ବଲାଙ୍ଗିର, ୦୫/୦୯ : ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ। କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି । କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି ଡାକରାରେ ଏହି ବନ୍ଦ ପାଳନ କରାଯାଉଛି । ସମସ୍ତ ଦୋକାନ ଵଜାର, ସ୍କୁଲ, କଲେଜ, ସରକାରୀ-ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ତହସିଲ, ଟ୍ରେଜେରୀ ଭଳି ଅନ୍ୟ କାର୍ଯ୍ୟାଳୟ ବନ୍ଦ ରହିଛି ।
ସ୍ଥାନୀୟ ଇନ୍ଦିରା ଛକ ନିକଟରେ ଜିଲ୍ଲା ସଙ୍ଘର୍ଷ ସମିତିର କର୍ମକର୍ତ୍ତାମାନେ ରସ୍ତା ଉପରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l ଆଜିର ଏହି ବନ୍ଦରେ ସହରର ୩୦ରୁ ଅଧିକ ସଙ୍ଗଠନ ସାମିଲ ହୋଇଛନ୍ତି l ସୁରକ୍ଷା ବ୍ୟବସ୍ଥାକୁ ନଜରରେ ରଖି ପୋଲିସ ଫୋର୍ସ ମୁତୟନ କରାଯାଇଛି ।