ପ୍ରମୂଖ ଖବର
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ଇସ୍ରୋକୁ ଆଉ ଏକ ସଫଳତା, ଆରଏଲଭି ପୁଷ୍ପକର ସଫଳ ଲ୍ୟାଣ୍ଡିଂ

ନୂଆଦିଲ୍ଲୀ,୨୩।୬: ଭାରତୀୟ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ISRO)କୁ ଆଉ ଏକ ସଫଳତା। ଇସ୍ରୋ ରବିବାର ଆରଏଲଭି ପୁଷ୍ପକର ସଫଳ ଲ୍ୟାଣ୍ଡିଂ କରିଛି। ରିୟୁଜେବଲ ଲଞ୍ଚ ଭେଇକିଲ(ଆରଏଲଭି)ର ଲଗାତାର ତୃତୀୟ ଥର ଲ୍ୟାଣ୍ଡିଂ କରିଛି। ଏହା ପୂର୍ବରୁ ୨୨ ମାର୍ଚ୍ଚରେ ଇସ୍ରୋ ଏହାର ଦ୍ବିତୀୟ ସଫଳ ଲ୍ୟାଣ୍ଡିଂ କରିଥିଲା। ରବିବାର ଲ୍ୟାଣ୍ଡିଂ ପରେ ଇସ୍ରୋ କହିଛି, ଲ୍ୟାଣ୍ଡିଂ ପାଇଁ ଖୁବ୍ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି, କିନ୍ତୁ ଚ୍ୟାଲେଞ୍ଜିଂ ପରିସ୍ଥିତି ଓ ଜୋରଦାର ପବନ ଭିତରେ ଅଟୋମେଟିକ୍ ଲ୍ୟାଣ୍ଡିଂ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଇସ୍ରୋ ପକ୍ଷରୁ ଆରଏଲଭି ପୁଷ୍ପକ ବିମାନର ପରୀକ୍ଷଣ ସକାଳ ୭ଟା ୧୦ ମିନିଟ୍‌ରେ ବେଙ୍ଗାଲୁରଠାରୁ ପ୍ରାୟ ୨୨୦ କିଲୋମିଟର ଦୂର ଚିତ୍ରଦୂର୍ଗ ଜିଲ୍ଲାର ଚଲ୍ଲକେରେରେ ଏରୋନୋଟିକାଲ ଟେଷ୍ଟ ରେଞ୍ଜ(ଏଟିଆର)ରେ କରାଯାଇଥିଲା। ବିମାନକୁ ଭାରତୀୟ ବାୟୁସେନା ଚିନୁକ ହେଲିକପ୍ଟରରୁ ୪.୫ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ନେଇଯାଇଛି ଓ ରନଓ୍ବେରେ ଲ୍ୟାଣ୍ଡିଂ ପାଇଁ ଛଡା ଯାଇଛି।

ଇସ୍ରୋର ଆରଏଲଭି ପ୍ରୋଜେକ୍ଟ ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ଅଟେ। ଏହା ମହାକାଶରେ ମାନବର ନିରନ୍ତର ଉପସ୍ଥିତିର ଆବଶ୍ୟକତାକୁ ପୁରା କରିବାରେ ସାହାଯ୍ୟ କରିବ। ଭାରତର ମହତ୍ବକାଂକ୍ଷାକୁ ପୁରା କରିବା ପାଇଁ ଏହି ମିଶନ ଖୁବ୍ ଜରୁରୀ। RLV-LEX-03 ର ଉଦେଶ୍ୟ ବାହାନର ପ୍ରଦର୍ଶନ, ମାର୍ଗଦର୍ଶନ ଓ ଲ୍ୟାଣ୍ଡିଂ କ୍ଷମତାରେ ସୁଧାର କରିବା। ଆରଏଲଭିକୁ ବିକଶିତ କରୁଥିବା ବିକ୍ରମ ସାରାଭାଇ ସ୍ପେସ୍‌ ସେଣ୍ଟର ନିର୍ଦେଶକ ଉନ୍ନିକୃଷ୍ଣନ୍ ନାୟର କହିଛନ୍ତି, ଦ୍ବିତୀୟ ଲ୍ୟାଣ୍ଡିଂ ତୁଳନାରେ ଆରଏଲଭି-ଏଲଇଏକ୍ସ୩ରୁ ଅଧିକ ଚ୍ୟାଲେଞ୍ଜିଂ ରହିଛି, କାରଣ ଏଲଇଏକ୍ସ-୦୨ ବେଳେ ପ୍ରାୟ ୧୫୦ ମିଟର ତୁଳନାରେ ଏଥର ଏହାର ପରୀକ୍ଷଣ ୫୦୦ ମିଟର ସହିତ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.