ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ଆଇସକ୍ରିମ୍‌ ବ୍ୟବସାୟକୁ ଅଲଗା କରିବ ଏହି କମ୍ପାନୀ , ୭୫୦୦ କର୍ମଚାରୀଙ୍କର ଛଟେଇ

ନୂଆଦିଲ୍ଲୀ : ବ୍ରିଟେନ୍‌ର ପ୍ରସିଦ୍ଧ କମ୍ପାନୀ – ୟୁନିଲିଭର ପିଏଲସି ବେନ ଆଣ୍ଡ ଜେରି ଭଳି ବ୍ରାଣ୍ଡ ନିଜର ଆଇସ୍‌କ୍ରିମ୍‌ ବ୍ୟବସାୟକୁ ଅଲଗା କରିବାର ଯୋଜନା ପ୍ରସ୍ତୁତ କରିଛି। କମ୍ପାନୀ କହିଛି ଯେ, ଏଥିପାଇଁ ଅନେକ ବିକଳ୍ପ ଉପରେ ବିଚାର କରାଯାଉଛି। ଏମିତି କୁହାଯାଉଛି କି, କମ୍ପାନୀ ଡିମର୍ଜର ଜରିଆରେ ନୂଆ ବ୍ୟବସାୟର ଲିଷ୍ଟିଂ ଯୋଜନା ଉପରେ ବିଚାର କରିପାରେ। କହି ରଖୁଛୁ କି, ୟୁନିଲିଭର ପିଏଲସିର ଆଇସିକ୍ରିମ୍‌ ଡିଭିଜନର ୨୦୨୩ ମସିହାରେ ୮.୬ ବିଲିୟନ ଡଲାର ବିକ୍ରି ହୋଇଥିଲା।

ୟୁନିଲିଭର ପିଏଲସିର ରି-ଷ୍ଟ୍ରକଚରିଂ ପ୍ଲାନ କାରଣରୁ ୭୫୦୦ କର୍ମଚାରୀଙ୍କ ଛଟେଇ ହେବାକୁ ଯାଉଛି। କମ୍ପାନୀ କହିଛି କି, ଏହି ପଦକ୍ଷେପ ବ୍ୟାପକ ରି-ଷ୍ଟ୍ରକ୍ଚରିଂର ଅଂଶ। ଚାକିରିରେ ଏହି ଛଟେଇରେ ଆଗାମୀ ତିନି ବର୍ଷରେ ୮୦୦ ୟୁରୋ ମିଲିୟନ (୮୦ କୋଟି) ଯାଏ ଫାଇଦାର ଆଶା କରାଯାଉଛି। 

ରି-ଷ୍ଟ୍ରକ୍ଚରିଂରେ ୟୁନିଲିଭର ପିଏଲସିର ଧ୍ୟାନ ୪ଟି ବ୍ୟବସାୟ ଉପରେ କେନ୍ଦ୍ରିତ ହୋଇଯିବ। ଏହି ୪ଟି ବ୍ୟବସାୟ-ବ୍ୟୁଟି ଆଣ୍ଡ ୱେଲବିଇଂ, ପର୍ସନାଲ କେୟାର, ହୋମକେୟାର ଓ ନ୍ୟୁଟ୍ରିସିୟନ। ଏହା ପୂର୍ବରୁ କମ୍ପାନୀର ପ୍ରତିଦ୍ୱନ୍ଦ୍ୱୀ ନେସଲେ ଏସଏ ପ୍ରଥମେ ଘରୋଇ ଇକ୍ୱିଟି ଫାର୍ମ ପିଏଆଇ ପାର୍ଟନରଙ୍କ ସହ ଏକ ମିଳିତ ଭେଞ୍ଚର ସ୍ଥାପିତ କରି ନିଜର ଆଇସକ୍ରିମ୍‌ ବ୍ୟବସାୟକୁ ଅଲଗା କରି ଦେଇଥିଲେ। କମ୍ପାନୀ ପକ୍ଷରୁ ଆଇସକ୍ରିମ୍‌ ୟୁନିଟ୍‌କୁ ଅଲଗା କରିବାରେ ୟୁନିଲିଭରର ବଡ଼ ଟେନସନ ଶେଷ ହୋଇଯିବ।

ଉଲ୍ଲେଖନୀୟ ଯେ, କମ୍ପାନୀକୁ ନିଜର ବ୍ରାଣ୍ଡ ବେନ୍‌ ଆଣ୍ଡ ଜେରି ଦ୍ୱାରା ଉଠାଯାଇ ଥିବା ରାଜନୀତିକ ଆଭିମୁଖ୍ୟ ଉପରେ ଅନେକ ବିବାଦ ଦେଇ ଗତି କରିବାକୁ ପଡ଼ିଛି। ଡିସେମ୍ୱର ୨୦୨୨ରେ ବ୍ରାଣ୍ଡ ଦ୍ୱାରା ଇସ୍ରାଏଲର କବଜାରେ ଥିବା ୱେଷ୍ଟ ବ୍ୟାଙ୍କ୍‌ରେ ବିକ୍ରି ହେଉ ଥିବା ଉତ୍ପାଦ ଗୁଡ଼ିକ ଉପରେ ଆପତ୍ତି ପରେ ୟୁନିଲିଭର ବେନ୍‌ ଆଣ୍ଡ ଜେରିର ସ୍ୱତନ୍ତ୍ର ବୋର୍ଡ ସହ ଏକ କୋର୍ଟ ଲଢେଇକୁ ସମାଧାନ କରିଛି। ଏହା ପୂର୍ବରୁ ୟୁନିଲିଭର ବେନ୍‌ ଆଣ୍ଡ ଜେରୀର ଏକ ବିବାଦୀୟ ସୋସିଆଲ ମିଡ଼ିଆ ପୋଷ୍ଟରେ ମଧ୍ୟ ଅନେକ ପ୍ରଶ୍ନର ସମ୍ମୁଖୀନ ହୋଇଥିଲା।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.