ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଆଇପିଏଲ୍ -୨୦୨୪ : ହାଇଦ୍ରାବାଦରେ ପ୍ରବଳ ବର୍ଷା ... ମ୍ୟାଚ୍‌ ଟସ୍‌ରେ ହେଉଛି ବିଳମ୍ୱ

ହାଇଦ୍ରାବାଦ – ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ୨୦୨୪ ସିଜନରେ ଆଜି ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ) ଓ ଗୁଜରାଟ ଟାଇଟନ୍ସ (ଜିଟି) ମଧ୍ୟରେ ହେବ ମୁକାବିଲା। ଏହି ମ୍ୟାଚ୍‌ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳା ଯିବ , କିନ୍ତୁ ବର୍ଷା କାରଣରୁ ଟସ୍‌ ପଡ଼ିବାରେ ବିଳମ୍ୱ ହେଉଛି।

ହାଇଦ୍ରାବାଦରେ ବର୍ଷା ପୁଣି ଆରମ୍ଭ ହୋଇ ଯାଇଛି। ପିଚ୍‌ରେ କଭର୍ସ ପୁଣି ଥରେ ଢାଙ୍କି ଦିଆ ଯାଇଛି। କହି ରଖୁଛୁ କି, ଯଦି ଏହି ମ୍ୟାଚ୍‌ ଧୋଇ ହୋଇ ଯାଏ ତ ଉଭୟ ଟିମକୁ ୧-୧ ଅଙ୍କ ମିଳିବ। ଏଥିରେ ହାଇଦ୍ରାବାଦ ଟିମରେ ପ୍ଲେଅଫ୍‌ରେ ଏଣ୍ଟ୍ରି କରିଯିବ। ସେପଟେ ଖରାପ ନେଟ୍‌ ରନ୍‌ ରେଟ୍ କାରଣରୁ ଦିଲ୍ଲୀ କ୍ୟାପିଟନଲ୍ସ (ଡିସି)ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ (ଏଲଏସଜି) ପ୍ଲେଅଫ୍‌ର ଦୌଡ଼ରୁ ବାହାର ହୋଇ ଯିବ।

ଉକ୍ତ ସିଜନରେ ଗୁଜରାଟ ଓ ହାଇଦ୍ରାବାଦ ଟିମ୍‌ ମଧ୍ୟର ଏହା ୨ୟ ଟକ୍କର। ଏହା ପୂର୍ବରୁ ୩୧ ମାର୍ଚ୍ଚରେ ଅହମ୍ମଦାବାଦରେ ମୁକାବିଲା ହୋଇଥିଲା,ଯେଉଁଥିରେ ଗୁଜରାଟ ଟିମ୍‌ ୭ ୱିକେଟ୍‌ରେ ବାଜି ମାରି ଥିଲା। ଏବେ ହାଇଦ୍ରାବାଦ ଟିମ୍‌ ଏହି ପରାଜୟର ପ୍ରତିଶୋଧ ନେଇ ପ୍ଲେଅଫ୍‌ରେ ସ୍ଥାନ ପକ୍କା କରିବାକୁ ଓହ୍ଲାଇବ।  


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.