ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ତିନି ମୂର୍ତ୍ତି ଗଢ଼ିବାକୁ ଭିନ୍ନକ୍ଷମଙ୍କୁ ହାଇଦ୍ରାବାଦରୁ ଡାକରା...

ନୀଳଗିରି, ୩/୧୨: ସେ ଦିବ୍ୟାଙ୍ଗ । ହେଲେ ପାଖରେ ଭରି ରହିଛି ଗଭୀର ଆତ୍ମବିଶ୍ୱାସ । ପ୍ରଥମେ ବାଲୁକା କଳା ପରେ ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତି ତିଆରି କରି ଏବେ ସୁଦୂର ହାଇଦ୍ରାବାଦର ଜଗନ୍ନାଥ ମନ୍ଦିରରେ ତିନିଠାକୁରଙ୍କ ମୂର୍ତ୍ତି ତିଆରି କରିବାକୁ ଆସିଛି ଡାକରା । ଭବିଷ୍ୟତରେ ଜଣେ ଭଲ ଶିଳ୍ପୀ ହେବା ଲକ୍ଷ ରଖି ସେ ଗୋଟିଏ ପରେ ଗୋଟିଏ ସଫଳତା ସାଉଁଟିବାରେ ଲାଗିଛନ୍ତି । 

ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଧରମପୁର ପଞ୍ଚାୟତ ଅଁଳାପାଳ ଗାଁର ରତିକାନ୍ତ ପଢ଼ିଆର ଓ ମାତା ସରୋଜିନୀଙ୍କ ପୁତ୍ର ସାଗର । ପିଲାଦିନୁ ସେ ଦିବ୍ୟାଙ୍ଗ, ହେଲେ ତାଙ୍କ ଠାରେ ଭରି ରହିଛି ଅନେକ ପ୍ରତିଭା । ପିଲାଟିଦିନୁ ବିଭିନ୍ନ ଦେବଦେବୀ ମୂର୍ତ୍ତି ତିଆରି କରିବାର ଦୁର୍ବଳତା ଆଜି ତାଙ୍କୁ ଗୋଟିଏ ପରେ ଗୋଟିଏ ସଫଳତା  ଆଣି ଦେଇଛି । ପୂର୍ବରୁ ସେ ବାଲିରେ ଦେବାଦେବୀ ହେଉ କିମ୍ବା ଅନ୍ୟ ମୂର୍ତ୍ତି ନିର୍ମାଣ କରୁଥିଲେ । ୬-୭ ବର୍ଷ ତଳେ ସେ ବ୍ଲକ ସ୍ତରୀୟ ଦିବ୍ୟାଙ୍ଗ ମେଳାରେ ବାଲୁକା କାରୁକାର୍ଯ୍ୟ କରି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ତାଙ୍କୁ ଆଗକୁ ବଢ଼ିବାରେ ନୀଳଗିରି ବ୍ଲକ ଶିକ୍ଷାଧିକାରୀ ଅଫିସରେ କାର୍ଯ୍ୟରତ ବିଆରଟି ରଣଜିତ୍ ପରିଡ଼ା ସହଯୋଗ କରିଥିଲେ ।

ସାଗର ଯୁକ୍ତ ୨ ପଢ଼ିଲେ ସତ ହେଲେ ଘରର ଆର୍ଥିକ ଅବସ୍ଥା ତାଙ୍କୁ ଆଗକୁ ପାଠ ପଢ଼ିବାର ବାଟ ଦେଖାଇ ପାରିଲେନାହିଁ । ତଥାପି ସେ ଭାଙ୍ଗିନପଡ଼ି ଏହି ଚିତ୍ରଶିଳ୍ପକୁ ନିଜ ଭବିଷ୍ୟତ ବାଛି ନେଇଥିଲେ । କୋଭିଡ୍ ସମୟରେ ରଥଯାତ୍ରା ବନ୍ଦ ଥିବାବେଳେ କୁନି ରଥ ନିର୍ମାଣ କରି ସେ ନୀଳଗିରି ରଥଦାଣ୍ଡରେ ଗଡ଼ାଇବ । ପରେ ସତେ ଯେପରି ମହାପ୍ରଭୁଙ୍କ ଆଶୀର୍ବାଦ ତାଙ୍କ ଉପରେ ପଡ଼ିଥିଲା । ହାଇଦ୍ରାବାଦ ମାଡ଼ିଚାଲ ଅଞ୍ଚଳରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସହଯୋଗରେ ନିର୍ମାଣଧୀନ ଜଗନ୍ନାଥ ମନ୍ଦିରରେ ତିନିଠାକୁରଙ୍କ ମୂର୍ତ୍ତି ନିର୍ମାଣ ପାଇଁ ସାଗରକୁ ଡାକରା ଆସିଥିଲା । ଏହା ତାଙ୍କ ଆତ୍ମବିଶ୍ବାସକୁ ଦ୍ବିଗୁଣିତ କରିଥିଲା। ସେ ହାଇଦ୍ରାବାଦ ଯାଇ ମହାପ୍ରଭୁଙ୍କ ଅବିକଳ ମୂର୍ତ୍ତି ନିର୍ମାଣ କରିଥିଲେ । ଏଥିପାଇଁ ତାଙ୍କୁ ପାରିଶ୍ରମିକ ବାବଦରେ ୪୦ ହଜାର ଟଙ୍କା ମିଳିଥିଲା । ଆଗକୁ କାରୀଗରଙ୍କ ପାଇଁ ଏକ ଶିକ୍ଷାନୁଷ୍ଠାନ ଖୋଲିବାର ଇଚ୍ଛା ଥିଲେ ବି ତାଙ୍କର ଆର୍ଥିକ ସମ୍ବଳ ବାଧକ ସାଜୁଥିବା ବେଳେ ସେ ଆଗକୁ ମହାପ୍ରଭୁଙ୍କ ଆଶୀର୍ବାଦ ରହିଲେ ନିଶ୍ଚୟ ଏହା ଖୋଲିବେ ବୋଲି କହିଛନ୍ତି ।  

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.