ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ବିକାଶର ଅପହଞ୍ଚ ଇଲାକାରେ ମାଳି ପଦର, ପାଣି ପାଇଁ ଯିବାକୁ ପଡ଼ୁଛି ଦେଢ କି.ମି ଦୂର

କାଶୀପୁର, ୧୮/୦୯ : ଖଣି ଅଞ୍ଚଳରେ ଥିବା ମାଳି ପଦର ଗ୍ରାମରେ ମୌଳିକ ସୁବିଧା ସାତ ସପନ। ପିଇବା ପାଣି, ରାସ୍ତା ଘାଟ, ସ୍ୱାସ୍ଥ୍ୟ, ଶିକ୍ଷା ଭଳି ମୌଳିକ ସୁବିଧା ଠାରୁ ଅନେକ ଦୂରରେ ଲୋକେ। ଗ୍ରାମରେ ପିଇବା ପାଣିର ସୁବିଧା କରାଯାଇ ନଥିବାରୁ ପ୍ରାୟ ଦେଢ଼ କିଲୋମିଟର ଦୂର ଘାଟି ତଳୁ ଝରଣା ପାଣି ସଂଗ୍ରହ କରିବାକୁ ପଡୁଛି। କାଶୀପୁର ବ୍ଲକ ସୁଙ୍ଗେର ପଞ୍ଚାୟତ ସଦର ଠାରୁ ଦୂରରେ ତୀବ୍ର ମାଳି ନିକଟରେ ଅବସ୍ଥିତ ମାଳି ପଦର ଗ୍ରାମରେ ୪୨ ପରିବାର ପୁରୁଷାନୁକ୍ରମେ ବାସ କରୁଛନ୍ତି । ଗତ ଦିନରେ ଏଲଆଣ୍ଡଟି କମ୍ପାନୀ ଖଣି ସର୍ଭେ କରିବା ପାଇଁ ଘାଟି କାଟି ରାସ୍ତା କରାଯାଇଥିଲା । କିନ୍ତୁ ରକ୍ଷଣା ବେକ୍ଷଣ ଅଭାବରୁ ରାସ୍ତା ନଷ୍ଟ ହୋଇ ଥିବାରୁ ଏବେ ଏହି ରାସ୍ତାରେ ବାଇକଟିଏ  ଯିବାରେ କଷ୍ଟକର ହେଉଛି ।

ରାସ୍ତା ଖରାପ ଥିବାରୁ ଗାଁକୁ ଆମ୍ବୁଲାନ୍ସ ଯାଇ ପାରୁନାହିଁ । ପ୍ରସବ ପାଇଁ ଗର୍ଭବତୀଙ୍କୁ ପ୍ରାୟ ୪ କି.ମି ଖଟିଆରେ ବୋହି ଘାଟି ରାସ୍ତା ପାର କରାଇବା ପରେ ଶାଗବାରି ଗ୍ରାମ ଠାରୁ ଆମ୍ଵୁଲାନ୍ସ କିମ୍ବା ଅନ୍ୟ କୌଣସି ଗାଡ଼ିରେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବାକୁ ପଡ଼ୁଛି। ହିଲ ଟପ୍‌ରେ ଥିବା ମାଳି ପଦର ଗ୍ରାମବାସୀ ପିଇବା ପାଣି ପାଇଁ ହଇରାଣ ହେଉଛନ୍ତି । ସରକାର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣରେ ଅଜସ୍ର ଖର୍ଚ୍ଚ କରାଯାଉ ଥିଲେ ସୁଦ୍ଧା ମାଳି ପଦର ଗ୍ରାମରେ ପିଇବା ପାଣିର ସୁବିଧା କରାଯାଉ ନାହିଁ । ଗତ ଦିନରେ ଗ୍ରାମବାସୀ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ପାଣିର ସୁବିଧା ପାଇଁ ଅନୁରୋଧ କରିବାରୁ କିଛି ମିଟର ପାଇପ ଯୋଗାଇ ଦେଇଥିଲେ । ଗ୍ରାମବାସୀ ନିଜେ ଶ୍ରମ ଦାନରେ ପାଇପ ପୋତି ପାହାଡ଼ର ଝରଣା ଜଳକୁ ଗାଁ ପର୍ଯ୍ୟନ୍ତ ନେବାକୁ ଚେଷ୍ଟା କରିଥିଲେ । କିନ୍ତୁ ପାଇପ ନିଅଣ୍ଟ ହେବାରୁ କାମ ଅଧା ବାଟରେ ଅଟକି ରହିଛି । ପାଣିର ସମସ୍ୟାରୁ ଗ୍ରାମବାସୀ ଏବେ ଖାଲୁଆ ସ୍ଥାନରେ ଜମି ରହିଥିବା ବର୍ଷା ଜଳକୁ ସ୍ନାନ ଶୌଚରେ ବ୍ୟବହାର ପାଇଁ ବାଧ୍ୟ ହେଉଛନ୍ତି। 

ସେହିପରି ଗ୍ରାମର ଏକ ପ୍ରାଥମିକ ବିଦ୍ୟାଳୟ ରହିଥିଲେ ସୁଦ୍ଧା ବିଦ୍ୟାଳୟ ଗୃହ ସ୍ଥିତି ଦୟନୀୟ ଅବସ୍ଥାରେ ରହିଛି । ଶିକ୍ଷକ ନିୟମିତ ବିଦ୍ୟାଳୟକୁ ଯାଉ ନଥିବାବେଳେ ବର୍ଷା ପବନରେ ବିଦ୍ୟାଳୟ ଛାତର ଟିଣ ଉଡ଼ି ଯାଇଛି । ସେହିପରି ରୋଷେଇ ଏବଂ ପିଲାଙ୍କ ପାଇଖାନା ଗୃହର ଚିହ୍ନବର୍ଣ୍ଣ ମିଳୁନି। ଶିକ୍ଷା ସୁବିଧାରୁ ବଞ୍ଚିତ ଛାତ୍ରଛାତ୍ରୀମାନେ ବର୍ତ୍ତମାନ ସୁଦ୍ଧା ଗ୍ରାମର ଜଣେ ହେଲେ ଦଶମ ପାସ କରି ନଥିବାର ଜଣାଯାଇଛି । ଖଣି ଅଞ୍ଚଳରେ ଥିବା ମାଳି ପଦର ଗ୍ରାମ ପ୍ରତି ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।

PrameyaOdia
prameyanews
prameya

Copyright © 2022 - Summa Real Media Private Limited. All Rights Reserved.