ଭୁବନେଶ୍ବର,୨୬।୯ ଗଛ କାଟିବା ବେଳେ ଅଘଟଣ। ୩୩କେଭି ବିଦ୍ୟୁତ୍ ତାର ଲାଗି ଜଳିଗଲେ ଯୁବକ। ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଘଟିଛି ଏ ଘଟଣା। ଯୁବକ ଜଣକ ହେଲେ ଗଞ୍ଜାମ କଡଚୁଳି ଅଞ୍ଚଳର ତପବ୍ରତ ନାୟକ(୩୦)।
ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଥିବା ଲକ୍ଷେଶ୍ୱର୍ ସିମେଣ୍ଟ କଂକ୍ରିଟ ସମ୍ମୁଖରେ ଥିବା ଗୋଟିଏ ଆମ୍ବ ଗଛ କାଟିବା ପାଇଁ ଛାତ ଉପରକୁ ତପବ୍ରତ ନାୟକ(୩୦) ଯାଇଥିଲେ। ଏହି ସମୟରେ ୩୩ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଘଟଣା ସ୍ଥଳରେ ଜଳି ଯାଇଥିଲେ। ଖବର ପାଇ ଘଟଣା ସ୍ଥଳରେ ମଞ୍ଚେଶ୍ୱର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତପବ୍ରତ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ବେଳେ ସ୍ଥାନୀୟ ଭଗବତୀ ବସ୍ତିରେ ରହୁଥିଲେ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି।