ପ୍ରମୁଖ ଖବର
  • ବୁଧବାର ଅରୁଣ ଗୋଭିଲ, ଗୁରୁବାର ପୁଣି ଓଡିଶା ଆସିବେ ଜେ.ପି ନଡ୍ଡା
  • ||
  • ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ
  • ||
  • ରଥଖଳା ହାଲ୍‌ଚାଲ୍‌...ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ, ଖୋଳା ହେବ ଯନ୍ତା ଗାଡ଼
  • ||
  • ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାମଲା: ସିଏମ୍‌ ହାଉସ୍‌ରେ ବିଭବଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ପୁଣି ୧୪ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ
  • ||
  • IPL ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା- ହାଇଦ୍ରାବାଦ, ରନ୍‌ ବର୍ଷା କରିବେ ବ୍ୟାଟିଂ ପାୱାର ହାଉସ୍‌
  • ||
  • ବାତ୍ୟା ହେବନି..ଅବପାତ ହୋଇ ମିଆଁମାର ଯିବ: ଜିଏଫଏସ୍
  • ||

ବାଲେଶ୍ଵର ଭିନ୍ନକ୍ଷମ ଆଶ୍ରମରୁ ଦୁଇ ଛାତ୍ର ନିଖୋଜ

ନୀଳଗିରି,୧୬/୪ : ବାଲେଶ୍ଵରର ସରକାରୀ ଅନ୍ଧ, ମୁକ ବଧିର ଭିନ୍ନକ୍ଷମ ଆଶ୍ରମ ବିଦ୍ୟାଳୟରେ ସୁରକ୍ଷାକୁ ନେଇ ଉଠିଲା ବଡ଼ ପ୍ରଶ୍ନ । ଆଶ୍ରମ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ସ୍କୁଲରୁ ଦୁଇ ମୁକ ବଧିର ନାବାଳକ ଦୁଇ ଦିନ ଧରି ନିଖୋଜ ଅଛନ୍ତି । ଅଭିଭାବକଙ୍କ ଅଭିଯୋଗକ୍ରମେ ସଦର ଥାନାରେ ଅଭିଯୋଗ କଲେ ସ୍କୁଲ କର୍ତ୍ତୃପକ୍ଷ । ନିଖୋଜ ଥିବା ନାବାଳକ ଜଣେ ନୀଳଗିରି ଥାନା ସିଆଡ଼ିମାଳ ପଂଚାୟତ ବାବନ୍ଧ ଗ୍ରାମର କୃଷ୍ଣଚନ୍ଦ୍ର ବେହେରାଙ୍କ ୧୨ବର୍ଷର ଭିନ୍ନକ୍ଷମ ପୁଅ ସଂଗ୍ରାମ ବେହେରା ଓ ଆଉ ଜଣେ ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଅଞ୍ଚଳର ବାପି ମାରାଣ୍ଡି । ସୋମବାର ଭୋରରୁ ପାଚେରୀ ଡେଇଁ ଦୁଇ ଜଣ ନିଖୋଜ ହୋଇଥିବା ନେଇ ସ୍କୁଲ କର୍ତ୍ତୃପକ୍ଷ ସଫେଇ ଦେଇଥିବାବେଳେ ପିଲା ଫାଟକ ଦେଇ ଯାଇଥିବା ଅଭିଯୋଗ କରୁଛନ୍ତି ଅଭିଭାବକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.