ପ୍ରମୂଖ ଖବର
  • ମାହାଙ୍ଗା: ଭାରସାମ୍ୟ ହରାଇ କେନାଲକୁ ଖସିଲା କାର୍, ଯୁବକଙ୍କ ମୃତ୍ୟୁ
  • ||
  • ମୋହନ ସରକାରଙ୍କ ପ୍ରଥମ ଅଧିବେଶନ, ୨୪ରେ ଉପବାଚସ୍ପତି ନିର୍ବାଚନ, ୨୫ରେ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ପ୍ୟାରିସ୍‌ ଅଲିମ୍ପିକ ୨୦୨୪: ୨୫ରୁ ତୀରନ୍ଦାଜୀ ଇଭେଣ୍ଟ, ରିକର୍ଭ ଇଭେଣ୍ଟରେ ଭାଗ ନେବେ ୬ ଭାରତୀୟ
  • ||
  • ଆସନ୍ତା ୨୬ ସୁଦ୍ଧା ଆଉ ଏକ ଲଘୁଚାପ, ତିନିଦିନ ପ୍ରବଳ ବର୍ଷା ସମ୍ଭାବନା: ଏବେ ବି ନିଅଣ୍ଟିଆ ସ୍ଥିତିରୁ ବାହାରିନି ୧୬ ଜିଲ୍ଲା
  • ||
  • ମୋଦି ୩.୦ ସରକାରର ପ୍ରଥମ ବଜେଟ୍‌, ୭ମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||

କମେଣ୍ଟ ମରାକୁ ନେଇ ହତ୍ୟା ଘଟଣା, ହତ୍ୟାକାରୀଙ୍କୁ ଗିରଫ ଦାବିରେ ରାସ୍ତାରୋକ

ଚକାପାଦ, ୯/୭ : ଟିକାବାଲି ଥାନା ଅନ୍ତର୍ଗତ ଶଙ୍କରାଖୋଲ ହାଟପଦା ଠାରେ ଗତ ୫ ତାରିଖ ଦିନ କମେଣ୍ଟ ମରାକୁ କେନ୍ଦ୍ର କରି ଏକ ହତ୍ୟାକାଣ୍ଡ ଘଟିଥିଲା। ଏହି ଘଟଣାକୁ ୭୨ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ପୁଲିସ ବିଫଳ। ଏହାର ପ୍ରତିବାଦରେ ଆଜି ଶଙ୍କରାଖୋଲ ଠାରେ ଜାତୀୟ ରାଜପଥ ୧୭୫କୁ ଅବରୋଧ କରିଛନ୍ତି ଗ୍ରାମବାସୀ। ଶତାଧିକ ଲୋକ ରାସ୍ତା ଉପରେ ବସି ରହିବା ଫଳରେ ଏହି ରାସ୍ତା ଦେଇ ଯାତାୟତ ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି। ଫୁଲବାଣୀ ଠାରୁ ବ୍ରହ୍ମପୁର, ଟିକାବାଲି, ଜି. ଉଦୟଗିରି, ରାଇକିଆ ଅଞ୍ଚଳକୁ କୌଣସି ଗାଡି ଯାଇ ପାରିନାହିଁ। ଅଭିଯୁକ୍ତମାନଙ୍କୁ ଗିରଫ ନକରିବା ପର୍ଯ୍ୟନ୍ତ ହଟିବେ ନାହିଁ ବୋଲି ଲୋକେ ଜିଦ ଧରିଛନ୍ତି। ସ୍ଥାନୀୟ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।

ସୂଚନାଯୋଗ୍ୟ, ଶଙ୍କରାଖୋଲ ନିକଟ ଅଡାବାଡ଼ି ଶାଳବଣଠାରେ ଗୁରୁବାର ଶଙ୍କରାଖୋଲ, ଫିରିଙ୍ଗିଆ ଓ ଜି. ଉଦୟଗିରିର କିଛି ଯୁବକ ଯୁବତୀ ବଣଭୋଜି କରୁଥିଲେ। ସେଠାରେ ଯୁବତୀମାନଙ୍କୁ କମେଣ୍ଟ ମରାକୁ କେନ୍ଦ୍ର କରି ଫିରିଙ୍ଗିଆ ଓ ଶଙ୍କରାଖୋଲ ଯୁବକମାନଙ୍କ ମଧ୍ୟରେ ବଚସା ହୋଇଥିଲା। ଭୋଜିଭାତ ସାରି ସମସ୍ତେ ନିଜ ନିଜ ଘରକୁ ଯାଇଥିଲେ। ପରେ ରାତି ପ୍ରାୟ ସାଢେ ୧୦ଟାରେ ଫିରିଙ୍ଗିଆର ତପନ ବିଶୋୟୀ, ଗୋପୀକିଶାନ ମଳିକ ଓ ମାନସ ମଲିକ ମିରିଗିସୁଗାରେ ରହୁଥିବା ସନ୍ତୋଷ ନାୟକଙ୍କ ଘରକୁ ଯାଇ ତାଙ୍କୁ ବାଡିଆପିଟା କରିଥିଲେ। ଏହି ସମୟରେ ଶଙ୍କରାଖୋଲର ବସନ୍ତ ଦଳବେହେରା (୨୭ ବର୍ଷ), ପିଣ୍ଟୁ କହଁର, ଓ ଲକ୍ଷ୍ମୀଧର ରଣା ସେଠାରେ ପହଞ୍ଚି ଏହାର ପ୍ରତିବାଦ କରିଥିଲେ। ଫଳରେ ସେମାନେ ବସନ୍ତ, ପିଣ୍ଟୁ ଓ ଲକ୍ଷ୍ମୀଧରଙ୍କ ଉପରେ ଛୁରା ଯୋଗେ ମରଣାନ୍ତକ ଆକ୍ରମଣ କରିଥିଲେ। ପରେ ଆକ୍ରମଣକାରୀମାନେ ସେଠାରୁ ଫେରାର ହୋଇଥିଲେ। ସଙ୍ଗେସଙ୍ଗେ ବସନ୍ତ ଏବଂ ପିଣ୍ଟୁଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ସେମାନଙ୍କୁ ଭୁବନେଶ୍ୱର ଏମସକୁ ସ୍ଥାନାନ୍ତର କରିଥିଲେ। ସେଠାରେ ଚିକିତ୍ସିତ ଅବସ୍ଥାରେ ଶୁକ୍ରବାର ସକାଳେ ବସନ୍ତଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଟିକାବାଲି ଥାନାରେ ଏତଲା ପରେ ୧୦୭/୨୪ ରେ ଏକ ମାମଲା ରୁଜୁ ହୋଇଥିଲା। ପୁଲିସ ଗୋପୀକିଷନଙ୍କୁ ଗିରଫ କରି ପଚରାଉଚରା କରୁଥିବା ବେଳେ ଅନ୍ୟ ଅଭିଯୁକ୍ତମାନେ ବର୍ତ୍ତମାନ ସୁଦ୍ଧା ଫେରାର ଥିବା ଟିକାବାଲି ଥାନା ଅଧିକାରୀ କଲ୍ୟାଣୀମୟୀ ଶାଣ୍ଢ ସୂଚନା ଦେଇଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.