ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କୁଲଗାମରୁ ଲସ୍କରର ଟପ୍ କମାଣ୍ଡର ବାସିତ ଅହମଦ ଗିରଫ, ଏନକାଉଣ୍ଟର ଜାରି

ଶ୍ରୀନଗର, ୦୭/୦୫ : ଜାମ୍ମୁ କାଶ୍ମୀରରେ ସୁରକ୍ଷାବାହିନୀର ମାଓ ଦମନ ଅପରେଶନ ଜାରି। ସୋମବାର ସକାଳେ ଦକ୍ଷିଣ କାଶ୍ମୀର କୁଲଗାମର ରେଡୱାନୀ ପାଇନ ଅଞ୍ଚଳରେ ସୁରକ୍ଷାବାହିନୀ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲା। ଏହି ସମୟରେ ମାଓବାଦୀମାନେ ସୁରକ୍ଷାବାହିନୀ ଉପରକୁ ଆକ୍ରମଣ କରିଥିଲେ। ଫଳରେ ସୁରକ୍ଷାବାହିନୀ ଏହାର ପାଲଟା ଜବାବ ଦେଇଛି। ଏବେବି ଘଟଣାସ୍ଥଳରେ ଏନକାଉଣ୍ଟର ଜାରି ରହିଛି। ଜାମ୍ମୁ କାଶ୍ମୀର ପୋଲିସ ଏବଂ ସୁରକ୍ଷାବାହିନୀର ମିଳିତ ସହଯୋଗରେ ଏହି ଅପରେଶନ ଜାରି ରହିଛି। ଏହି ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲସ୍କରର ଶୀର୍ଷ ମାଓ କମାଣ୍ଡର ବାସିତ ଅହମ୍ମଦ ଡାରକୁ ଗିରଫ କରାଯାଇଛି। 

ସୂଚନାନୁଯାୟୀ, ଗତ ବର୍ଷ ଏନଆଇଏ ଲସ୍କରର ସହଯୋଗୀ ସଙ୍ଗଠନ ଦ ରେଜିଷ୍ଟାନ୍ସ ଫ୍ରଣ୍ଟ କମାଣ୍ଡର ବାସିତ ଅହମଦ ଡାରକୁ ଧରାଇ ଦେଲେ ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା। ବାସିତ ନହୁ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଥିଲା। ସେ ରେଡବାନିର ନିବାସୀ ଥିଲା। ୨୦୨୨ରୁ ବାସିତ ନିଖୋଜ ଥିଲା। 

ପ୍ରକାଶ ଥାଉକି, ଜାମ୍ମୁ କାଶ୍ମୀରର ପୁଞ୍ଛ ଜିଲ୍ଲାରେ ଗତ ମେ ୪ ତାରିଖରେ ବାୟୁସେନାର କାରକେଡ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ବାୟୁସେନାର ଜଣେ ଯବାନ ଶହୀଦ ହୋଇଥିବା ବେଳେ ୪ ଜଣ ଆହତ ହୋଇଥିଲେ। ଏହି ଆତଙ୍କବାଦୀଙ୍କୁ ଧରିବା ପାଇଁ କୁଲଗାମରେ ସର୍ଚ୍ଚ ଅପରେଶନ ଆରମ୍ଭ କରାଯାଇଥିଲା। 




  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.