ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ୩ ଖେଳାଳିଙ୍କୁ ଚୀନ୍ ଦେଲାନି ଏସିଆନ୍ ଗେମ୍ସରେ ଏଣ୍ଟ୍ରି
  • ||
  • କଟକ: କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଗୁରୁତର, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||
  • ଏବେ ସୁଦ୍ଧା ବାତ୍ୟା ସୂଚନା ନାହିଁଁ, ଅକ୍ଟୋବର ପ୍ରଥମ ସପ୍ତାହରେ ଲଘୁଚାପ ସମ୍ଭାବନା:IMD ଡିଜି
  • ||
  • ରିଆମାଳ: ସାତକିଆରୀ ଡ୍ୟାମ୍‌ର ହ୍ୟୁମ ପାଇପ୍‌ରୁ ବାହାରୁଛି ଅସହ୍ୟ ଦୁର୍ଗନ୍ଧ, ପଚା ଶବ ଥିବା ସନ୍ଦେହ
  • ||
  • ଚଣ୍ଡୀଗଡ଼: ଟସ୍ ଜିତି ଭାରତ ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଅଷ୍ଟ୍ରେଲିଆ
  • ||
  • ଭୁବନେଶ୍ୱର: ରାଜଧାନୀରେ ଗର୍ଜିଲେ ଆଙ୍ଗନବାଡ଼ି ଦିନ, ୧୦ ଦଫା ଦାବି ନେଇ ଆନ୍ଦୋଳନ
  • ||
  • କଟକ: ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍ ଯଦୁମଣି ମାଝୀ, ୪ହଜାର ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଟିମ୍
  • ||
  • ପୁରୀ: ୨୪ରୁ ଗଡ଼ିବ ପୁରୀ-ରାଉରକେଲା ବନ୍ଦେ ଭାରତ, କଟକ ଦେଇ ଚାଲିବ ଟ୍ରେନ୍‌
  • ||
  • ଭୁବନେଶ୍ୱର; ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି ଭାବେ ଶପଥ ନେଲେ ପ୍ରମିଳା ମଲ୍ଲିକ
  • ||
  • ଭୁବନେଶ୍ୱର: ମାୟାବିନୀ ଇରାନୀର ହନିଟ୍ରାପ୍‌ ମାମଲା: ବାପିର ରିମାଣ୍ଡ ସରିଲା, ଏଥର ଇରାନୀ ପାଳି, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ମାଗିଲା ପୁଲିସ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ରୁ ପୁଣି ୫ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ, ୨୧୧ରେ ପହଞ୍ଚିଲା ପଜିଟିଭ୍ ସଂଖ୍ୟା
  • ||
  • କଣାସ : ଡ଼ଙ୍ଗା ନେଇ ଚିଲିକାକୁ ଯିବାବେଳେ ଅଘଟଣ, ମତ୍ସ୍ୟଜୀବୀ ନିଖୋଜ
  • ||
  • ଚନ୍ଦ୍ରର ଦକ୍ଷିଣ ମେରୁରେ ଉଇଁଲା ସୂର୍ଯ୍ୟ: ଆଜି ବିକ୍ରମ, ପ୍ରଜ୍ଞାନର ନିଦ ଭାଙ୍ଗିବ !ଯୋଗାଯୋଗ ପାଇଁ ଚେଷ୍ଟା କରିବ ଇସ୍ରୋ
  • ||
  • ଭୁବନେଶ୍ୱର:ଆଜିଠୁ ବିଧାନସଭା ଅଧିବେଶନ, ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ: ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ୍
  • ||
  • ଭୁବନେଶ୍ୱର: ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା! ଓଡ଼ିଶା-ଆନ୍ଧ୍ର ଉପକୂଳ ମୁହାଁଇପାରେ, ଆଣିପାରେ ପ୍ରବଳ ବର୍ଷା
  • ||

