ପ୍ରମୂଖ ଖବର
  • ବଲାଙ୍ଗୀର : ଲାଞ୍ଚ ନେଇ ଧରାପଡିଲେ କନିଷ୍ଠ ଯନ୍ତ୍ରୀ, ହରେକୃଷ୍ଣ ସାହୁଙ୍କ ଠାରୁ ୭ ହଜାର ଟଙ୍କା ଜବତ କଲା ଭିଜିଲାନ୍ସ
  • ||
  • ବୌଦ୍ଧ : ସାମାନ୍ୟ ବଚସାକୁ ନେଇ ଛୁରା ମାଡ, ଯୁବକ ମୃତ
  • ||
  • ଉଦଳା : ମରିଗଲା ମାନବିକତା, ପୋଲ ତଳେ ନବଜାତକକୁ ଛାଡି ଚାଲିଗଲା ମା
  • ||
  • ଗୁଣପୁର : ପିକ୍‌ଅପ୍ ଭ୍ୟାନ୍ ସହ ୨୫ ଟି ଶାଳ କାଠ ଜବତ, ୨ ଗିରଫ
  • ||
  • ୧୦,୩୦୦ କୁଇଣ୍ଟାଲ୍ ଅର୍ପଣ ଚାଉଳ ନିଲାମ; ୨ କୋଟି ୮୬ ହଜାର ଟଙ୍କାରେ ନିଲାମ, ଶ୍ରୀମନ୍ଦିର ପାଣ୍ଠିରେ ଜମା ହେବ ଟଙ୍କା
  • ||
  • ରାଜଧାନୀରେ ପୋଲିସକୁ ଛୁରାମାଡ଼, କନେଷ୍ଟବଳ ଆହତ
  • ||
  • ଭୁବନେଶ୍ୱର ବିମାନ ବନ୍ଦରରେ ନିର୍ମାଣ ହେବ ତୃତୀୟ ଟର୍ମିନାଲ, ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ
  • ||
  • ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ କୋରାପୁଟ ବନ୍ଦ ଡାକରା, ୩୨୬ ନମ୍ବର ରାଞ୍ଚି – ବିଜାଓ୍ବାଡା ଜାତୀୟ ରାଜପଥ ଅବରୋଧ
  • ||
  • ପାଟଣା : ଗାଧୋଇବା ବେଳେ ଅଘଟଣ, ପୋଖରୀରେ ବୁଡି ୪ ବର୍ଷର ଶିଶୁପୁତ୍ରର ମୃତ୍ୟୁ
  • ||
  • ଚୌଦ୍ବାର : ରେଳ ଧାରଣରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • ଉଦଳା : ସିସିଟିଭିରେ ଗାମୁଛା ଗୁଡ଼ାଇ ଚୋରି, ଦେଢ଼ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ୨୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଲୁଟ୍
  • ||
  • ବଣାଇ : ରେଡ଼ିଓକୁଲାର ଲଗାଇବା ପରେ ଦନ୍ତାର ଉତ୍ପାତ, ଘରେ ପଶି ବ୍ୟକ୍ତିଙ୍କୁ କଚାଡ଼ି ମାରିଲା ହାତୀ
  • ||
  • ସୁନ୍ଦରଗଡ : ଘରେ ପଶି ଦୁଇ ଗାଡି ଜାଳିଦେଲେ ଦୁର୍ବୃତ୍ତ; ଜଣେ ଅଟକ
  • ||
  • ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଆଜି ଦକ୍ଷିଣ ଆଫ୍ରିକା - ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଟକ୍କର, ସ୍ୱତନ୍ତ୍ର ଜର୍ସି ପିନ୍ଧି ଖେଳିବ ଦ.ଆଫ୍ରିକା
  • ||
  • ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ: ଯାତାୟାତ ଠପ୍‌, ଯାତ୍ରୀ ହନ୍ତସନ୍ତ
  • ||
  • ଦଶହରାରେ ବର୍ଷା ନାହିଁ, ରହିବ ଗୁଳୁଗୁଳି ପାଗ: ଓଡ଼ିଶା ଉପରେ ପଡିବନି ଲଘୁଚାପ ପ୍ରଭାବ
  • ||
  • ସମ୍ବଲପୁର ମଣ୍ଡଳ ଜେଲ୍‌ରେ ରେଡ୍‌, ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ
  • ||

