ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୧୩ ତାରିଖରେ ମତଦାନ : ଇଭିଏମ ଧରି ବୁଥ ଅଭିମୁଖେ ଗଲେ ପୋଲିଂ ପାର୍ଟି

ମାଲକାନଗିରି,୧୧।୫(ଆପ୍ର ): ଆସନ୍ତା ୧୩ ତାତିଖ ରେ ମାଲକାନଗିରି ଓ ଚିତ୍ରକୋଣ୍ଡା ବିଧାନସଭା ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛି। ଏହି ଦୁଇଟି ବିଧାନସଭା ଆସନ ପାଇଁ ମୋଟ ୫୪୭ଟି ଭୋଟ କେନ୍ଦ୍ର କରାଯାଇଛି। ସେଥିମ ଧ୍ୟରୁ ୩୦ଟି ସଖୀ ବୁଥ,୨ଟି ଭିନ୍ନକ୍ଷମ ବୁଥ ରହିଛି। ମାଲକାନଗିରି ଜିଲ୍ଲାର ପୋଲିଂ  ପାର୍ଟିମାନେ  ଇଭିଏମ ଧରି ନିଜ ନଜ ବୁଥକୁ ଯାଇଛନ୍ତି।

ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମତଦାନ ହେବାକୁ ଥିବା ବେଳେ ସମସ୍ତ ପୁଲିଙ୍ଗ କର୍ମଚାରୀ ମାଲକାନଗିରି ସରକାରୀ ପଲିଟେକ୍ନିକ କଲେଜର ପ୍ରସ୍ତାନ କେନ୍ଦ୍ରରୁ ସେମାନଙ୍କର ଇଭିଏମ, ଭିଭି ପ୍ୟାଡ଼ ଓ ସମସ୍ତ ମତଦାନ ସରଞ୍ଜାମ ଧରି ବୁଥ ଅଭିମୁଖେ ବାହାରିଛନ୍ତି ।  ଆସନ୍ତା କାଲି ମାଲକାନଗିରି ପୌରପରିଷଦ ଓ ବାଲିମେଳା ଏନଏସି  ଅଞ୍ଚଳର ୩୦ଟି ସଖୀ ବୁଥ,୨ଟି ଭିନ୍ନକ୍ଷମ ବୁଥ କୁ ପୁଲିଙ୍ଗ ପାର୍ଟି ଯିବେ। ମାଲକାନଗିରି ଜିଲ୍ଲାର ମୋଟ ୪ଲକ୍ଷ ୫୨ହଜାର ୫୪୪ଜଣ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ । ଏଥିପାଇଁ ଜିଲ୍ଲାରେ ମୋଟ ୫୪୭ ଟି ବୁଥ କରାଯାଇଥିବା ବେଳେ ତନ୍ମଧ୍ୟରୁ ୪୨ଟି ଆଦର୍ଶ ବୁଥ ରହିଛି । ଆଦର୍ଶ ବୁଥ ମଧ୍ୟରୁ ୩୦ ଟି ସଖି ବୁଥ, ୧୦ ଟି ଭିନ୍ନକ୍ଷମ ବୁଥ ରହିଛି । ଆଜି ମୋଟ ୫୪୭ଟି ବୁଥର ପୋଲିଙ୍ଗ ପାର୍ଟିଙ୍କ ମଧ୍ୟରୁ ୫୧୫ ଟି ବୁଥର ପୁଲିଙ୍ଗ ପାର୍ଟିର କର୍ମଚାରୀମାନେ ନିଜ ନିଜର ବୁଥକୁ ଯାଇଛନ୍ତି ଓ ଅନ୍ୟ ଆଦର୍ଶ ବୁଥର କର୍ମଚାରୀମାନେ ଆସନ୍ତାକାଲି ଗସ୍ତ କରିବେ  ବୋଲି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ କରିଛନ୍ତି । ଏଥିସହ ମତଦାନ ଦିନ ଗ୍ରୀଷ୍ମପ୍ରବାହ ଜାରି ରହିବାର ଅନୁମାନ କରାଯାଇଥିବା ବେଳେ ସକାଳ ୭ଟା ରୁ ୧୨ଟା ମଧ୍ୟରେ ଅଧିକରୁ ଅଧିକ ଭୋଟର ମତଦାନ ସାବ୍ୟସ୍ତ କାରିବାକୁ ସେ ଅନୁରୋଧ କରିଛନ୍ତି ।

ଆହୁରି ପଢନ୍ତୁ : ବାଇକ୍ ଧକ୍କାରେ ପୋଲିଂ କର୍ମଚାରୀ ମୃତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.