ଲଞ୍ଚ୍ ହେଲା ଟିଭିଏସ୍ ଆପାଚେ ଆରଟିଆର୍ ୩୧୦, କାର୍ ଭଳି ରହିଛି କ୍ଲାଇମେଟ୍ କଣ୍ଟ୍ରୋଲ ସିଟ୍

ନୂଆଦିଲ୍ଲୀ ୬/୯: ଭାରତୀୟ ଟୁ-ହ୍ୱିଲର ମେକର ଟିଭିଏସ୍ ମୋଟର ନେକେଡ୍ ମୋଟରସାଇକେଲ ଆପାଚେ ଆରଟିଆର୍ ୩୧୦କୁ ୨.୪୩ ଲକ୍ଷ ଟଙ୍କାର ପ୍ରାରମ୍ଭିକ ଏକ୍ସ-ଶୋରୁମ୍ ଦାମରେ ଲଞ୍ଚ୍ କରିଦେଇଛି । କମ୍ପାନୀର ନେକେଡ୍ ବାଇକରେ କ୍ଲାଇମେଟ୍ କଣ୍ଟ୍ରୋଲ ସିଟ୍ ଦିଆଯାଇଛି ଯାହାକି ପାଣିପାଗ ଅନୁସାରେ ମାତ୍ର ୩ ମିନିଟରେ ୧୫ ଡିଗ୍ରୀ ପର୍ଯ୍ୟନ୍ତ ଥଣ୍ଡା ବା ଗରମ ହୋଇପାରିବ । 

 

ବାଇକରେ ସ୍ମାର୍ଟଫୋନ୍ କନେକ୍ଟିଭିଟି ସହିତ ଭଏସ୍ କମାଣ୍ଡ ବିଶିଷ୍ଟ ଟିଏଫଟି ଡିସପ୍ଲେ ସହିତ ଅନେକ ଆଡଭାନ୍ସ୍ଡ ଫିଚର ଦିଆଯାଇଛି । ଟିଭିଏସ୍ ଆପାଚେ ଆରଟିଆର୍ ୩୧୦ ଭାରତୀୟ ବଜାରରେ କାୱାସାକି ନିଞ୍ଜା ୩୦୦କୁ ଟକ୍କର ଦେବ । କମ୍ପାନୀ ବାଇକକୁ ୨ଟି କଲର ଅପ୍ସନ –ଆର୍ସେନଲ ବ୍ଲଲାକ୍ ଏବଂ ଫ୍ୟୁରୀ ୟେଲୋ ସହିତ ନେଇଆସିଛି । ମୋଟରସାଇକେଲରେ ୩୧୨.୧୨ ସିସିର ସିଙ୍ଗଲ ସିଲିଣ୍ଡର, ଲିକ୍ୱିଡ୍ କୁଲ୍ଡ ରିଭର୍ସ ଇଙ୍କ୍ଲାଇନ୍ DOHC ଇଞ୍ଜିନ୍ ଦିଆଯାଇଛି ଯାହା ୯,୭୦୦ ଆରପିଏମରେ ୩୫ ଏଚପିର ପାୱର ଏବଂ ୬୬୫୦ ଆରପିଏମରେ ୨୮.୭ ଏନଏମର ପିକ୍ ଟର୍କ ଜେନେରେଟ୍ କରିଥାଏ । ଇଞ୍ଜିନକୁ ୬ ସ୍ପିଡ୍ ଗିୟରବକ୍ସ ସହିତ ଟ୍ୟୁନ କରାଯାଇଛି । 

 

କମ୍ପାନୀର କହିବାନୁସାରେ ନେକେଡ୍ ବାଇକ ୨.୮୧ ସେକେଣ୍ଡରେ ୬୦ କିଲୋମିଟର ପ୍ରତି ଘଣ୍ଟା ସ୍ପିଡ୍ ଧରିପାରିବ ଏବଂ ଏହାର ଟପ୍ ସ୍ପିଡ୍ ୧୫୦ କିଲୋମିଟର ପ୍ରତି ଘଣ୍ଟା । ନୂଆ ଆପାଚେ ଆରଟିଆର ୩୧୦ରେ ୫ ରାଇଡ୍ ମୋଡ ଅର୍ବାନ, ରେନ୍, ସ୍ପୋର୍ଟ୍ସ, ଟ୍ରାକ୍ ଏବଂ ସୁପରମୋଟୋ ମୋଡ୍ ମିଳିଥାଏ । ଟିଭିଏସ୍ ଆପାଚେ ଆରଟିଆର୍ ୩୧୦ରେ ଏଲଇଡି ଡିଆରଏଲ୍ସ ସହିତ ନୂଆ ସ୍ପିଲ୍ଟ ଏଲଇଡି ହେଡଲ୍ୟାମ୍ପ ସେଟଅପ୍ ଫ୍ଲାଟ୍ ଗୋଲ୍ଡ ଫିନିଶ୍ଡ ହ୍ୟାଣ୍ଡେଲବାର୍, ନୂଆ ହାଲୁକା ଆଲୁମିନିୟମ୍ ସବଫ୍ରେମ୍, ଏକ ଟ୍ୱିନ୍ ଟେଲ ଲ୍ୟାମ୍ପ ଏବଂ ଏକ ସ୍ପିଲ୍ଡ ସିଟ୍ କନଫିଗରେସନ୍ ରହିଛି ।

Copyright © 2022 - Summa Real Media Private Limited. All Rights Reserved.