ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

କାହିଁକି ବିମାନରେ ନଥାଏ ଅଶୁଭ ସଂଖ୍ୟାର ସିଟ୍‌? ଭିଡିଓ ଶେୟାର କରି ଜଣାଇଲେ ଫ୍ଲାଇଟ୍‌ ଆଟେଣ୍ଡାଣ୍ଟ୍‌

ନୂଆଦିଲ୍ଲୀ ୦୨/୦୪: ଜାଣନ୍ତି, କିଛି ବିମାନ ସିଟ୍‌ରେ ୧୩ତମ ଧାଡ଼ି ନାହିଁ । ହେନି ଲିମ୍‌ ନାମ୍ନୀ ଜଣେ ଫ୍ଲାଇଟ୍‌ ଆଟେଣ୍ଡାଣ୍ଟ୍‌ ଟିକ୍‌ଟକ୍‌ରେ ଏକ ଭିଡିଓ ଶେୟାର କରିଛନ୍ତି । ଅନେକ ବିମାନରେ ୧୩ତମ ଧାଡ଼ି କାହିଁକି ନ ଥାଏ, ତାହା ସେ ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି, ଅନେକ ସଂସ୍କୃତିରେ ୧୩ ସଂଖ୍ୟାକୁ ଅଶୁଭ ବୋଲି ବିଶ୍ୱାସ କରାଯାଏ । ଯାତ୍ରୀଙ୍କ ଅନ୍ଧବିଶ୍ୱାସକୁ ସମ୍ମାନ ଦେଇ ଏୟାରଲାଇନ୍‌ଗୁଡ଼ିକ ବିମାନରେ ୧୩ତମ ଧାଡ଼ି ରଖିନଥାନ୍ତି । ଏହି ସଂଖ୍ୟାର ଭୟକୁ ‘ଟ୍ରୀସ୍‌କାଇଡେକାଫୋବିୟା’ କୁହାଯାଏ ବୋଲି ଲିମ୍‌ କହିଛନ୍ତି । 

ୟୁନିଭର୍ସିଟି ଅଫ୍‌ ସାଉଥ୍‌ କାରୋଲିନାର ସମାଜବିଜ୍ଞାନ ପ୍ରଫେସର ବ୍ୟାରି ମାର୍କୋଭ୍‌ସ୍କାଏ କହିଛନ୍ତି, ୧୩ ସଂଖ୍ୟାକୁ ନେଇ ରହିଥିବା ଅନ୍ଧବିଶ୍ୱାସର ଉତ୍ପତ୍ତିକୁ ନେଇ କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ ନାହିଁ । ଏହା କାଳ୍ପନିକ ।୧୨ ସଂଖ୍ୟାକୁ ନେଇ ଥିବା ସକାରାତ୍ମକ ଧାରଣା ସହିତ ୧୩ ସଂଖ୍ୟାକୁ ନେଇ ନକାରାତ୍ମକ ଧାରଣାର ଉତ୍ପତ୍ତି ହୋଇଛି । ୧୨ ସଂଖ୍ୟାକୁ ଶୁଭଙ୍କର ଓ ପୂର୍ଣ୍ଣତାର ପ୍ରତୀକ ରୂପେ ବିବେଚନା କରାଯାଏ । ବର୍ଷରେ ୧୨ ମାସ ଓ ୧୨ ରାଶି ଥିବାରୁ ଏହାକୁ ସକାରାତ୍ମକ ଦୃଷ୍ଟିକୋଣରୁ ଦେଖାଯାଏ । ତେବେ ବିମାନରେ କେବଳ ୧୩ତମ ଧାଡ଼ିକୁ ବାଦ୍‌ ଦିଆଯାଇଥାଏ, ତାହା ନୁହେଁ । ୧୭ ସଂଖ୍ୟାକୁ ମଧ୍ୟ ଅଶୁଭ ବୋଲି ବିଶ୍ୱାସ କରାଯାଏ । 

ଖାସ୍‌କରି ଇଟାଲିରେ ଏହାକୁ ଅଶୁଭ ସଙ୍କେତ ରୂପେ ବିବେଚନା କରାଯାଏ । ଜର୍ମାନ ଏୟାରଲାଇନ୍‌ ଲୁଫ୍‌ଥହାନ୍‌ସାର ଜଣେ ପ୍ରତିନିଧି କହିଛନ୍ତି, ଇଟାଲି, ବ୍ରାଜିଲ ଭଳି କିଛି ଦେଶରେ ୧୩ ନୁହେଁ, ବରଂ ୧୭କୁ ଅଶୁଭ ସଂଖ୍ୟା ରୂପେ ବିବେଚନା କରାଯାଏ । ସମଗ୍ର ବିଶ୍ୱର ଯାତ୍ରୀଙ୍କୁ ଏହି ବିମାନ ସଂସ୍ଥା ସେବା ପ୍ରଦାନ କରୁଥିବାବେଳେ ଭିନ୍ନ ଭିନ୍ନ ସଂସ୍କୃତିରେ ପ୍ରଚଳିତ ବିଶ୍ୱାସ-ଅନ୍ଧବିଶ୍ୱାସକୁ ନିଜ ସାମର୍ଥ୍ୟ ଅନୁସାରେ ଏହା ସମ୍ମାନ ଦିଏ ବୋଲି ସେ କହିଛନ୍ତି । ୟୁନାଇଟେଡ୍‌ ଏୟାରଲାଇନ୍ସ ପୋଲାରିସ୍‌ ନିଜ ବିମାନରେ ୧୩ ଓ ୧୪ତମ ଧାଡ଼ି ରଖିନାହିଁ । ଚୀନ୍‌ରେ ୧୪କୁ ଅଶୁଭ ବୋଲି ବିଶ୍ୱାସ କରାଯାଏ । କାରଣ ଚାଇନିଜ୍‌ ଭାଷାରେ ଏହା ‘ମରିବି’ ଶବ୍ଦକୁ ପ୍ରତିନିଧିତ୍ୱ କରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.