ପ୍ରମୂଖ ଖବର
  • କାଲିମେଳା: ଲଗାଣ ବର୍ଷାରେ ବେହାଲ ଜନଜୀବନ, ପାହାଡ ଧସିବାରୁ ରାସ୍ତା ବନ୍ଦ
  • ||
  • ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶ ଆରମ୍ଭ, ପ୍ରଥମ ଦିନରେ ଅଭିଭାଷଣ ରଖିଲେ ରାଜ୍ୟପାଳ ରଘୁବର ଦାସ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଓଲଟିଲା ​କାଉଡିଆଙ୍କୁ ନେଇ ଯାଉଥିବା ବସ୍, ୫ରୁ ଉର୍ଦ୍ଧ୍ଵ ଆହତ
  • ||

ଶୁକ୍ରବାରଠୁ ଭାରତ-ଦକ୍ଷିଣ ଆଫ୍ରିକା ମହିଳା ଟେଷ୍ଟ ଟକ୍କର, ଦକ୍ଷିଣ ଆଫ୍ରିକା ପାଇଁ ସ୍ପିନ ପରୀକ୍ଷା

ମୁମ୍ବାଇ,୨୮/୦୬: ୨ମାସ  ପରେ ଚିପକ ଷ୍ଟାଡ଼ିୟମକୁ ଫେରିଛି  କ୍ରିକେଟ୍‌ । ଶୁକ୍ରବାରଠୁ ଭାରତ ଓ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ୍‌  ଦଳ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଏକମାତ୍ର ଟେଷ୍ଟ । ଉଭୟ ଦଳ ପାଇଁ ଏହି ଷ୍ଟାଡିୟମ୍‌ ଅଜଣା କହିଲେ ଭୁଲ  ହେବ ନାହିଁ । ଭାରତର ଭାରତୀୟ ମହିଳ ଦଳ ମଧ୍ୟ ୨୦୦୭ ପରଠୁ  ଏହି ଗ୍ରାଉଣ୍ଡ୍‌ରେ କୌଣସି ମ୍ୟାଚ  ଖେଳିନାହିଁ । ଦକ୍ଷିଣ ଆଫ୍ରିକା୨୦୧୬  ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ସମୟରେ ଏହି  ଗ୍ରାଉଣ୍ଡ୍‌ରେ ଏକ ମ୍ୟାଚ୍‌ ଖେଳିଥିଲା । 

ଚିପକ ଷ୍ଟାଡ଼ିୟମ୍‌ ଦ୍ୱିତୀୟ ଥର  ପାଇଁ ମହିଳା ଟେଷ୍ଟ ଆୟୋଜନ  କରିବାକୁ ଯାଉଛି । ଶେଷ ଥର  ପାଇଁ ୧୯୭୬ ମସିହାରେ ଭାରତ  ଓ ୱେଷ୍ଟ ଇଣ୍‌ହିଜ୍‌ ମହିଳା ଦଳ  ମଧ୍ୟରେ ଏକ ଟେଷ୍ଟ ଖେଳାଯାଇଥିଲା । ଗତ ଡିସେମ୍ବରରେ ଭାରତୀୟ  ମହିଳା ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଉଭୟ ଇଂଲଣ୍ଡ  ଓ ଅଷ୍ଟ୍ରେଲିଆ ବିପକ୍ଷରେ ଗୋଟିଏ ଲେଖାଏଁ  ଟେଷ୍ଟ ଖେଳିଥିଲା ଓ ଉଭୟ ମ୍ୟାଚ୍‌ ଜିତିଥିଲା । ଉଭୟ ବିଜୟରେ ସ୍ପିନରମାନେ ପ୍ରମୁଖ ଭୂମିକା  ଗ୍ରହଣ କରିଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ ପାଇଁ ପ୍ରସ୍ତୁତ କରାଯାଇଥିବା ଚିପକ ପିଚ୍‌ ମଧ୍ୟ ସ୍ପିନରଙ୍କୁ ସହାୟତା କରିବା ଏକ ପ୍ରକାର ନିଶ୍ଚିତ ।  

