ତି ଯେ, ଯିଏ ବି ଦୁର୍ନୀତି କରିଛି ତାକୁ ଜେଲ୍‌ ଯିବାକୁ ପଡ଼ିବ।

ଅମିତ ଶାହ କହିଛନ୍ତି ଯେ, ଯିଏ ବି ଦୁର୍ନୀତି କରିବ ସେ ଜେଲ୍ ଯିବ ଏବଂ ବିଜେପି ଗତ ଦୁଇଟି ଲୋକସଭା ନିର୍ବାଚନରେ ଜନତାଙ୍କୁ ଏହି ପ୍ରତିଶ୍ରୁତି ମଧ୍ୟ ଦେଇଥିଲା। କେଜ୍ରିୱାଲଙ୍କର ଗିରଫଦାରୀ ପରେ ଦିଲ୍ଲୀର ରାମଲୀଳା ମୈଦାନରେ ଆୟୋଜିତ ବିରୋଧୀ ସଙ୍ଗଠନର ରାଲିକୁ ଦର୍ଶାଇ ଶାହ କହିଛନ୍ତି, କାଲି ଯେଉଁ ଏହି ଗୋଷ୍ଠୀ ଏକାଠି ହେଲେ, ସେମାନେ କହିଛନ୍ତି ଗଣତନ୍ତ୍ର ବଞ୍ଚାଅ। କଣ ଭାଇ କଣ ହୋଇଗଲା ଗଣତନ୍ତ୍ରକୁ , ଏହି ଦେଶର ଲୋକେ ଭୋଟ ଦେବାକୁ ଯାଉଛନ୍ତି , ଏମାନେ ସ୍ଥିର କରିବେ। ଆପଣମାନେ କାହିଁକି ଗଣତନ୍ତ୍ର ବଞ୍ଚାଅର କଥା କହୁଛନ୍ତି। କହୁଛନ୍ତି ଆମ ନେତା ଜେଲ୍‌ ଯାଇଛନ୍ତି। 

ଭାଇ ମୋତେ କୁହ ୧୨ ଲକ୍ଷ କୋଟି ଟଙ୍କାର ଘୋଟାଲ ଯଦି କରିବେ ତ ଜେଲ୍‌ ଯିବେ ନା ନାହିଁ। ରାହୁଲ ବାବା ଶୁଣି ନିଅ କାହିଁକି ଅଭିଯୋଗ କରୁଛ। ଆମେ ୨୦୧୪ ଓ ୨୦୧୯ରେ ଏହା କହି ନିର୍ବାଚନ ଲଢି ଥିଲୁ ଯେ , ଯିଏ ଦୁର୍ନୀତି କରିବ ସେ ଜେଲ୍‌ ହିଁ ଯିବ। 

ଶାହ କହିଛନ୍ତି ଯେ, ଦେଶର ଜନତା ନରେନ୍ଦ୍ର ମୋଦିଙ୍କୁ ୩ୟ ଥର ପ୍ରଧାନମନ୍ତ୍ରୀ କରିବା ପାଇଁ ପ୍ରସ୍ତୁତ। ଶାହ କହିଛନ୍ତି ,ଆପଣ ଯେତେ ବି ଦଳକୁ ଏକାଠି କରିନିଅ , ଆସିବେ ତ ମୋଦି ହିଁ। ଏହି ଲୋକସଭା ନିର୍ବାଚନରେ ଆମ ନେତା ନରେନ୍ଦ୍ର ମୋଦି ଆମ ସାମନାରେ ୪୦୦ ପାର୍‌ ର ଲକ୍ଷ୍ୟ ରଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.