ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଦିନକରେ ଭାଙ୍ଗିଲେ ୧୫ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୧୧/୮: ଗୋଟିଏ ଦିନରେ ୧୫ ବିଶ୍ୱ ରେକର୍ଡ । ଏହି ଉପଲବ୍ଧି ମାଧ୍ୟମରେ ‘ସିରିଏଲ ରେକର୍ଡ ବ୍ରେକର୍‌’ ଟାଇଟଲ ପାଇଛନ୍ତି ଆମେରିକାର ଇଡାହୋ ବାସିନ୍ଦା ଡେଭିଡ୍‌ ରଶ୍‌ । ଡେଭିଡ୍‌ ଅଦ୍ୟାବଧି ୨୫୦ ବିଶ୍ୱ ରେକର୍ଡ ଭାଙ୍ଗିଛନ୍ତି । ନିକଟରେ ସେ ଲଣ୍ଡନ ସ୍ଥିତ ଗିନିଜ୍‌ ବିଶ୍ୱ ରେକର୍ଡସ୍‌ ମୁଖ୍ୟାଳୟକୁ ଯାଇଥିଲେ ସର୍ବାଧିକ ରେକର୍ଡ ଟାଇଟଲ ହାସଲ କରିବା ପାଇଁ । ଗିନିଜ୍‌ର ଆଡ୍‌ଜୁଡିକେଟର୍‌ କହିଛନ୍ତି, ଗୋଟିଏ ଦିନରେ ଅନେକ ରେକର୍ଡ କରିବା କ୍ଲାନ୍ତ ପ୍ରୟାସ । କିନ୍ତୁ ବିନା ପରିଶ୍ରମରେ ଡେଭିଡ୍‌ଙ୍କର ଦିନକରେ ୧୫ ରେକର୍ଡ କରିବା ଖୁବ୍‌ ପ୍ରଶଂସନୀୟ ଥିଲା । ଡେଭିଡ୍‌ ପ୍ରଥମେ ଜଗ୍‌ଲିଂ କରିଥିଲେ । ୩ଟି ସେଓକୁ ଜଗ୍‌ଲିଂ କରିବା ସମୟରେ ଗୋଟିଏ ମିନିଟ୍‌ରେ ସେ ସର୍ବାଧିକ ୧୯୮ ଥର କାମୁଡ଼ି ବିଶ୍ୱ ରେକର୍ଡ କଲେ । ତା’ପରେ ଦୁଇ ହାତ ବ୍ୟବହାର କରି ଦୁଇଟି ବୋତଲ କ୍ୟାପ୍‌ ଉପରେ ଗୋଟିଏ ଟେବଲ ଟେନିସ୍‌ ବଲ୍‌କୁ ସବୁଠୁ ଦ୍ରୁତ ବାଉନ୍ସ କରି ବିଶ୍ୱ ରେକର୍ଡ କଲେ । 

ମାତ୍ର ୨.୯ ସେକେଣ୍ଡ୍‌ରେ ସେ ଏହି ଉପଲବ୍ଧି ହାସଲ କଲେ । ୩୦ ସେକେଣ୍ଡେ୍‌ରେ ହାତର ଦୁଇ ପାଶ୍ୱର୍କୁ ପ୍ରତ୍ୟେକ ଥର ବୁଲାଇ ସର୍ବାଧିକ ୧୨୫ ଥର ବେସ୍‌ବଲକୁ ଛୁଇଁ ସେ ବିଶ୍ୱ ରେକର୍ଡ କଲେ । ରଶ୍‌ ତା’ପରେ ପିଙ୍ଗ୍‌ ପଙ୍ଗ୍‌ ବଲ୍‌ ଜରିଆରେ ଅନେକ ବିଶ୍ୱ ରେକର୍ଡ ଭାଙ୍ଗିଲେ । ୩୦ ସେକେଣ୍ଡ୍‌ରେ ପାଟି ଜରିଆରେ ଟେନିସ୍‌ ବଲ୍‌କୁ କାନ୍ଥରେ ବାଉନ୍ସ କଲେ । ୧ ମିନିଟ୍‌ରେ ସର୍ବାଧିକ ଥର ଟେବଲ ଟେନିସ୍‌ ବଲ୍‌କୁ କାନ୍ଥରେ ମାଡ଼ କଲେ । ୩୦ ସେକେଣ୍ଡ୍‌ରେ କାନ୍ଥ ପଛରୁ ସର୍ବାଧିକ ଥର ବାସ୍କେଟ୍‌ ବଲ ପାସ୍‌ କଲେ । ଏହା ପରେ ୩ ବଲ୍‌ ଜରିଆରେ ସେ ଏକାଧିକ ଜଗ୍‌ଲିଂ ରେକର୍ଡ ଭାଙ୍ଗିଲେ । ତା’ପରେ ୩୦ ସେକେଣ୍ଡ୍‌ରେ ସର୍ବାଧିକ ଟି-ସାର୍ଟ ପିନ୍ଧିଲେ । ଗୋଟିଏ ହାତରେ ସବୁଠୁ ଦ୍ରୁତ ବେଗରେ ୧୦ ଟୟଲେଟ୍‌ ପେପର୍‌ ଗୁଡ଼ାଇଲେ । ଷ୍ଟ୍ର ଜରିଆରେ ସବୁଠୁ ଦ୍ରୁତ ବେଗରେ ୧ ଲିଟର ଲେମ୍ବୁ ଜୁସ୍‌ ପିଇଲେ । ଏହିଭଳି ଭାବେ ରଶ୍‌ ଗୋଟିଏ ଦିନରେ ୧୫ ବିଶ୍ୱ ରେକର୍ଡ ଭାଙ୍ଗିଲେ, ଯାହା ଅବିଶ୍ୱସନୀୟ ବୋଲି ଗିନିଜ୍‌ କର୍ମଚାରୀ ସିନ୍‌ଡେନ୍‌ କହିଛନ୍ତି ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.