ବ୍ୟାଟିଂ ବିଭାଗ ମଧ୍ୟ ଦକ୍ଷିଣ ଆଫ୍ରିକାର ବୋଲିଂ ବିଭାଗକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ  ରହିଛି । ଦଳର ଦୁଇ ଷ୍ଟାର ବ୍ୟାଟର ସ୍ମୃତି ମନ୍ଧନା  ଓ ହର୍ବନପ୍ରୀତ କୌର ଫର୍ମରେ ରହିଛନ୍ତି । ଗତ ଦିନିକିଆ ସିରିଜରେ ଉଭୟ ଶତକ ଅର୍ଜନ  କରିଥିଲେ । ଦକ୍ଷିଣ ଆଫ୍ରିକା ଗତ ଦିନିକିଆ  ସିରିଜ ପରାଜିତ ହୋଇଥିଲେ ହେଁ ଟେଷ୍ଟରେ  ଲଢୁଆ ପ୍ରଦର୍ଶନ କରିବାକୁ ପ୍ରସ୍ତୁତି  କରିଛି । ଗତ କିଛି ଦିନ ଧରି ତାମିଲନାଡୁର ୧୬ବର୍ଷରୁ କମ୍‌  ଓ ୧୪ବର୍ଷରୁ କମ୍‌ ବାଳକ ଦଳ ସହ ଅଭ୍ୟାସ କରିଥିଲା । ଭାରତ ବିପକ୍ଷ ଗତ ୨ଟି ଦିନିକିଆରେ ଷ୍ଟାର୍‌  ବ୍ୟାଟର ଲୌରା ଉଲଭାର୍ଟ ଅପରାଜିତ  ୧୩୫ ଓ ୬୧ ରନ୍‌ର ଇନିଂସ ଖେଳି  ଫର୍ମରେ ରହିଥିବା ପ୍ରମାଣ କରିଛନ୍ତି । 

ଚିପକ ପିଚ୍‌ ସ୍ପିନରଙ୍କୁ ସହାୟତା କରିବା ନିଶ୍ଚିତ । ପିଚ୍‌ ସାମାନ୍ୟ ମନ୍ଥର ରହିଲେ ମଧ୍ୟ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ଏଠାରେ ସତର୍କତାର ସହ ଖେଳିଲେ  ବଡ଼ ଇନିଂସ ସମ୍ଭବ ହେବ । ମୋଟ୍‌ ଉପରେ କହିବାକୁ ଗଲେ ସ୍ପିନରମାନେ  ମ୍ୟାଚ୍‌ ଫଳାଫଳ ନିର୍ଣ୍ଣୟ କରିବେ। 

ସମ୍ଭାବ୍ୟ ଏକାଦଶ

ଭାରତ: ସ୍ମୃତି ମନ୍ଧନା, ସେଫାଳି ବର୍ମା, ଶୁଭା  ସତୀଷ, ଜେମିମା ରୋଡ୍ରିଗ୍ସ, ହର୍ମନପ୍ରୀତ  କୌର(ଅଧିନାୟିକା), ରିଚା ଘୋଷ,  ଦୀପ୍ତି ଶର୍ମା, ସ୍ନେହ ରାଣା, ପୂଜା ବସ୍ତ୍ରାକର, ରାଜେଶ୍ୱରୀ  ଗାଏକୱାଡ୍‌/ସାଇକା ଇଶାକ, ରେଣୁକା ସିଂହ । 

ଦକ୍ଷିଣ ଅଫ୍ରିକା: ଲୌରା ଉଲଭାର୍ଟ(ଅଧିନାୟିକା),  ଆନେକେ ବସ୍କ, ମାରିଜେନ କାପ, ସୁନେ  ଲୁସ, ତଜମିନ ବ୍ରିଟ୍ସ, ଡେଲମି ଡକର, ନାଦିନ  ଡି କ୍ଲାର୍କ, ସାନିଲୋ ଜାଫା, ନନକୁଲେକୋ  ମଲାବା, ମାସାବାତା କ୍ଲାସ, ତୁମି ସେଖୁଖୁନେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.