ପ୍ରମୂଖ ଖବର
  • T-20 ବିଶ୍ୱକପ୍ ସୁପର ୮ ରାଉଣ୍ଡ, ୨୧ ରନ୍‌ରେ କଙ୍ଗାରୁ ବାହିନୀ ଚିତ୍ ପଟାଙ୍ଗ, ଆଫଗାନିସ୍ତାନ ପ୍ରଥମ ବିଜୟ
  • ||
  • ଯୌନ ନିର୍ଯାତନା ମାମଲା, ପ୍ରଜ୍ବଳଙ୍କ ଭାଇ ସୂରଜ ରେଭାନ୍ନାକୁ ବାନ୍ଧିଲା ପୋଲିସ
  • ||
  • ମାଲକାନଗିରି ସହରର ଡିଏନ୍‌କେ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମହିଳା ମୃତ
  • ||
  • ସାଲେପୁର: ବାଇକ୍‌ ସହ ପୋଲରୁ ଖସି ପଡ଼ିଲେ ୨ ଆରେହୀ, ଜଣେ ମୃତ ,ଜଣେ ଗୁରୁତର
  • ||
  • ରବିବାରଠୁ ୨ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କୁ ଦର୍ଶନ ପରେ ଜନସମାବେଶରେ ହେବେ ସାମିଲ
  • ||
  • ଶ୍ରୀମନ୍ଦିରରେ ପଟିଦିଅଁ ବିଜେ, ଜ୍ୱରରୁ ମୁକ୍ତି ପାଇଁ ମହାପ୍ରଭୁଙ୍କ ଗୁପ୍ତ ଅନବସର ସେବା ଆରମ୍ଭ
  • ||
  • ଆସନ୍ତା ଦୁଇ ଦିନ ବିକ୍ଷିପ୍ତ ସ୍ଥାନରେ ବର୍ଷା ସମ୍ଭାବନା, ୨୫ରୁ ରାଜ୍ୟରେ ପ୍ରବଳ ଛେଚିବ
  • ||

ଟାଇମ୍ସ ସର୍ଭେ ୨୦୨୪: ଆଇଟିଇଆର୍‌ ଦେଶର ତୃତୀୟ ଶ୍ରେଷ୍ଠ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର,୩୧/୦୫: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନିକାଲ୍‌  ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ଦେଶର ତୃତୀୟ ଶ୍ରେଷ୍ଠ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ  ମାନ୍ୟତା ପାଇଛି । ଟାଇମ୍ସ ଅଲ୍‌ ଇଣ୍ଡିଆ ଇଞ୍ଜିନିୟରିଂ ଇନ୍‌ଷ୍ଟିଚ୍ୟୁଟ୍‌ ର‌୍ୟାଙ୍କିଙ୍ଗ  ସର୍ଭେ ୨୦୨୪ର ସମସ୍ତ  ବର୍ଗରେ ଆଇଟିଇଆର୍‌  ଶ୍ରେଷ୍ଠ ତୃତୀୟ ସ୍ଥାନରେ ରହିଛି । ୨୦୨୩ ଟାଇମ୍ସ  ସର୍ଭେରେ ମଧ୍ୟ ଆଇଟିଇଆର୍‌ ଦେଶର ପ୍ରମୁଖ  ଇଞ୍ଜିନିୟରିଂ କଲେଜ ମଧ୍ୟରେ ତୃତୀୟ ସ୍ଥାନ ହାସଲ  କରିଥିଲା । ସେହିପରି ଚଳିତ ବର୍ଷ ମଧ୍ୟ ଦେଶର ଶ୍ରେଷ୍ଠ ୧୨୫ ବେସରକାରୀ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ  ମଧ୍ୟରେ ଦ୍ୱିତୀୟ ସ୍ଥାନ ଓ ପୂର୍ବ ଭାରତରେ ପ୍ରଥମ  ସ୍ଥାନ ଅଧିକାର କରିଛି । ଗବେଷଣା କ୍ଷେତ୍ରରେ  ଦେଶର ତୃତୀୟ ସ୍ଥାନ, ପ୍ଲେସ୍‌ମେଣ୍ଟରେ ପଞ୍ଚମ  ସ୍ଥାନ ହାସଲ କରିଛି । ୨୦୨୩ରେ ଗବେଷଣା  କ୍ଷେତ୍ରରେ ସାରା ଦେଶରେ ଏହି ଶିକ୍ଷାନୁଷ୍ଠାନ ଚତୁର୍ଥ  ଓ ପ୍ଲେସ୍‌ମେଣ୍ଟରେ ନବମ ସ୍ଥାନରେ ରହିଥିଲା ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.