ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦଙ୍ଗଲ ଗାର୍ଲ ଜାୟରା ପିତାଙ୍କ ନିଧନ, ସୋସିଆଲ ମିଡିଆରେ ସେୟାର କଲେ ପୋଷ୍ଟ

ମୁମ୍ବାଇ,୨୯/୫:  ଦଙ୍ଗଲ ଅଭିନେତ୍ରୀ  ଜାୟରା ୱସୀମଙ୍କ ପରିବାରରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି।  ଜାୟରାଙ୍କ ପିତା ଜାହିଦ ଓ୍ବାସିମଙ୍କ ନିଧନ ହୋଇଛି । ଏନେଇ ଜାୟରା ତାଙ୍କ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ପୋଷ୍ଟ ସେୟାର କରି ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି ଯେ,'ମୋ ବାପା ଜାହିଦ ଓ୍ବାସିମ ଆଉ ନାହାନ୍ତି। ଆଲ୍ଲାଙ୍କୁ ପ୍ରାର୍ଥନା କରନ୍ତୁ, ମୋ ପିତାଙ୍କ ସବୁ ଭୁଲ୍‌କୁ କ୍ଷମା କରିଦେବେ। ତାଙ୍କ ଆତ୍ମାଙ୍କୁ ଶାନ୍ତି ମିଳୁ । ଆପଣମାନେ ନିଜ ହୃଦୟରେ ତାଙ୍କୁ ଜାଗା ଦିଅନ୍ତୁ ।'

ସୂଚନା ମିଳିଛି ଯେ, ମଙ୍ଗଳବାର ରାତି ପ୍ରାୟ ୧୦ଟା ସମୟରେ ଶ୍ରୀନଗରର ହାଓ୍ବାଲର ଡିଡି ବାଗ ମସଜିଦ ମହମ୍ମଦିଆରେ ଜାୟରାଙ୍କ ପିତାଙ୍କର ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ଜାୟରାଙ୍କ ଏହି ପୋଷ୍ଟ ବେଶ ଭାଇରାଲ ହେବାର ଲାଗିଛି । ଏଥିସହ ପୋଷ୍ଟରେ ଯୁଜର୍ସମାନେ ଜାୟରାଙ୍କ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ତେବେ ଅଭିନେତ୍ରୀ ଜାୟରାଙ୍କ ଓ୍ବାର୍କଫ୍ରଣ୍ଟ କଥା କହିଲେ, ୨୩ ବର୍ଷୀୟ ଜାୟରା ଅମୀର ଖାନଙ୍କ ବ୍ଲକ ବ୍ଲଷ୍ଟର ଫିଲ୍ମ ଦଙ୍ଗଲ ସହିତ ଡେବ୍ୟୁ କରିଥିଲେ। ୨୦୧୬ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମରେ ସେ ଛୋଟ ଗୀତା ଫୋଗାଟଙ୍କ ଭୂମିକାରେ ଅଭିନୟ କରିଥିଲେ । 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.