ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କାର୍ତ୍ତିକ ପାଣ୍ଡିଆନଙ୍କ ଦିଲ୍ଲୀ ଗସ୍ତକୁ ନେଇ ବିଭ୍ରାନ୍ତିକର ଖବର ପ୍ରସାରଣ ନ କରିବାକୁ ଅନୁରୋଧ : ଡ. ସସ୍ମିତ ପାତ୍ର

ଭୁବନେଶ୍ବର, ୬।୬ :  ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ  ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଦିଲ୍ଲୀ ଗସ୍ତରେ ଅଛନ୍ତି। ତେବେ କେତେକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ  ତାଙ୍କ ଦିଲ୍ଲୀ ଗସ୍ତକୁ ନେଇ  ଅରୁଚିକର, ବିଭ୍ରାନ୍ତିକର ଓ ତଥ୍ୟ ବିହୀନ ଓ ଖବର ପ୍ରସାରଣ କରୁଛନ୍ତି । ଏହି ଅରୁଚିକର ଓ ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ ଖବର ପ୍ରସାରଣରୁ କ୍ଷାନ୍ତ ରହିବାକୁ ଆ‌ମେ ସମ୍ପୃକ୍ତ ଗଣମାଧ୍ୟମକୁ ଅନୁରୋଧ କରୁଛୁ ବୋଲି  ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର କହିଛନ୍ତି। 

କୌଣସି ଦଳର ନେତା ବା ନେତୃବୃନ୍ଦ କୌଣସି ସ୍ଥାନକୁ ଗସ୍ତ କଲେ ଗଣମାଧ୍ୟମକୁ ସୂଚନା ଦେଇ ଯିବାର କୌଣସି ପ୍ରାବଧାନ ବା ନିୟବ ନାହିଁ ବୋଲି ସସ୍ମିତ ପାତ୍ର କହିଛନ୍ତି। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.