ପ୍ରମୂଖ ଖବର
  • ରାଜ୍ୟ ବଜେଟ୍ ଉପସ୍ଥାପିତ, ଧାନ କ୍ବିଣ୍ଟାଲ ୩୧ ଶହ ଟଙ୍କା
  • ||
  • ୨୬ରେ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବ: ଅଷ୍ଟ୍ରେର୍ଲିଜ ପୋଲରୁ ଆରମ୍ଭ, ଆଇଫିଲ୍‌ ଟାୱାରରେ ଶେଷ
  • ||
  • ମୋହନ ସରକାରଙ୍କ ପ୍ରଥମ ବଜେଟ୍, ୨୦୨୪-୨୫ ପାଇଁ ଆସିବ ପୂର୍ଣ୍ଣାଙ୍ଗ ବଜେଟ୍ ଅପରାହ୍ନ ୫ଟା ଉପସ୍ଥାପନ
  • ||
  • ଆସନ୍ତା ୨୭ରେ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା: ଆଜି ତିନି ଜିଲ୍ଲାକୁ ଆଲର୍ଟ ଜାରି
  • ||

୧୧ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ଗିରଫ

ଅନୁଗୁଳ,୧୧।୯ : ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗକୁ ବଡ଼ ସଫଳତା। ବ୍ରାଉନସୁଗର ବେପାର କରିବାକୁ ଗରାଖ ଅପେକ୍ଷାରେ ଥିବା ବେଳେ ଜଣେ ବେପାରୀକୁ ମାଡି ବସିଛି ଅବକାରୀ ଟିମ୍। ଯାଞ୍ଚ୍ ବେଳେ ତା ନିକଟରୁ ୧୧୦ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ କୁକୁଡାଙ୍ଗ ଗ୍ରାମର ସରୋଜ ପ୍ରଧାନ ବୋଲି ଜଣାପଡ଼ିଛି।

ସୂଚନା ମୁତାବକ, ନାଲକୋନଗର ଥାନା କୁକୁଡାଙ୍ଗ ଗାଁର ସରୋଜ ପ୍ରଧାନ ବ୍ରାଉନସୁଗର ଧରି ଗ୍ରାହକ ଅପେକ୍ଷାରେ ଥିବା ଅବକାରୀ ବିଭାଗ ସୂଚନା ପାଇଥିଲା । ଅବକାରୀ ବିଭାଗ ଘଟଣା ସ୍ଥଳରର ପହଞ୍ଚି ସରୋଜକୁ କାବୁ କରି ନେଇଥିଲେ । ଏହା ସହ ତା ନିକଟରୁ ୧୧୦ ଗ୍ରାମର ବ୍ରାଉନସୁଗର ଜବତ କରିଥିଲା। ଜବତ ହୋଇଥିବା ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ପ୍ରାୟ ୧୧ ଲକ୍ଷ ହେବ ବୋଲି ଅବକାରୀ ଅଧିକ୍ଷକ ମଧୁସ୍ମିତା ନାୟକ ସୂଚନା ଦେଇଛନ୍ତି । ସରୋଜକୁ ପଚରାଉଚରା କରାଯିବା ସହ ଅଧିକ ତଦନ୍ତ ଜାରି ରହିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.