ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ପରକୀୟା ପ୍ରୀତି ଧରାପଡିବାରୁ ମହିଳାଙ୍କ ୟୁଟର୍ଣ୍ଣ, କଲେ ବ୍ଲାକ୍‌ମେଲ୍‌ ଅଭିଯୋଗ

କଟକ, ୦୩/୦୪ : ବିବାହ ପୂର୍ବରୁ ପ୍ରେମ ସମ୍ପର୍କ ଥିଲା । ବାହାଘର ପରେ ବି ଏହି ସଂପର୍କ ଜାରି ରହିଲା । ଏପରିକି ଉଭୟ ଲୁଚିଛପି ଶାରୀରିକ ସମ୍ପର୍କ ବି ରଖୁଥିଲେ । ସ୍ୱାମୀ ନଥିବା ବେଳ ମହିଳାଙ୍କ ଘରକୁ ପ୍ରେମିକ ଆସୁଥିଲା। ଦିନେ ପ୍ରେମିକ ସହିତ ଅସଂଜତ ଅବସ୍ଥାରେ ଥିବାବେଳେ ମହିଳାଙ୍କ ସ୍ୱାମୀ ଦେଖିଥିଲେ । ବାସ୍‌ ଏହାପରେ ମହିଳା ଜଣକ ପୁରା ୟୁଟର୍ଣ୍ଣ ନେଲେ । ମୋର କିଛି ଅଶ୍ଲୀଳ ଫଟୋ ରଖି ଏହି ଯୁବକ ଜଣକ ମୋତେ ବ୍ଲାକ୍‌ମେଲ୍‌ କରି ଜବରଦସ୍ତ ଶାରୀରିକ ସମ୍ପର୍କ ରଖୁଛି ବୋଲି ମହିଳା କହିଲେ । ସ୍ୱାମୀ ସହିତ ଥାନାରେ ପହଞ୍ଚି ପ୍ରେମିକ ନାଁରେ ଏତଲା ଦେଲେ। ଏଭଳି ଏକ ଘଟଣା କଟକ ସହରରେ ଘଟିଛି । 

ଦରଘାବଜାର ଏସ୍‌ସିପି ଜୋନ୍‌ ଅନ୍ତର୍ଗତ ଏକ ଥାନାଠାରୁ ମାତ୍ର ୫ ଶହ ମିଟର ଦୂରର ଘଟଣା । ପ୍ରାୟ ବର୍ଷେରୁ ଅଧିକ ସମୟ ହେବ ଏହି ଅଞ୍ଚଳର ଜଣେ ଯୁବକ କଟକର ଜଣେ ଶିକ୍ଷିତ ଯୁବତୀଙ୍କୁ ବାହା ହୋଇଥିଲେ । ବାହାଘର ପୂର୍ବରୁ ସଂପୃକ୍ତ ଯୁବତୀଙ୍କର ଅନ୍ୟ ଜଣେ ଯୁବକଙ୍କ ସହିତ ପ୍ରେମ ସମ୍ପର୍କ ଥିଲା । ବାହାଘର ପରେ ବି ମହିଳାଙ୍କର ପୂର୍ବଭଳି ପ୍ରେମ ସମ୍ପର୍କ ଜାରି ରହିଥିଲା । ସେ ତାଙ୍କ ପ୍ରେମିକ ସହିତ କଥା ହେବା ସହ ଦେଖା କରୁଥିଲେ । ଏପରିକି ସୁଯୋଗ ପାଇଲେ ମହିଳାଙ୍କ ଘରକୁ ତାଙ୍କ ପ୍ରେମିକ ଆସି ଶାରୀରିକ ସମ୍ପର୍କ ରଖୁଥିଲେ । ତିନିଦିନ ତଳର ଘଟଣା । ଘରେ ସ୍ୱାମୀ ନଥିବା ବେଳେ ମହିଳା ଜଣକ ପ୍ରେମିକଙ୍କୁ ଡାକିଥିଲେ । ଏହାପରେ ଦୁହେଁ ଶାରୀରିକ ସମ୍ପର୍କ ରଖିଥିଲେ । ହେଲେ ହଠାତ ମହିଳାଙ୍କ ସ୍ୱାମୀ ଘରକୁ ଫେରି ଆସିବାରୁ ଦୁହେଁ ଅସଂଜତ ଅବସ୍ଥାରେ ଧରାପଡ଼ି ଯାଇଥିଲେ । ସ୍ୱାମୀଙ୍କ ସାମ୍ନାରେ ମହିଳା ଜଣକ ଧରାପଡ଼ିବା ଭୟରେ ତୁରନ୍ତ ବଦଳିଯାଇଥିଲେ । ‘ଏହି ଯୁବକଙ୍କ ସହିତ ମୋର କିଛି ସମ୍ପର୍କ ନାହିଁ । ବାହାଘର ପୂର୍ବରୁ ସେ ମୋର କିଛି ଅଶ୍ଳୀଳ ଫଟୋ ରଖିଥିଲେ । ଏବେ ତାହାକୁ ଦେଖାଇ ମୋ ସହିତ ସମ୍ପର୍କ ରଖିବାକୁ ବାଧ୍ୟ କରୁଛନ୍ତି ।’ ଆଉ ଏହି କଥାକୁ ତାଙ୍କ ସ୍ୱାମୀ ମଧ୍ୟ ବିଶ୍ୱାସ କରିଥିଲେ । ତେଣୁ ଯୁବକଙ୍କୁ ପାନେ ଦେବା ପାଇଁ ପତି-ପତ୍ନୀ ତୁରନ୍ତ ଥାନାକୁ ଯାଇ ଏତଲା ଦାୟର କଲେ । ମହିଳାଙ୍କ ସମ୍ପର୍କିତ ଘଟଣା ହୋଇଥିବାରୁ ପୁଲିସ ତୁରନ୍ତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ପ୍ରେମିକ ଜଣକ ନିଜ ସଫେଇରେ ପ୍ରେମ ସମ୍ପର୍କ କଥା କହିବାରୁ ପୁଲିସ ଏବେ ଅଡୁଆରେ ପଡ଼ିଥିବା ସୂଚନା ମିଳିଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.