ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ଏଥର ସୁନା ଭଳି ଝଲସିବ ପିତ୍ତଳ ମେଢ଼, ସ୍ୱତନ୍ତ୍ର କାରିଗରଙ୍କ ଦ୍ୱାରା ଚାଲିଛି ନିର୍ମାଣ କାମ

କଟକ ୦୯/୦୯: ନିଖୁଣ ଭାବେ ଯୋଡେଇ ହୋଇଛି । ଗୋଟିଏ ପ୍ଲେଟ୍‌କୁ ଅନ୍ୟ ପ୍ଲେଟ୍‌ ସହ ଯୋଡି ଫୁଲ ଓ ଚକ୍ର ହୋଇଛି । ତାହା ସହିତ ଏକାଧିକ ମୋଟା ଚାଦର ଉପରେ ଖୋଦେଇ ମଧ୍ୟ କରାଯାଇଛି । ସୁନ୍ଦର କାରିଗରୀକୁ ଦେଖିଲେ ଯେ କୌଣସି ଲୋକଙ୍କ ଆଖି ଲାଖିଯିବ । ତାହା ପୁଣି ଦାମୀ ସୁନାର ଚମକ ଠାରୁ କିଛି କମ୍‌ ଆକର୍ଷଣୀୟ ନୁହେଁ । ଏଭଳି କିଛି କାରିଗରୀ ସହ ଏଥର ଗଣେଶ ପୂଜାରେ ଦେଖିବାକୁ ମିଳିବ ସୁନା ଓ ଚାନ୍ଦୀ ମେଢ଼ ପରେ ଆକର୍ଷଣୀୟ ପିତ୍ତଳ ମେଢ଼ । କଟକ ଭଳି ସହରରେ ପ୍ରଥମ ଥର ପୁରୁଣା ରାଉସାପାଟଣା ସ୍ଥିତ ଇଣ୍ଡିଆନ୍‌ କ୍ଲବ୍‌ ପକ୍ଷରୁ ଏଥର ଗଣେଶ ପୂଜାରେ ତିଆରି ହୋଇଛି ପିତ୍ତଳ ତିଆରି ମେଢ଼ ଯାହା ପ୍ରାୟ କମ୍‌ ଖର୍ଚ୍ଚରେ ସୁନା ଭଳି ଚମକରେ ସମସ୍ତଙ୍କ ଆଖି ଝଲସାଇବ । ଏହାକୁ ସ୍ୱତନ୍ତ୍ର କାରିଗରଙ୍କ ଦ୍ୱାରା ତିଆରି କରାଯାଉଥିବାବେଳେ ଏହା ଏବେ ଚୂଡାନ୍ତ ପର୍ଯ୍ୟାୟରେ ପହିଞ୍ଚିଛି ।

 କଟକ ପୁରୁଣା ରାଉସାପାଟଣା ସ୍ଥିତ ଇଣ୍ଡିଆନ୍‌ କ୍ଲବ୍‌ ସହରର ଏକ ପୁରୁଣା କ୍ଲବ୍‌ କହିଲେ ଅତ୍ୟୁକ୍ତି ହେବ ନାହିଁ । ପାଖାପାଖି ୩୮ ଜଣ ସଦସ୍ୟ ଥିବା ଏହି କ୍ଲବ୍‌ ଦୀର୍ଘ ୨୦୦୦ ମସିହାରୁ ପ୍ରତିବର୍ଷ ଗଣେଶ ପୂଜା ସମେତ ଦୁର୍ଗା ପୂଜା ବେଶ୍‌ ଜାକଜମକରେ ପାଳନ କରାଯାଇଥାଏ। ଏଥର ଉକ୍ତ କ୍ଲବ୍‌ ତାହାର ୨୩ ତମ ଗଣେଶ ପୂଜା ପାଳନ କରିବାକୁ ଯାଉଥିଲାବେଳେ ଆସନ୍ତା ଦୁଇ ବର୍ଷ ପରେ ଏହାର ସିଲଭର୍‌ ଜୁବୁଲି ରହିଛି । ଏହାକୁ ଦୃଷ୍ଟିରେ ରଖି ଏଥରକ କିଛି ନିଆରା ଚିନ୍ତା କରି ଗଣେଶ ପୂଜା ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି କ୍ଲବ୍‌ ସଦସ୍ୟ । କଟକରେ ପ୍ରତି ବର୍ଷ ବିଭିନ୍ନ କ୍ଲବ୍‌ ସୁନା ଓ ଚାନ୍ଦିର ମେଢ କରିଥାନ୍ତି । କିନ୍ତୁ ଇଣ୍ଡିଆନ୍‌ କ୍ଲବ୍‌ ପକ୍ଷରୁ କମ୍‌ ଖର୍ଚ୍ଚରେ ସୁନା ଭଳି ଆକର୍ଷଣୀୟ ମେଢ କରିବାକୁ ନିଷ୍ପତ୍ତି ନିଆଯାଇଛି । ପାଖାପାଖି ୬୦ରୁ ୬୫କେଜି ପିତ୍ତଳ ବ୍ୟବହାର କରାଯାଇ ଏହି ମେଢ଼ ତିଆରି କରାଯାଉଛି । ସ୍ୱତନ୍ତ୍ର କାରିଗରମାନେ ସେମାନଙ୍କର କାରିଗରୀ ମାଧ୍ୟମରେ ଏହାକୁ ଅତି ନିଖୁଣତାର ସହ ତିଆରି କରିଛନ୍ତି ଯାହାକୁ ଦୂରରୁ ଦେଖିଲେ ସୁନାର ମେଢ଼ର ଅନୁଭବ ଦେବ । ଗଣେଶ ମୂର୍ତ୍ତି ସହ ପିତ୍ତଳ ତିଆରି ମେଢ଼ର ଉଚ୍ଚତା ୮ଫୁଟ୍‌ ଥିଲାବେଳେ ଏହାର ଚଉଡା ୬ଫୁଟ୍‌ ରହିଛି । ମେଢ଼ ସହିତ ଏହାର ପଲା ଓ ନର୍ତ୍ତକୀଙ୍କୁ ସୁନ୍ଦର ଭାବେ ପିତ୍ତଳରେ ତିଆରି କରାଯାଇଛି । ତେବେ ସମୁଦାୟ ମେଢ଼ ଓ ଚେସିସ୍‌ ପାଇଁ ପାଖାପାଖି କ୍ଲବ୍‌ ପକ୍ଷରୁ ୩ରୁ ସାଢେ ୩ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି । ଏହି କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ଥିଲାବେଳେ ଆସନ୍ତା ଗଣେଶ ପୂଜା ଦିନ ଏହାକୁ ଜନପ୍ରତିନିଧିଙ୍କ ଦ୍ୱାରା ଶୁଭାରମ୍ଭ କରାଯିବ । ଏହାସହ ଆସନ୍ତା ଦୁର୍ଗା ପୂଜାରେ ପ୍ରଥମ ଥର ପାଇଁ କାଚର ମେଢ଼ ତିଆରି କରିବାକୁ ଯୋଜନା ରହିଛି ବୋଲି କ୍ଲବ୍‌ର ସଂପାଦକ ସନ୍ତୋଷ କୁମାର ସେନ୍‌ ଓ ସଭାପତି ଜ୍ୟୋତିରଞ୍ଜନ ପତି ସୂଚନା ଦେଇଛନ୍ତି ।

Copyright © 2022 - Summa Real Media Private Limited. All Rights Reserved.