ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶନିବାରଠୁ ମହିଳା ପ୍ରୋ ଲିଗ୍‌: ପ୍ରଥମ ମ୍ୟାଚ୍‌ରେ ଚୀନକୁ ଭେଟିବ ଭାରତ, ୧୦ରୁ ପୁରୁଷ ଲିଗ୍

ଭୁବନେଶ୍ୱର, ୦୨/୦୨: ପୁଣି  କଳିଙ୍ଗ ଷ୍ଟାଡିୟମକୁ ଫେରିଛି ହକି ।  ଶୀତୁଆ ସନ୍ଧ୍ୟାରେ ଦର୍ଶକ ବିଭୋର ହେବେ  ହକି ଖେଳରେ । ଆସନ୍ତା ୩ ତାରିଖରୁ  ଆରମ୍ଭ ହେବାକୁ ଯାଉଛି ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ମ୍ୟାଚ୍‌ । ଉଭୟ ପୁରୁଷ ଓ  ମହିଳା ଦଳ ଘରୋଇ ମ୍ୟାଚ୍‌ ଭୁବନେଶ୍ୱର  ଓ ରାଉରକେଲାରେ ଖେଳିବେ । 

ପ୍ରଥମେ ମହିଳା ଦଳ ଆସନ୍ତା ୩  ତାରିଖରୁ ଚୀନ ବିପକ୍ଷରେ ଅଭିଯାନ  ଆରମ୍ଭ କରିଛି । ଭାରତ ସମେତ  ଚୀନ, ଆମେରିକା, ନେଦରଲାଣ୍ଡସ  ଓ ଅଷ୍ଟ୍ରେଲିଆ ପରସ୍ପରକୁ ଭେଟିବେ ।  ଭାରତୀୟ ମହିଳା ଦଳ ୩ ତାରିଖରେ  ଚୀନ, ୪ରେ ନେଦରଲାଣ୍ଡସ, ୭ରେ ଅଷ୍ଟ୍ରେଲିଆ ଓ ୯ରେ ଆମେରିକାକୁ  ଭେଟିବ । ପୁଣି ୫ ଦଳ ରାଉରକେଲା  ଗସ୍ତ କରି ବିର୍ସା ମୁଣ୍ଡା ଷ୍ଟାଡିୟମରେ  ପରସ୍ପରକୁ ଭେଟିବେ । ରାଉରକେଲାରେ  ଭାରତ ୧୨ ତାରିଖରେ ଚୀନକୁ, ୧୪ରେ  ନେଦରଲାଣ୍ଡସ, ୧୭ରେ ଅଷ୍ଟ୍ରେଲିଆ  ଏବଂ ୧୮ରେ ଆମେରିକାକୁ ଭେଟିବ।  

ଭୁବନେଶ୍ୱରରେ ମହିଳା ଲିଗ୍‌  ଶେଷରେ ହେବା ପରେ ୧୦ ତାରିଖରୁ  ପୁରୁଷ ଲିଗ ଆରମ୍ଭ ହେବ । ଭାରତ ୧୦  ତାରିଖ ପ୍ରଥମ ମ୍ୟାଚ୍‌ରେ ସ୍ପେନ, ୧୧ରେ  ନେଦରଲାଣ୍ଡସ, ୧୫ରେ ଅଷ୍ଟ୍ରେଲିଆ ଏବଂ  ୧୬ରେ ଆୟର୍ଲାଣ୍ଡକୁ ଭେଟିବ । ଏହାପରେ  ସମସ୍ତ ଦଳ ରାଉରକେଲା ଗସ୍ତ କରିବେ ।  ବିର୍ସା ମୁଣ୍ଡାରେ ଭାରତ ୧୯ ତାରିଖରେ  ସ୍ପେନ, ୨୧ରେ ନେଦରଲାଣ୍ଡସ, ୨୪ରେ  ଅଷ୍ଟ୍ରେଲିଆ ଏବଂ ୨୫ରେ ଆୟର୍ଲାଣ୍ଡକୁ ଭେଟିବ । ପ୍ୟାରିସ ଅଲିମ୍ପିକ୍ସ ପୂର୍ବରୁ  ଭାରତୀୟ ପୁରୁଷ ଦଳ ପ୍ରୋ ଲିଗ୍‌ରୁ ହିଁ  ପ୍ରସ୍ତୁତି ଆରମ୍ଭ କରିବ । 

ମହିଳା ଦଳର ଜୋରଦାର ପ୍ରସ୍ତୁତି 

ଆୟୋଜକ ଭାରତୀୟ ଦଳ ସହ  ଆମେରିକା, ଚୀନ, ନେଦରଲାଣ୍ଡସ ଏବଂ  ଅଷ୍ଟ୍ରେଲିଆ ଭୁବନେଶ୍ୱରରେ  ପହଞ୍ଚି ଅଭ୍ୟାସ ଜାରି ରଖିଛନ୍ତି । କିନ୍ତୁ ବହୁ ପୂର୍ବରୁ ଭାରତୀୟ  ଦଳ ପହଞ୍ଚି ପ୍ରସ୍ତୁତି ଚଳାଇଛି ।  ଏଥର ୨ ଜଣ ଓଡ଼ିଆ ଭାରତୀୟ  ଦଳରେ ରହିଛନ୍ତି । ସେମାନେ ହେଲେ ଜ୍ୟୋତି ଛତ୍ରୀ ଓ ସୁନେଲିତା ଟପ୍ପୋ  ସାମିଲ ରହିଛି । ଦୀପଗ୍ରେସ ଏକ୍କା ହକିରୁ ସନ୍ନ୍ୟାସ  ନେବା ପରେ ଦୁଇ ଯୁବ ଖେଳାଳିଙ୍କୁ ହକି  ପ୍ରଶଂସକ ବେଶ ଉତ୍ସାହିତ ରହିଛନ୍ତି । 

ପୁରୁଷ ଦଳରେ ଅମିତ 

ପ୍ରୋ ଲିଗ୍‌ ପାଇଁ ପୁରୁଷ ଦଳ ମଧ୍ୟ  ଘୋଷଣା ସରିଛି । ଏକମାତ୍ର ଓଡ଼ିଆ ଭାବେ  ଅମିତରୋହିଦାସଙ୍କୁ ଦଳରେ ସୁଯୋଗ  ମିଳିଛି । ଖୁବ ଶୀଘ୍ର ଭାରତୀୟ ଦଳ  ଭୁବନେଶ୍ୱରରେ ପହଞ୍ଚି ଅଭ୍ୟାସ ଆରମ୍ଭ  କରିବାର କାର୍ଯ୍ୟକ୍ରମ ରହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.