ପ୍ରମୂଖ ଖବର

୧୦୨ କିଲୋ ଗଞ୍ଜେଇ ଜବତ, ଗଞ୍ଜେଇ ଛାଡ଼ି ମାଫିଆ ଫେରାର

ଗୋଛାପଡ଼ା, ୦୭/୧୧ : ଫିରିଙ୍ଗିଆ ବ୍ଲକ ଗୋଛାପଡ଼ା ଥାନା ପୋଲିସ ଲୋଇସିଂ ପଞ୍ଚାୟତ କଡମପଙ୍ଗା ଗାଁ ନିକଟରେ ଥିବା ଜଙ୍ଗଲରେ ଚଢ଼ାଉ। ୧୦୨ କିଲୋ ଗଞ୍ଜେଇ ଜବତ କରିଛି I 

ସୂଚନାନୁଯାୟୀ, କଡମପଙ୍ଗା ଜଙ୍ଗଲରେ ଏକ ଝାଟିମାଟି କୁଡ଼ିଆରେ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ନେଇ ଗୋଛାପଡ଼ା ପୋଲିସକୁ ଖବର ମିଳିଥିଲା I ଗୋଛାପଡା ଥାନା ଅଧିକାରୀଙ୍କ ସହ ଏକ ଟିମ୍ କଡମପଙ୍ଗା ଜଙ୍ଗଲରେ ଚଢ଼ାଉ କରିଥିଲେ I ପୋଲିସର ଅତର୍କିତ ଚଢ଼ାଉର ସୂଚନା ପାଇ ମାଫିଆମାନେ ଜଙ୍ଗଲ ଭିତରେ ଗଞ୍ଜେଇ ଛାଡି ଫେରାର ମାରିଥିଲେ। ପୋଲିସ ୪ଟି ବସ୍ତାରେ ଭର୍ତି ହୋଇଥିବା ୧୦୨ କିଲୋ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି। ତେବେ ଘଟଣା ସମ୍ପର୍କରେ ଗୋଛାପଡା ଥାନାରେ ୧୭୨/୨୩ ରେ ମାମଲା ରୁଜୁ କରି ଜବତ ଗଞ୍ଜେଇକୁ କୋର୍ଟ ଚାଲାଣ କରାଯାଇଛି। ଏହା ସହ ଫେରାର ମାଫିଆଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି ଗୋଛାପଡା ଥାନା ଅଧିକାରୀ ପ୍ରଭାତ କୁମାର ବେହେରା ସୂଚନା ଦେଇଛନ୍ତି l

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.