ଅଧା ପନ୍ତରିଆ ହୋଇ ପଡ଼ି ରହିଛି ପୋଲ କାମ, ବିପଦ ସଂକୁଳ ଅବସ୍ଥାରେ ଯାଉଛନ୍ତି ଗ୍ରାମବାସୀ

ନୀଳଗିରି,୨୫/୯ : ଦୀର୍ଘ ବର୍ଷ ଧରି ଅଧା ପନ୍ତରିଆ ହୋଇ ପଡି ରହିଛି ପୋଲ କାମ। ଅଭିଯୋଗ କଲେ ଫଳ ଶୁନ। ପରିଣାମ ସ୍ୱରୂପ ବର୍ଷା ଦିନରେ ଜୀବନକୁ ବାଜି ଲଗାଇ ପାଣି ସୁଅରେ ପାର ହେଉଛନ୍ତି ଗ୍ରାମବାସୀ । ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା ନୀଳଗିରି ଆଦିବାସୀ ବ୍ଲକ କେସିପୁର ପଞ୍ଚାୟତରେ ଦେଖିବାକୁ ମିଳିଛି । 

ସୂଚନାଯୋଗ୍ୟ ଯେ, ନୀଳଗିରି ଆଦିବାସୀ ବହୁଳ କେସିପୁର ପଂଚାୟତରେ ଅନେକ ସମସ୍ୟା ଲାଗି ରହିଛି । ବାରାଖେଦାରୁ ଭେଜିଗୋଠକୁ ସଂଯୋଗ କରୁଥିବା ତରତରୀ ନଦୀ ଉପରେ ଯାତାୟତ ପାଇଁ ବର୍ଷା ଦିନେ ଅନେକ ସମସ୍ୟା ଦେଖା ଦେଉଥିଲା । ପାହାଡ଼ ପାଣି ଆସୁଥିବାରୁ ପ୍ରବଳ ସୁଅରେ ଗାଁ ଯୋଗାଯାଗ ବିଛିନ୍ନ ହେଉଥିଲା । ଗ୍ରାମବାସୀ ବହୁ ଅଭିଯୋଗ ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ୩/୪ ବର୍ଷ ପୂର୍ବେ ଏକ ପୋଲ ନିର୍ମାଣ କରିଥିଲା । କେତେ ଅନୁଦାନରେ କାମ ହେଉଛି ଏ ନେଇ ମଧ୍ୟ ଫଳକ ହୋଇନଥିଲା । ପୋଲର ଛାତ ପଡି ଅଧା ପନ୍ତରିଆ ଅବସ୍ଥାରେ ଛାଡି ଦେଇଥିବା ଦେଖାଯାଇଛି । ଉଇଙ୍ଗ ଓୟାଲ ନ କରି ଦୁଇ ପାର୍ଶ୍ଵରେ ମାଟି ନ ପଡିବାରୁ ପୋଲ ଉପରେ ଯାତାୟାତ ହୋଇ ପାରିନାହିଁ । 

ପୋଲ ତଳ ଦେଇ ଗ୍ରାମବାସୀ ଯାତାୟାତ କରୁଥିବାବେଳେ ବର୍ଷା ଦିନ ଆସିଲେ ସମସ୍ତଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟେ । ଗତକାଲି ରାତିଠାରୁ ପ୍ରବଳ ବର୍ଷା ଲାଗି ରହିଥିବାବେଳେ ପାହାଡ଼ ପାଣି ଆସିବାରୁ ପୋଲ ତଳ ଦେଇ ପାଣି ସୁଅ ଚାଲିଛି । ସ୍କୁଲ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସୁଅ ପାଣିରେ ଭାସିଯିବାର ଭୟ ଥିବାବେଳେ ମିଳିତ ଭାବେ ହାତକୁ ହାତ ଧରି ପାଣିସୁଅରେ ଚାଲି ଚାଲି ପାର ହେଉଛନ୍ତି । କେତେବେଳେ ଯେ କେଉଁ ଅଘଟଣ ଘଟିବ ଏ ନେଇ ଗ୍ରାମବାସୀ ଭୟଭୀତ ହୋଇ ପଡିଛନ୍ତି । ଏଭଳି ସମସ୍ୟା ନେଇ ଗ୍ରାମବାସୀ ବିଧାୟକ ସନ୍ତୋଷ ଖଟୁଆଙ୍କ ଦୃଷ୍ଟିଆକର୍ଷଣ କରିବା ପରେ ସେ ଏଭଳି ସମସ୍ୟାର ସମାଧାନ ଖୁବଶୀଘ୍ର କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶକ ଦେଇଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.