ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

WHOର ଚେତାବନୀ: ବିଶ୍ୱ ତାପମାତ୍ରା ୧.୫ ଡିଗ୍ରୀ ସେଲ୍‌ସିୟସ୍‌ ରଖିବାରେ ବିଫଳ, ତରଳୁଛି ଗ୍ଲାସିଅର ଓ ସମୁଦ୍ର ବରଫ

ନୂଆଦିଲ୍ଲୀ, ୨୦।୩: ବିଶ୍ୱ ଉତ୍ତାପନକୁ ନେଇ ବଡ଼ ବିପଦର ଚେତାବନୀ ଦେଇଛି ଜାତିସଂଘ । ଜାତିସଂଘ ପାଣିପାଗ ଏଜେନ୍ସି ଅନୁସାରେ, ଗତ ବର୍ଷ ଗ୍ରୀନ୍‌ହାଉସ୍‌ ଗ୍ୟାସ୍‌, ଭୂମି ଓ ଜଳ ତାପମାତ୍ରା ଏବଂ ଗ୍ଲାସିଅର ଓ ସମୁଦ୍ର ବରଫ ତରଳିବାରେ ରେକର୍ଡ ବୃଦ୍ଧି ଚେତାବନୀ ଦେଉଛି ଯେ ଏଗୁଡ଼ିକର ହ୍ରାସ ନିମନ୍ତେ ବିଶ୍ୱର ପ୍ରୟାସ ପର୍ଯ୍ୟାପ୍ତ ନୁହେଁ । ବିଶ୍ୱ ପାଣିପାଗ ସଂଗଠନ ଗତ ମଙ୍ଗଳବାର ଜାରି କରିଛି ‘ଷ୍ଟେଟ୍‌ ଅଫ୍‌ ଦ ଗ୍ଲୋବାଲ କ୍ଲାଇମେଟ୍‌’ ଶୀର୍ଷକ ରିପୋର୍ଟ । ବିଶ୍ୱ ତାପମାତ୍ରା ୧.୫ ଡିଗ୍ରୀ ସେଲ୍‌ସିୟସ୍‌ ମଧ୍ୟରେ ସୀମିତ ରଖିବାର ଜଳବାୟୁ ଲକ୍ଷ୍ୟ ବିପଦରେ ରହିଥିବା ଏହା ଦର୍ଶାଇଛି । ଏନେଇ ବିଶ୍ୱ ପାଣିପାଗ ସଂଗଠନ ସମୁଦାୟ ବିଶ୍ୱ ପାଇଁ ବିପଦର ଚେତାବନୀ ଦେଇଛି ।’ 

ୟୁରୋପୀୟ ସଂଘର କୋପରନିକସ୍‌ ଜଳବାୟୁ ସେବା ଅନୁସାରେ, ମାର୍ଚ୍ଚ ୨୦୨୩ରୁ ଫେବ୍ରୁଆରୀ ୨୦୨୪ ମଧ୍ୟରେ ୧୨ ମାସର ଅବଧିରେ ବିଶ୍ୱ ଉତ୍ତାପନ ୧.୫ ଡିଗ୍ରୀ ସୀମାରୁ ଟପିଛି । ଏହା ଅନୁସାରେ, ୨୦୨୩ରେ ବିଶ୍ୱ ତାପମାତ୍ରା  ୧.୫ ଡିଗ୍ରୀ ସେଲ୍‌ସିୟସ୍‌ର ଟିକିଏ ତଳେ ଅର୍ଥାତ୍‌ ୧.୪୮ ଡିଗ୍ରୀ ସେଲ୍‌ସିୟସ ଥିଲା । କିନ୍ତୁ ଚଳିତ ବର୍ଷ ଆରମ୍ଭରେ ରେକର୍ଡ ଗରମ ହାରାହାରି ୧୨ ମାସର ଉତ୍ତାପ ହାରଠୁ ଟପିଗଲା । ପୃଥିବୀ ପାଇଁ ଏହା ବିପଦର ଘଡ଼ି । ପୃଥିବୀ ବର୍ତ୍ତମାନ ଅତ୍ୟନ୍ତ ଖରାପ ସ୍ଥିତିରେ ଉପନୀତ ହୋଇଛି । ଜଳବାୟୁକୁ କଳୁଷିତ କରିଛି ଜୀବାଶ୍ମ ଇନ୍ଧନ । ୨୦୨୩ ମସିହାରେ, ୯୦ ଭାଗରୁ ଉର୍ଦ୍ଧ୍ୱ ସମୁଦ୍ର ଜଳ ଅତିକମ୍‌ରେ ଥରେ ହିଟ୍‌ୱେଭ୍‌ର ସମ୍ମୁଖୀନ ହୋଇଥିଲା । 

୧୯୫୦ ମସିହାରୁ ସର୍ବାଧିକ ଗ୍ଲାସିଅର ବରଫ ତରଳିଛି । ଆଣ୍ଟାର୍କଟିକ୍‌ ସମୁଦ୍ର ବରଫ ସବୁଠୁ ନିମ୍ନ ସ୍ତରରେ ପହଞ୍ଚିଛି । ସବୁଠୁ ଚିନ୍ତାର ବିଷୟ ହେଉଛି ପୃଥିବୀ ବର୍ତ୍ତମାନ ତରଳ ପର୍ଯ୍ୟାୟରେ ପହଞ୍ଚିଛି । ବିଶ୍ୱ ପାଣିପାଗ ସଂଗଠନ ଅନୁସାରେ, ହିଟ୍‌ୱେଭ୍‌, ବନ୍ୟା, ମରୁଡ଼ି, ବନାଗ୍ନି, ଉଷ୍ଣମଣ୍ଡଳୀୟ ଝଡ଼ ଓ ଜଳବାୟୁ ପରିବର୍ତ୍ତନ ଦ୍ୱାରା ସ୍ଥିତି ଭୟଙ୍କର ହୋଇଛି । ୨୦୨୩ ମସିହାରେ ବିଶ୍ୱର ପ୍ରତ୍ୟେକ କୋଣରେ ଲୋକଙ୍କ ଜୀବନ ଓ ଜୀବିକାକୁ ଏହା ପ୍ରଭାବିତ କରିଛି । ପ୍ରତି ବର୍ଷ ଜଳବାୟୁ ସ୍ଥିତି ଖରାପ ହୋଇ ଚାଲିଛି । 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.